କଟକ-ଭୁବନେଶ୍ୱର ମଧ୍ୟରେ ଟ୍ରାଫିକ୍ ଭିଡ଼ କମାଇବା ପାଇଁ ୪ଟି ନୂଆ ‘ଅଲଟରନେଟିଭ୍ ଓ୍ୱେ’ ବା ବିକଳ୍ପ ରାସ୍ତା ନିର୍ମାଣ କରାଯିବ। ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଦୁଇ ସହର ମଧ୍ୟରେ ଏକାଧିକ ଏଣ୍ଟ୍ରି ପଏଣ୍ଟ ରହିଲେ ଭିଡ଼ ହ୍ରାସ ପାଇବ। ଏଥିସହ କାଠଯୋଡ଼ି ନଦୀ ଉପରେ ଦ୍ୱିତୀୟ ବ୍ରିଜ୍ କାମ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇସାରିଛି । ସରକାରଙ୍କ ଯୋଜନା ଅନୁଯାୟୀ, ପୁରୀ, ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାକୁ ଏକ ‘ରିଂ ରୋଡ୍’ ମାଧ୍ୟମରେ […]
OAS ସ୍ତରରେ ଅଦଳବଦଳ। ୧୯ ଜଣ OAS ଅଧିକାରୀଙ୍କୁ ବଦଳି କଲେ ସରକାର। ରତ୍ନାକର ସାହୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ। ଜାତୀୟ ସ୍ବାସ୍ଥ୍ୟ ମିଶନର ନୋଡାଲ ଅଧିକାରୀ ଭାବେ ମଧ୍ୟ ଦାୟିତ୍ବ। ସୁଧାକର ନାୟକ କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ। ଶ୍ବେତ କୁମାର ଦାସ ହେଲେ MKCG ମେଡିକାଲ କଲେଜର ରେଜିଷ୍ଟ୍ରାର। ପ୍ରମୋଦ କୁମାର ପୃଷ୍ଟି ହେଲେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ। ସଚ୍ଚିଦାନନ୍ଦ ନାୟକ ହେଲେ […]
ପ୍ରବଳ ଖରା ସତ୍ତ୍ୱେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଭୋଟ ବର୍ଷା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁର ସମସ୍ତ ଆସନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି । ପ୍ରବଳ ଖରା ସତ୍ତ୍ୱେ ଭୋଟରମାନେ ବହୁ ସଂଖ୍ୟାରେ ବାହାରି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।ସମସ୍ତ ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଠୋର ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଶାନ୍ତିପୂର୍ଣ୍ଣ ଏବଂ ନିରପେକ୍ଷ […]
ଜନଗଣନା ଅଧିକାରୀଙ୍କ ପାଇଁ ଏସ୍ଓପି। ପ୍ରଥମ ପର୍ଯ୍ୟାୟ ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗ ଏସ୍ଓପି ଜାରି କରିଛି। ଏ ନେଇ ସବୁ ଜିଲ୍ଲାପାଳ/ଏସ୍ପି/ ମ୍ୟୁନିସପାଲ୍ କମିଶନରଙ୍କୁ ଚିଠି ହୋଇଛି। ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗଣନାକାରୀ/ପର୍ଯ୍ୟବେକ୍ଷକ ସର୍ବଦା ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ । ଫିଲ୍ଡରେ ସେମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପାଖରେ ରଖିବାକୁ ପରାମର୍ଶ ଦିଆଯାଇଛି। ଯଦି କେହି ଧମକ ଚମକ ଦିଅନ୍ତି ତାହେଲେ E&S ହସ୍ତକ୍ଷେପ କରିବେ। […]
ଆଜି କପିଳାସ ଛକ ଠାରେ ରାୟଗଡ଼ା ଯୁବମୋର୍ଚ୍ଚା ତଥା ଯୁବ ନେତା ପ୍ରିତମ କୁମାର୍ ଙ୍କ ନେତୃତ୍ବରେ ନାରୀ ଶକ୍ତି ବନ୍ଧନ ଅଧିନିୟମକୁ ସମର୍ଥନ କରି କଂଗ୍ରେସ୍ ଓ ବିଜେଡ଼ିଙ୍କ ବିରୋଧରେ ଜିଲ୍ଲାର ବହୁ ସଂଖ୍ୟକ ଯୁବକ ଓ ଯୁବତୀମାନଙ୍କ ଅଂଶଗ୍ରହଣରେ ଏକ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଆୟୋଜିତ ହୋଇଥିଲା, ଯେଉଁଥିରେ ଯୁବ ସମାଜ ନାରୀ ସଶକ୍ତିକରଣ ପ୍ରତି ଦୃଢ଼ ସମର୍ଥନ ଜଣାଇବା ସହ ବିପକ୍ଷ ଦଳମାନଙ୍କର ନୀତି ଓ ଭୂମିକାକୁ ତୀବ୍ର ଭାବରେ ସମାଲୋଚନା କରିଥିଲେ। […]
ଦିଲ୍ଲୀରୁ ସିମଲାକୁ ସିଫ୍ଟ ହେଲେ ରାଷ୍ଟ୍ରପତି । ଏଥିପାଇଁ ଦିଲ୍ଲୀର ରାଷ୍ଟ୍ରପତି କାର୍ଯ୍ୟାଳୟ ସିମଲାକୁ ସିଫ୍ଟ କରିଦିଆଯାଇଛି । ୬ ଦିନ ପାଇଁ ଦିଲ୍ଲୀରେ ହେଉଥିବା ସମସ୍ତ କାର୍ଯ୍ୟ ଏବେ ସିମଲା କରାଯିବ । ତେବେ ଏଥିପାଇଁ ହିମାଚଳ ସରକାର ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି କରିଛନ୍ତି । ରାଷ୍ଟ୍ରପତିଙ୍କ ଅଫିସିଆଲ ବାସସ୍ଥାନ କେବଳ ସିମଲା ଏବଂ ହାଇଦ୍ରାବାଦରେ ରହିଛି । ଦେଶରେ କେବଳ ତିନୋଟି ସ୍ଥାନରେ ରାଷ୍ଟ୍ରପତିଙ୍କ ବାସଭବନ ରହିଛି। ଏଥିମଧ୍ୟରୁ ସବୁଠାରୁ […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏଥର ସେ ତାଙ୍କ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଆମେରିକୀୟ ଲେଖକ ଏବଂ ମତାମତକାରୀ ମାଇକେଲ୍ ସାଭେଜଙ୍କ ଏକ ପୁରୁଣା ଭିଡିଓକୁ ରି-ପୋଷ୍ଟ କରିଛନ୍ତି, ଯେଉଁଥିରେ ଭାରତ ଏବଂ ଚାଇନା ଭଳି ଦେଶଗୁଡ଼ିକୁ “ନର୍କ” ଭାବରେ ବର୍ଣ୍ଣନା କରାଯାଇଛି। “ଜନ୍ମାଧିକାର ନାଗରିକତା” ଶୀର୍ଷକ ଏହି ଭିଡିଓରେ ଭାରତ ବିରୋଧୀ ବକ୍ତବ୍ୟ ରହିଛି; ଏବେ ଟ୍ରମ୍ପ ଏହି ଭିଡିଓରେ ଦିଆଯାଇଥିବା […]
ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ତାରିଖ । ମେ ୧୫ରୁ ୨୧ତାରିଖ ଯାଏଁ ଚାଲିବ ପରୀକ୍ଷା ।ସକାଳ ୧୦ଟା ୩୦ ରୁ ୧ଟା ୩୦ ଯାଏଁ ଚାଲିବ ପରୀକ୍ଷା । ଚଳିତ ବର୍ଷ ପ୍ରଥମ ଥର ସିବିଏସଇ ପକ୍ଷରୁ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ବୋର୍ଡ ପ୍ରଥମ ପରୀକ୍ଷା ଶେଷ ହେଇଯାଇଛି । ଯାହାର ଫଳାଫଳ ମଧ୍ୟ ପ୍ରକାଶ ପାଇସାରିଛି। ଯେଉଁମାନେ ପରୀକ୍ଷା ଦେଇପାରିନାହାନ୍ତି କିମ୍ବା […]
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଗରମ ଭିତରେ କିଛି ମାତ୍ରାରେ ଆଶ୍ବସ୍ତି ଆଣିବ କାଳବୈଶାଖୀ ବର୍ଷା । ପ୍ରବଳ ଗରମ ସହ କାଳବୈଶାଖୀ ନେଇ ଆଲର୍ଟ ଜାରି ହୋଇଛି। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପ୍ରବଳ ଗରମ ସହ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଖୋର୍ଦ୍ଧା, କେନ୍ଦୁଝର, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ । ଉପକୂଳ ଓଡ଼ିଶାରେ ଗରମ […]
ରତ୍ନଭଣ୍ଡାର ପ୍ରସଙ୍ଗରେ ଆରମ୍ଭ ହୋଇଛି ବାକ୍ ବିତର୍କ । ଶାସକ ଏବଂ ବିରୋଧୀ ଏବେ ମୁହାଁମୁହିଁ । ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସଙ୍କ ପୋଷ୍ଟର ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରନି, ଗୋଟିଏ ଦିନରେ ଦୁଃସାହସ ଛଡାଇ ଦେବୁ । ଆମେ ଯଦି ପ୍ରଶ୍ନ ପଚାରିବୁ , ବିଜେଡି ନେତାଙ୍କୁ ପକ୍ଷଘାତ ହୋଇଯିବ । ଚାବି ହଜିବା କଥା ସତ୍ୟ , ଡୁପ୍ଲିକେଟ ଚାବିର ତାଲା […]
ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସୁନା। ଆଜି ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୫୩,୫୫୦ ଟଙ୍କା ରହିଛି। ଗତକାଲି ଏହା ୧,୫୪, ୭୫୦ ଟଙ୍କା ଥିଲା। ଏଥିରେ ୧,୨୦୦ ଟଙ୍କା ହ୍ରାସ ହୋଇଛି।୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୪୦,୭୫୦ ଟଙ୍କା ରହିଛି। ଗତକାଲି ୧,୪୧, ୮୫୦ ଟଙ୍କା ଥିଲା। ଏଥିରେ ୧,୧୦୦ ଟଙ୍କା ଶସ୍ତା ହୋଇଛି।୧୮ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୧୫, ୧୬୦ ଟଙ୍କା ରହିଛି। […]
ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ। ସ୍କୁଲ ଛୁଟି ନେଇ ଗୁରୁବାର ଦିନ ନିଆଯିବ ନିଷ୍ପତ୍ତି । ଏସଆରସିଙ୍କ ସହ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ତାପମାତ୍ରା ବଢୁଥିବା ଲାଗି ୧୮ରୁ ଅଧିକ ଜିଲ୍ଲାରେ ଛୁଟି ଘୋଷଣା ହୋଇସାରିଲାଣି । ଏପିରିକି କିଛି କିଛି ଜିଲ୍ଲା ମଧ୍ୟ […]
