author

ହାଇଦ୍ରାବାଦ ଠାରେ ବସ ଦୁର୍ଘଟଣାର ଓଡ଼ିଶା ଯୁବକଙ୍କ ମୃତ୍ୟୁ

ରାୟଗଡ଼ା ୨୫/୨୫ (ନିପ୍ର) ହାଇଦ୍ରାବାଦ୍ ରୁ ବାଙ୍ଗାଲୋର ଅଭିମୁଖେ ଆସୁଥିବା ବସ୍ କୁରନୁଲ ଜିଲ୍ଲା ଚିନାଟେକୁର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ନିଆଁ ଲାଗିବା ଘଟଣାରେ ଓଡ଼ିଶାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଏକ ହୃଦୟ ବିଦାରକ ଖବର ଆସି ପହଁଚିଛି। ଯୁବକ ଜଣଙ୍କ ହେଲେ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର କେଙ୍ଗୁଆ ଦୀପକ କୁମାର ସେ ହାଇଦ୍ରାବାଦରେ ନିଜ ଭଉଣୀ ମାନଙ୍କ ସାଙ୍ଗରେ ରହୁଥିବା ବେଳେ ବାଙ୍ଗାଲୋର ରେ ଆଇଟ ସେକ୍ଟର ରେ […]

ନଭେମ୍ବର ୧ରୁ ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ ମିଳିପାରିବ

ଜିଏସଟି (GST Reform) ହାରକୁ ସରଳ କରିବା ପରେ ଏବେ ସରକାର ଜିଏସଟି ପଂଜୀକରଣ ପ୍ରକ୍ରିୟାକୁ ସରଳ କରିବାକୁ ଯାଉଛନ୍ତି। ନଭେମ୍ବର ୧ରୁ ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ ମିଳିପାରିବ । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଏହି ନୂତନ ପ୍ରକ୍ରିୟା ପ୍ରାୟ ୯୬ ପ୍ରତିଶତ ନୂତନ ଆବେଦନକାରୀଙ୍କୁ ସିଧାସଳଖ ଲାଭ ଦେବ। ନୂତନ ବ୍ୟବସ୍ଥା ଅନୁଯାୟୀ, ଦୁଇଟି ବର୍ଗର ଆବେଦନକାରୀ ସ୍ୱୟଂଚାଳିତ ଭାବରେ ପଞ୍ଜୀକୃତ ହେବେ: ତଥ୍ୟ ଏବଂ […]

ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ

ପେନ୍‌ସନ୍‌ ବାବଦକୁ ଏରିୟର ବିଲ୍‌ କରାଇ ଦେବାକୁ ୪୭ ହଜାର ଟଙ୍କା ଲାଞ୍ଚ ନେଇ ଆଜି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି। ଭରତ ନାୟକଙ୍କ ଶ୍ବଶୁର ସେଟେଲମେଣ୍ଟ ଅଫିସରେ କାମ କରୁଥିଲେ । ତାଙ୍କ ପେନସନ ବାବଦକୁ ଏରିୟର ବିଲ୍ କରାଇ ଦେବାକୁ ୮୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ହରିଶ୍ଚନ୍ଦ୍ର। ଭରତ ନାୟକ ପୂର୍ବରୁ ୪୦ ହଜାର ଟଙ୍କା ଦେଇଥିବା ବେଳେ ଆଜି ବଳକା ୪୭ ହଜାର ଟଙ୍କା ଦେଇଥିଲେ। ଏହି […]

ରାଜ୍ୟ କ୍ୟାବିନେଟ୍‌ରେ ୪ଟି ବିଭାଗର ୫ଟି ପ୍ରସ୍ତାବକୁ ଅନୁମୋଦନ

ରାଜ୍ୟ କ୍ୟାବିନେଟର ୨୯ତମ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍‌ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ‌ଆଗକୁ ରାଜ୍ୟରେ ୨୦୦ ଟି ଇ- ବସ ଚାଲିବ । ଯେଉଁଥିରେ ପ୍ରଥମକରି ଅନୁଗୁଳ, ଝାରସୁଗୁଡ଼ା, କେଉଁଝର ଓ ବାରିପଦାରେ ୨୫ ଲେଖାଏଁ ନୂଆ ଇ-ବସ ଚାଲିବ । ସେହିଭଳି ବ୍ରହ୍ମପୁର ଓ ସମ୍ବଲପୁର […]

ଆନ୍ଧ୍ର ବସ୍‌ ପୋଡି ଘଟଣାରେ ବସ୍‌ ରାୟଗଡ଼ା RTOରେ ପଞ୍ଜୀକରଣ ହୋଇଥିବା ସ୍ପଷ୍ଟ, ଜଣେ ଓଡ଼ିଆ ମୃତ

ଆନ୍ଧ୍ର ବସ୍‌ ପୋଡ଼ିରେ ୨୦ ଜୀବନ୍ତ ଦଗ୍ଧ ଘଟଣାରେ ଟ୍ବିଷ୍ଟ । ବସ୍‌ଟି ରାୟଗଡ଼ା RTOରେ ପଞ୍ଜୀକରଣ ହୋଇଥିବା ସ୍ପଷ୍ଟ। କେଉଁ ପରିସ୍ଥିତିରେ ବସ୍‌ଟି ହାଇଦ୍ରାବାଦରୁ ବେଙ୍ଗାଳୁରୁ ଚାଲିଥିଲା ଅସ୍ପଷ୍ଟ। ରାୟଗଡ଼ା RTOକୁ ତଦନ୍ତ ପାଇଁ କୁହାଯାଇଛି କହିଲେ ଜିଲ୍ଲାପାଳ । ତେବେ ହାଇଦ୍ରାବାଦର ଏହି ବସ୍‌ ପୋଡ଼ିରେ ଜଳି ଯାଇଛନ୍ତି ଓଡ଼ିଆ ଯୁବକ । ତାଙ୍କ ଘର ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗାଁରେ ।ମୃତ ଯୁବକ ହେଲେ କେ. ଦୀପକ କୁମାର । […]

କଏନ ବସ୍ତା ଧରି ଶୋ’ରୁମ ଗଲେ ବାପା, ସ୍କୁଟର କିଣି ଝିଅକୁ ଦେଲେ ଦୀପାବଳି ଭେଟି

ଛତିଶଗଡ଼ର ଜଶପୁର ଜିଲ୍ଲାର ଛୋଟିଆ ଗାଁ କେସରା । ଗାଁର ଚାଷୀ ବଜରଙ୍ଗ ରାମ ଭଗତ । ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ। ଦିନେ ବଜରଙ୍ଗ ହଠାତ୍ ବସ୍ତା ଧରି ପହଞ୍ଚିଥିଲେ ଶୋ ରୁମ୍‌ରେ । ବସ୍ତାରେ ଥିଲା ପୁଳା ପୁଳା ୧୦ ଓ ୨୦ ଟଙ୍କିଆ କଏନ । ଶୋ ରୁମ୍ କର୍ମଚାରୀ ବି ତାଙ୍କୁ ଦେଖି ହୋଇପଡିଥିଲେ ତାଟକା । ଟଙ୍କା ନିଅ ମୋତେ ସ୍କୁଟର ଖଣ୍ଡିଏ ଦିଅ କହିଥିଲେ ବଜରଙ୍ଗ । […]

ବଲିଉଡ ପ୍ରତିଷ୍ଠିତ ହାସ୍ୟ ଅଭିନେତା ସତୀଶ ଶାହାଙ୍କ ପରଲୋକ

ବିଶିଷ୍ଟ ବଲିଉଡ ଅଭିନେତା ସତୀଶ ଶାହଙ୍କର ପରଲୋକ ହୋଇଯାଇଛି। । 74 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ କିଡ଼ନୀ ରୋଗରେ ପୀଡିତ ଥିଲେ । ଶନିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ମୁମ୍ବଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ବଲିଉଡ ତଥା ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଜଣେ ପ୍ରଖ୍ୟାତ ହାସ୍ୟ ଅଭିନେତା ଭାବେ ବଲିଉଡରେ ତାଙ୍କର ଏକ ଭିନ୍ନ ପରିଚୟ ରହିଥିଲା […]

 ଓଡ଼ିଶା ଆସି ପୂର୍ବପୁରୁଷଙ୍କ ଜନ୍ମସ୍ଥାନ ଖୋଜୁଛନ୍ତି ମରିସସର ରାମରୂପ ଜଗୁରନାଥ

ମରିସସରୁ ଓଡ଼ିଶା ଆସି ପୂର୍ବପୁରୁଷଙ୍କ ଜନ୍ମସ୍ଥାନ ଖୋଜୁଛନ୍ତି ମରିସସର ରାମରୁଜ ଜଗୁରନାଥ । ଏହାରି ଭିତରେ ସେ ଯାଜପୁର ବୈତରଣୀକୁ ଯାଇ ସିଦ୍ଧେଶ୍ବର ଘାଟରେ ଅସ୍ଥି ବିସର୍ଜନ କରି ପିଣ୍ଡଦାନ କରିଛନ୍ତି । ମରିସସରେ ରହୁଥିବା ରାମରୁଜ ଜଗୁରୁନାଥ ତାଙ୍କ ପୂର୍ବଜ ଓଡିଶାର ଯାଜପୁର ଜିଲ୍ଲାରୁ ମରିସସକୁ ପଳାଇଥିବା ବିଶ୍ବାସ କରନ୍ତି । ସେଥିପାଇଁ ସେ ଧାଇଁ ଆସିଛନ୍ତି ବିରଜା କ୍ଷେତ୍ର ଯାଜପୁରକୁ । ଆଜି ଜିଲ୍ଲାର ବ୍ରାହ୍ମଣ ବାଡ ଅଞ୍ଚଳ ସମେତ ଅନ୍ୟାନ୍ୟ ଅଞ୍ଚଳ ଗସ୍ତ […]

ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ

ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ । ଗୁରୁତର ଅବସ୍ଥାରେ ଏମସ ଭେଣ୍ଟିଲେଟରରେ ଥିଲେ । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଅଭିଜିତ । କୋମାରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜମୁଦାର । ଅଭିଜିତଙ୍କର ମସ୍ତିଷ୍କ ଏବେ ବି କାମ କରୁନାହିଁ । ୪ ସେପ୍ଟେମ୍ବରରୁ ଭୁବନେଶ୍ୱରର ଏମ୍ସରେ ସେ ଭର୍ତି ହୋଇଛନ୍ତି । ବାରମ୍ବାର ତାଙ୍କର ସ୍ୱାସ୍ଥ୍ୟ ବିଗୁଡିଛି । ଯାହାକୁ ନେଇ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବା ପାଇଁ ପଡୁଛି । ତାଙ୍କର ଅବସ୍ଥା ଟିକେ ସୁଧାର […]

ମହଙ୍ଗା ପଡ଼ିଲା ପ୍ରେମ ପ୍ରତାରଣା, ଭୁବନେଶ୍ବର ଏୟାରପୋର୍ଟ DGM ଗିରଫ

ଲଭ୍‌-ସେକ୍ସ ଧୋକ୍କା ଅଭିଯୋଗରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଡିଜିଏମ (ଅପରେସନ) ଗିରଫ। ଏୟାର ହୋଷ୍ଟେସଙ୍କ ସହ ୪ ବର୍ଷ ହେବ ସମ୍ପର୍କରେ ଥିଲେ। ବିବାହର ପ୍ରତିଶୃତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିଥିଲେ। ଖାଲି ଏତିକି ନୁହେଁ ଶାରୀରିକ ସମ୍ପର୍କ ରଖି ଗର୍ଭପାତ କରାଇଥିଲେ। ଦୀପାବଳି ଦିନ ଏୟାରପୋର୍ଟ ଥାନାରେ ପ୍ରତାରଣା ଅଭିଯୋଗ କରିଥିଲେ ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀ । ଏୟାରପୋର୍ଟ ଥାନାର କେସ୍ ନମ୍ବର ୩୭୦/୨୫ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି […]

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଲେ ପ୍ରସ୍ତୁତ ଅଛନ୍ତି ସରକାର

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବାତ୍ୟା ସମୀକ୍ଷା କରି କହିଛନ୍ତି ,ବିଶେଷ କରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ପ୍ରଭାବ ପଡିପାରେ । ଯଦି ବି ବାତ୍ୟା ଦିଗ ପରିବର୍ତ୍ତନ କରେ ତାହେଲେ ବି ପ୍ରସ୍ତୁତ । ସରକାର ଲୋକମାନଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ଯେଉଁମାନେ ଆବଶ୍ୟକ କରୁଛନ୍ତି ସେମାନଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ସରକାର ନାଗରିକମାନଙ୍କୁ ରିଲିଫ୍ କ୍ୟାମ୍ପରେ ରହିବା ଏବଂ କୌଣସି ଗୁଜବରେ ଧ୍ୟାନ […]

ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣା। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏହା ଘଟିଛି।ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ଅଷ୍ଟମ ଓ ଜଣେ ନବମ ଶ୍ରେଣୀରେ ପଢୁଥିବା ଜଣାପଡିଛି।ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛିା ଦୁଇ ଅଭିଯୁକ୍ତ ହେଲେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳ। ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।ଘଟଣାରେ ସାତରୁ ଆଠ ଜଣ ସଂପୃକ୍ତ ଥିବା ଲିଖିତ ଅଭିଯୋଗ ହୋଇଛି ।