ପିସିସି ସଭାପତି ଭକ୍ତ ଦାସଙ୍କ ସହ କଥା ହେଲେ ଦିଲ୍ଲୀପ ରାୟ । ଫୋନରେ କଥା ହୋଇଛନ୍ତି କହିଲେ ଭକ୍ତ ଦାସ । ସେ ପ୍ରତିକ୍ରିୟା ରଖି କହିଛନ୍ତି, ସେ ମୋର ବନ୍ଧୁ, ଶେଷ ମୂହୂର୍ତ୍ତରେ କାହିଁକି ସ୍ୱାଧୀନ ପାର୍ଥି ହେଲେ ଜାଣିନି । ମୁଁ ପୂର୍ବରୁ ତାଙ୍କୁ କହିଥିଲି ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହେବାକୁ , କିନ୍ତୁ ସେ କିଛି ଉତ୍ତର ଦେଇନଥିଲେ, କିନ୍ତୁ ଏବେ ସ୍ୱାଧୀନ ପ୍ରାର୍ଥୀ ହେଉଛନ୍ତି । ଶେଷ ମୂହୁର୍ତ୍ତରେ […]
ଆସୁଛି କାଳବୈଶାଖୀ ବର୍ଷା । ଆସନ୍ତା ମାର୍ଚ୍ଚ ୭ରୁ ୯ ତାରିଖ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଶେଷ କରି ଉପକୂଳ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ଦେଖାଦେଇପାରେ । ଏବେ କିଛି ଦିନ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ କହିଛି । କିନ୍ତୁ ଆଗାମୀ ଦିନରେ ଉଭୟ ଦିନ ରାତ୍ରି ତାପମାତ୍ରା ବଢିବା ସହ ମାର୍ଚ୍ଚ […]
ଶ୍ରଦ୍ଧା ଆଉ ଭକ୍ତିର ସହର ପୁରୀ ଜଗନ୍ନାଥ ଧାମ ।ଏ ମାଟିରେ ଖୁସିର ପର୍ବ ହୋଲିକୁ ବିଦେଶୀ ପର୍ଯ୍ୟଟକ ବି ବେଶ ଧୁମଧାମରେ ପାଳିଛନ୍ତି । ବିଶେଷ କରି ସୁଦୂର ଜାପାନରୁ ଆସିଥିବା ପର୍ଯ୍ୟଟକମାନେ ଆଜି ଏହି ହୋଲି ପର୍ବକୁ ପାଳନ କଲାବେଳେ ବିଭୋର ହୋଇ ପଡିଥି୍ଲେ । ବିଦେଶ ମାଟିରେ ବିଦେଶୀ ମଣିଷଙ୍କ ସହ ବିଦେଶୀ ପର୍ବ ହୋଲିକୁ ବେଶ୍ ଉପଭୋଗ କରୁଥିଲେ ଏଇ ଜାପାନୀମାନେ । ପୁରୀର ଇଣ୍ଡିଆ-ଜାପାନ୍ ଫ୍ରେଣ୍ଡସିପ ସେଣ୍ଟର ପକ୍ଷରୁ ଆଜି […]
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟ ବଜାର ଅସ୍ଥିରତା ଅନୁଭବ କରୁଛି। ଯୁଦ୍ଧର ପ୍ରଭାବ କେବଳ ଅଶୋଧିତ ତୈଳ ଏବଂ ଶେୟାର ବଜାର ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହା ତରଳୀକୃତ ପ୍ରାକୃତିକ ଗ୍ୟାସ (LNG) ର ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଛି। ଏହାର ଅର୍ଥ ହେଉଛି ଯଦି ପରିସ୍ଥିତି ସ୍ବାଭାବିକ ନ ହୁଏ, ତେବେ ଆଗାମୀ ମାସଗୁଡ଼ିକରେ ଏହି ସାମଗ୍ରୀଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଘଟିବ। ରିପୋର୍ଟ ଅନୁଯାୟୀ, ଭାରତ […]
ହୋଲିରେ କମିଛି ସୁନା ଏବଂ ରୁପା ଦର | ଆଜି ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୩ ହଜାର ୧୧୦ ଟଙ୍କା ହ୍ରାସ ଘଟି ୧ ଲକ୍ଷ ୬୪ ହଜାର ୫୧୦ ହୋଇଛି। ଗତକାଲି ଦର ୧ ଲକ୍ଷ ୬୭ ହଜାର ୬୨୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୨୮୫୦ ଟଙ୍କା କମି ୧ ଲକ୍ଷ ୫୦ ହଜାର ୮୦୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୫୩ […]
ଆଜି ରଙ୍ଗର ଉତ୍ସବ ହୋଲି। ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ ବେଶ ଧୁମଧାମ ସହ ପାଳିଥାଆନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପରସ୍ପର ପରସ୍ପରକୁ ଅବିର ଲଗାଇ ହୋଲିର ଶୁଭେଛା ଜଣାଉଛନ୍ତି ସମସ୍ତେ। ସାରା ଦେଶ ପାଳନ କରୁଛି ରଙ୍ଗର ପର୍ବ। ଏହି ଦିନ ସବୁ ବାଦବିବାଦକୁ ଭୁଲି ସମସ୍ତେ ପରସ୍ପରକୁ ଅବିର ଲଗାଇ ସବୁ ରାଗରୁଷା ଭୁଲି ଯାଇଛନ୍ତି। ବିଶେଷକରି ହର୍ବାଲ ହୋଲି ଖେଳିବାକୁ ସମସ୍ତେ ପସନ୍ଦ […]
ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]
ଆସନ୍ତାକାଲି ପାଇଁ ବାତିଲ ହେଲା ଦୁବାଇ ଫ୍ଲାଇଟ । ସପ୍ତାହକୁ ତିନି ଦିନ ଭୁବନେଶ୍ବରରୁ ଦୁବାଇ ଯାଏ ଫ୍ଲାଇଟ । ସୋମବାର, ବୁଧବାର, ଶୁକ୍ରବାର ଯାତ୍ରା କରିଥାଏ । ଗତକାଲି ଉଡାଣ ବାତିଲ କରିଥିଲା ଇଣ୍ଡିଗୋ । ଏହାକୁ ଗୋଟେ ଦିନ ପୂର୍ବରୁ ଜଣାଇ ଦିଆଯାଇଥିଲା । କୌଣସି ଯାତ୍ରୀ ହଇରାଣ ହେବାର ଖବର ନାହିଁ । ଆସନ୍ତାକାଲି ପାଇଁ ଫ୍ଲାଇଟ ବି ବାତିଲ ଅଛି ।ଓଡ଼ିଶାର ଲୋକ ଦୁବାଇରେ କେହି ଫସି ଥିବା ଖବର ବିମାନ […]
ଦିଲ୍ଲୀପ ରାୟ ଜଣେ ବିଚକ୍ଷଣ ଓ ବୁଦ୍ଧି ସମ୍ପନ୍ନ ରାଜନେତା କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜସ୍ୱ ଶକ୍ତି ବଳରେ ରାଜ୍ୟସଭାକୁ ଯିବାର ନଜିର ରହିଛି । ଆମ ଦଳର ସଭାପତି ଦିଲ୍ଲୀପଙ୍କୁ ସମର୍ଥନ ଘୋଷଣା କରି ସାରିଛନ୍ତି । ସ୍ପଷ୍ଟ ସଂଖ୍ୟା ନଥିଲେ ବି ସେ ସ୍ୱାଧୀନ ଭାବେ ବିଜୟୀ ହେବେ । ସଭାପତି ମନମୋହନ ସାମଲ, ସାଂସଦ ସୁଜିତ କୁମାର ଆମର ପ୍ରାର୍ଥୀ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗୃହ […]
ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଆଉ ତିନୋଟି ରାଷ୍ଟ୍ର ମଧ୍ୟରେ ସୀମିତ ନାହିଁ। ଏହା ସମଗ୍ର ମଧ୍ୟପ୍ରାଚ୍ୟରେ ବ୍ୟାପିଛି। ତେବେ ଏହା ଭିତରେ ଭାରତ ରୁଷ୍ ଠାରୁ ଆଉ ୫ଟି ନୂଆ S-400 ସୁଦର୍ଶନ ଏୟାର ଡିଫେନ୍ସ ମିସାଇଲ ସ୍କ୍ୱାଡ୍ରନ କିଣିବାକୁ ଯାଉଛି। ଗତ ବର୍ଷ ‘ଅପରେସନ ସିନ୍ଦୂର’ ସମୟରେ ଏହି ପ୍ରତିରକ୍ଷା ପ୍ରଣାଳୀ ନିଜର ସଫଳତା ପ୍ରମାଣିତ କରି ସାରିଛି। ଭାରତ ପ୍ରଥମେ ୨୦୧୮ରେ ରୁଷ ପାଞ୍ଚଟି ସ୍କ୍ୱାଡ୍ରନ S-400 କ୍ରୟ କରିଥିଲା, […]
କେନ୍ଦୁଝର ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟକୁ ବୋମାମାଡ଼ ଧମକ ମିଳିଛି। ଭୟଙ୍କର ବୋମାମାଡ଼ ଆକ୍ରମଣରେ ଉଡ଼ାଇ ଦେବାକୁ ଏକ ସାଙ୍ଘାତିକ ଧମକ ଆସିଛି। କୋର୍ଟଙ୍କ ଅଫିସିଆଲ୍ ଇ-ମେଲ୍କୁ ଏହି ଧମକପୂର୍ଣ୍ଣ ଚିଠି ଆସିବା ପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। କେନ୍ଦୁଝର ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସର ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏଥି ସହିତ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସନ୍ଧାନୀ କୁକୁର ଏବଂ ବୋମା […]
୯ ଜଣିଆ ରାଜ୍ୟସଭା ପ୍ରାର୍ଥୀ ତାଲିକା ଘଷଣା କଲା ବିଜେପି । ଏହି କ୍ରମରେ ବିହାରରୁ ନିତିନ ନବୀନ (ବିଜେପି ରାଷ୍ଟ୍ରୀୟ ସଭାପତି) ଓ ଶିବେଶ କୁମାରଙ୍କ ନାମ ଦଳ ଘୋଷଣା କରିଛି । ସେହିଭଳି ଆସାମରୁ ତେରାଶ ଗୋବାଲ ଓ ଜୋଗେନ ମୋହନଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଛତିଶଗଡ଼ରୁ ବିଜେପି ତରଫରୁ ଲକ୍ଷ୍ମୀ ବର୍ମାଙ୍କ ନାମ ଘୋଷଣା ହୋଇଛି । ସେହିଭଳି ହରିଆଣାରୁ ସଂଜୟ ଭାଟିଆ, ଓଡ଼ିଶାରୁ ମନମୋହନ ସାମଲ ଓ ସୁଜିତ କୁମାରଙ୍କ […]
