author

ଭୂକମ୍ପରେ ଥରିଲା କଟକ ଓ ବାଲେଶ୍ୱର

ଭୂମିକମ୍ପରେ ଥରିଲା କୋଲକାତା…ଆଜି ହଠାତ୍ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପର ଝଟକା ଲାଗିଛି। ଅପରାହ୍ନ ପ୍ରାୟ ୧ଟା୨୦ ସମୟରେ ଭୂମିକମ୍ପ ହୋଇଥିଲା। କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲାରେ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରେକର୍ଡ କରାଯାଇଛି । ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା। ଏହି ଝଟକା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲାସେପଟେ ଓଡ଼ିଶାରେ ମଧ୍ୟ ସମାନ […]

ମଣ୍ଡିରେ ଅପେକ୍ଷା କରି ଚାଷୀଙ୍କ ମୃତ୍ୟୁ ହୋଇନି: ମନ୍ତ୍ରୀ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଚାଷୀ ମୃତ୍ୟୁକୁ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳବନ୍ତ ସାମନ୍ତରାୟ ପ୍ରତିକ୍ରିୟା ରଖି କହିଛନ୍ତି । ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରି ଚାଷୀଙ୍କ ମୃତ୍ୟୁ ହୋଇନି କହିଲେ । ଅନ୍ୟ ରୋଗ ଯୋଗୁଁ ଚାଷୀ ତ୍ରିଲୋଚନ ନାୟକଙ୍କ ଦେହାନ୍ତ ହୋଇଛି । ମଣ୍ଡିରେ ଅପେକ୍ଷା କରି କେହି ମରନ୍ତି ନାହିଁ, ସମବାୟ ବିଭାଗ ତଦନ୍ତ କରୁଛି । ସୂଚନାମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଜୁଣଗଡି ଗାଁରେ ଚାଷୀ […]

ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲ ଓ ସିସୋଦିଆ ମୁକ୍ତ

ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ତେଲେଙ୍ଗାନା ଜାଗୃତି ଅଧ୍ୟକ୍ଷ କେ କବିତାଙ୍କ ସମେତ ଦିଲ୍ଲୀ ଅବକାରୀ ନୀତି ମାମଲାରେ ସମସ୍ତ ୨୩ ଅଭିଯୁକ୍ତଙ୍କୁ ମୁକ୍ତ କରିଛି।ସ୍ବତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ ଏହି ରାୟ ଦେଇ ସିବିଆକୁ ତୀବ୍ର ଭର୍ତ୍ସନା କରି ଏହା ଆଣିଥିବା ଅଭିଯୋଗ ବିରୋଧରେ ବିଶ୍ବସନୀୟ ପ୍ରମାଣ ଉପସ୍ଥାପନ କରିପାରନାହିଁ ବୋଲି କହିଛନ୍ତି। ସିବିଆଇ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗଫର୍ଦ୍ଦକୁ ଗ୍ରହଣ କରିବାକୁ […]

ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ମାଟ୍ରିକ ଫଳାଫଳ

ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ମାଟ୍ରିକ ଫଳାଫଳ । ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ମୂଲ୍ୟାୟନ । ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ମାଟ୍ରିକ ଖାତା ଦେଖା । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ । । ଏଥର […]

ନମ୍ବର ଆଧାରିତ ଡିଏଲ୍ (ଡ୍ରାଇଭିଂ ଲାଇସେନ୍ସ) ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା

ଦେଶରେ ରାସ୍ତା ଦୁର୍ଘଟଣା ହ୍ରାସ କରିବା ଏବଂ ଦାୟିତ୍ୱସମ୍ପନ୍ନ ଗାଡି ଚାଳନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନମ୍ବର ଆଧାରିତ ଡିଏଲ୍ (ଡ୍ରାଇଭିଂ ଲାଇସେନ୍ସ) ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ଏଥିରେ ଟ୍ରାଫିକ ଆଇନ ଉଲ୍ଲଂଘନ କଲେ ଡିଏଲ୍ ରଦ୍ଦ କିମ୍ବା ସସ୍ପେଣ୍ଡ କରାଯିବାର ପ୍ରାବଧାନ ରହିବ । ନମ୍ବର ଆଧାରିତ ଡିଲ୍ ବ୍ୟବସ୍ଥା ଅନୁସାରେ ଡିଏଲରେ ନମ୍ବର ବା ପଏଣ୍ଟ ଦିଆଯିବ । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ସେଥିରୁ କିଛି […]

ମହାନଦୀ ସମସ୍ୟାର ସମାଧାନ ହେବ: ଏଜି

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମର ୫ ଦିନିଆ ଓଡ଼ିଶା ଗସ୍ତ । ହୀରାକୁଦ ଡ୍ୟାମ ଅଶୋକ ନିବାସରେ ଚାଲିଥିବା ଟ୍ରିବ୍ୟୁନାଲର ବୈଠକ ଶେଷ ହୋଇଛି ।ମହାନଦୀ ସମସ୍ୟାର ସମାଧାନ ହେବ କହିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲର ବୈଠକ ପରେ ଏଜି ପୀତାମ୍ବର ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ଓଡିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରାଯିବ । ସମାଧାନର ବାଟ ଖୋଜା ଚାଲିଛି, ମୁଁ ଆଶାବାଦୀ ନିଶ୍ଚୟ ସମାଧାନ […]

‘ରାହତବୀର’ଙ୍କ ସହାୟତା ରାଶି ୫ ହଜାରରୁ ୨୫ ହଜାର ଟଙ୍କା ବୃଦ୍ଧି

ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲ ନେବାରେ ସହଯୋଗ କରୁଥିବା ‘ରାହତବୀର’ ଙ୍କ ସହାୟତା ରାଶି ବୃଦ୍ଧି । ରାଜ୍ୟ ସରକାର ସେମାନଙ୍କ ସହାୟତା ରାଶି ୫ ହଜାରରୁ ୨୫ ହଜାର ଟଙ୍କା କରିଛନ୍ତି । ରାହତବୀରଙ୍କୁ ଯଥାଶୀଘ୍ର ସହୟତା ରାଶି ପ୍ରଦାନ ଲାଗି ପ୍ରତି ଜିଲ୍ଲାରେ ‘ପ୍ରତିକାର ଅଧିକାରୀ’ ନିଯୁକ୍ତ ହେବେ । ଜିଲ୍ଲାସ୍ତରରେ ଜିଲ୍ଲାପାଳ ଏହି ଅଫିସରଙ୍କୁ ନିଯୁକ୍ତ କରିବେ ।ପିଏମ୍-ରାହତ ଯୋଜନାରେ ଏହି ଅର୍ଥରାଶି ମିଳିବ ।। ଏନେଇ କେନ୍ଦ୍ର ସରକାରଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗ […]

ଖ୍ବାଜା ଆସିଫ୍‌ଙ୍କ ଯୁଦ୍ଧ ଘୋଷଣା , ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଭୀଷଣ ସଂଘର୍ଷ

ଆଫଗାନସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ପୁନର୍ବାର ସଂଘର୍ଷ ପରେ ଆଫଗାନ ତାଲିବାନ ସରକାରଙ୍କ ବିରୁଦ୍ଧରେ “ଖୋଲା ଯୁଦ୍ଧ” ଘୋଷଣା କରିଛି ପାକିସ୍ତାନ।ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦରୁ ଆରମ୍ଭ ହୋଇଥିବା ସଂଘର୍ଷ ତୀବ୍ର ହୋଇ ଯୁଦ୍ଧ ରୂପ ନେଇଛି । ଆଫଗାନିସ୍ତାନ ପାକିସ୍ତାନର ଆକ୍ରମଣର ଜବାବରେ ଗୁରୁବାର ବିଳମ୍ବିତ ରାତିରେ ଡୁରାଣ୍ଡ ଲାଇନରେ ପାକିସ୍ତାନର ୫୫ ସୈନିକଙ୍କୁ ମାରିବା ସହିତ ପାକିସ୍ତାନର ୧୫ ଅଧିକ ସେନା ଶିବିରକୁ ନିଜ ଅଧୀନକୁ ନେଇଥିଲା ।ଏହାର ଜବାବରେ ପାକିସ୍ତାନ […]

ରଥଯାତ୍ରା ପରିଚାଳନା ପାଇଁ ଏବେ ନୂଆ ରୂପରେ ଆସିବ ‘ରଥ କୋଡ୍’

ରଥଯାତ୍ରା ପରିଚାଳନା ପାଇଁ ଏବେ ନୂଆ ରୂପରେ ଆସିବ ‘ରଥ କୋଡ୍’ | ୪୨ ବର୍ଷ ପରେ ସଂଶୋଧିତ ହେବାକୁ ଯାଉଛି ‘ରଥ କୋଡ୍-୧୯୮୩’ । ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି AI ବ୍ୟବହାର ଓ ସେବାୟତଙ୍କ ଶୃଙ୍ଖଳା ପର୍ଯ୍ୟନ୍ତ, ସବୁଥିରେ ହେବ ବ୍ୟାପକ ସଂସ୍କାର । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ ।ଗତ ଦୁଇ ବର୍ଷର ପରିଚାଳନାଗତ ତ୍ରୁଟି ସରକାରଙ୍କ ପାଇଁ ଶିକ୍ଷା ସାଜିଛି । […]

ବର୍ଷାର ସମ୍ଭାବନା ପ୍ରାୟତଃ ନାହିଁ। ଆସନ୍ତା ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ବଢିପାରେ ପାରଦ

ଫେବ୍ରୁଆରୀ ୨୭ରୁ ମାର୍ଚ୍ଚ ୫ ଭିତରେ ତାପମାତ୍ରା ୩୪ ଡିଗ୍ରୀ ଭିତରେ ରହିପାରେ। ସ୍ୱାଭାବିକ ଠାରୁ ୨-୩ ଡିଗ୍ରୀ ଅଧିକ ରହିବା ସମ୍ଭାବନା ଅଛି । ମାର୍ଚ୍ଚ ୬ରୁ ୧୨ ପର୍ଯ୍ୟନ୍ତ ତାତି ବେଶି ବଢ଼ିବ। ଏପରିକି ୩୬ ଡିଗ୍ରୀ ଡେଇଁଯିବ ପ୍ରାୟତଃ ଅଞ୍ଚଳରେ । କେତେକ ସ୍ଥାନରେ ୩୮ ଡିଗ୍ରୀ ପହଞ୍ଚିପାରେ। ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହିପାରେ ଦିନ ତାପମାତ୍ରା। ରାତି ତାପମାତ୍ରା ମଧ୍ୟ ବଢ଼ିପାରେ ।ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା […]

ଆସନ୍ତା ୫ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ

ଆସନ୍ତା ୫ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅମିତ୍ ଶାହ ମାର୍ଚ୍ଚ ୫ ତାରିଖ ସଂଧ୍ୟାରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡିଶାରେ ପହଞ୍ଚିବେ। ୬ ତାରିଖ ସକାଳେ କଟକ ମୁଣ୍ଡଳୀସ୍ଥିତ ସି.ଆଇ.ଏସ.ଏଫର ପ୍ରତିଷ୍ଠା ଦିବସ କାର୍ୟ୍ୟକ୍ରମରେ ଯୋଗଦେବେ । […]

ଆଜିର ରାଶିଫଳ(୨୭ ଫେବୃଆରୀ, ୨୦୨୬)

ମେଷଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି । ବୃଷଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ପରିବହନ ଓ […]