author

ଆଜିଠୁ ସର୍ଭିକାଲ କ୍ୟାନ୍ସର ଟିକାକରଣ ଅଭିଯାନ ଆରମ୍ଭ

ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଜିଠାରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟିକାକରଣ ଅଭିଯାନ । ୧୪ ବର୍ଷ ଯାଏଁ ଝିଅଙ୍କୁ ଦିଆଯିବ ସିଙ୍ଗଲ ଡୋଜ୍। ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ତିନିଟି ଡୋଜ୍ ଦିଆଯିବ । ଟିକାକରଣ ପ୍ରକ୍ରିୟା ସରକାରୀ ଓ ବେସରକାରୀ ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାୟକ୍ରମେ ଚାଲିବ । […]

ବଦଳିବ ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ

ବଦଳିବ ଓଡ଼ିଶାର ବିଭିନ୍ନ ସ୍ଥାନର ଇଂରାଜୀ ନାମ । ବ୍ରିଟିଶ୍ ଶାସନ କାଳରୁ ପ୍ରଚଳିତ ଭୁଲ୍ ନାମକରଣର ହେବ ସଂଶୋଧନ। ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର। ନାମ ପରିବର୍ତ୍ତନ ପାଇଁ ପ୍ରସ୍ତାବ ପଠାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ। ଇରାଜୀ ନାମ ପରିବର୍ତ୍ତେ ପ୍ରାମାଣିକ ଓଡିଆ ନାମ ବ୍ୟବହାର କରାଯିବ।ରାଜ୍ୟର ବିଭିନ୍ନ ସ୍ଥାନ ଯଥା ଜିଲ୍ଲା, ଜିଲ୍ଲା ମୁଖ୍ୟାଳୟ, […]

ହଷ୍ଟେଲରେ ତଳ ଶ୍ରେଣୀର ଛାତ୍ରଙ୍କୁ ରାଗିଂ କଲେ ବଡ଼ ଶ୍ରେଣୀର ଛାତ୍ର

ମୟୂରଭଞ୍ଜ ଖୁଣ୍ଟା ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ।ହଷ୍ଟେଲରେ ସୀମା ଟପିଲେ ବଡ଼ ଶ୍ରେଣୀର ଛାତ୍ର। ତଳ ଶ୍ରେଣୀ ଛାତ୍ରଙ୍କୁ କରିଲେ ରାଗିଙ୍ଗ୍‌ । ଖେଳ ସମୟରେ ହଷ୍ଟେଲର ୩ ଜଣ ସପ୍ତମ ଶ୍ରେଣୀ ଛାତ୍ର ହଷ୍ଟେଲ ପଛ ପାଖରେ ଖେଳୁଥିବାରୁ ତାଙ୍କ ଉପରେ ନିର୍ଯାତନା ହୋଇଛି।ଖବର ଅନୁଯାୟୀ, ୩ ଜଣ ସପ୍ତମ ଶ୍ରେଣୀ ଅନ୍ତେବାସୀଙ୍କୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ର ହଷ୍ଟେଲ ବାହାରେ ଦୀର୍ଘ ସମୟ ଧରି ଆଣ୍ଠେଇ ଦେଇଥିଲେ। […]

ଆଜିର ରାଶିଫଳ(୨୮ ଫେବୃଆରୀ, ୨୦୨୬)

ମେଷଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ। ବୃଷଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ […]

ଶଗଡରେ ବିବାହ ପାଇଁ ଶାଶୁଘରକୁ ଆସିଲେ କନ୍ୟା

ପ୍ରାଚୀନ ପରମ୍ପରା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ସାମନ୍ତରାପଲି ଗାଁରେ। ପୋଲସରା ବ୍ଲକ କଳମ୍ବ ଗ୍ରାମ ସ୍କୁଲ ସାହିର ଦେବରାଜ ପ୍ରଧାନଙ୍କ ଝିଅ ବର୍ଷା ପ୍ରଧାନ ଆସିଥିଲେ ଶାଶୁଘର ସାମନ୍ତରାପଲି ଗ୍ରାମକୁ। ସବୁଠାରୁ ମଜାର କଥା ଯେ, ଏଥିପାଇଁ ବର ପ୍ରମୋଦ ପ୍ରଧାନଙ୍କ ପୁଅ ଶନିଶ୍ଚର ପ୍ରଧାନ ଓଡ଼ିଆ ସାହିର ଶଗଡିଆ ସୁରେନ୍ଦ୍ର ସ୍ବାଇଁ ଓ ଯୁଧିଷ୍ଠିର ପରିଡାଙ୍କଠାରୁ ଶଗଡ଼ ମାଗି ଆଣି ରାତି ଅନିଦ୍ରା ହୋଇ ସୁନ୍ଦର ଭାବରେ ଶଗଡକୁ ଫୁଲରେ ସଜାଇଥିଲେ। ନିଜ […]

ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ

ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ । ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ ପ୍ରାଣୀ ସମ୍ପଦ ଓ ଗୋଟିଏ କୃଷି କଲେଜ ଖୋଲିବ। ସୋନପୁରରେ ଖୋଲାଯିବ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ। ଚିପିଲିମାରେ ପ୍ରାଣୀ ସମ୍ପଦ ଓ ବଲାଙ୍ଗିରରେ କୃଷି କଲେଜ ଖୋଲିବ। ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡାରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ୨୬ତମ ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ଯୋଗଦାନ ଅବସରରେ ଏହା କହିଛନ୍ତି ଗୋକୁଳାନନ୍ଦ।

ଏଣିକି ହୋଡିଂ ଲଗାଇଲେ ବିଏମସି ଠାରୁ ନେବାକୁ ହେବ ଅନୁମତି

ହୋର୍ଡିଂ ଟ୍ରାଜେଡି ପରେ ବିଏମ୍ସିର ପଶିଲା ଚେତା ।ଏଣିକି ମନଇଛା ଲଗାଇ ପାରିବେନି ହୋର୍ଡିଂ । ଏଥିପାଇଁ ବିଏମସି ଅଞ୍ଚଳରେ ନେବାକୁ ପଡିବ ଅନୁମତି । ପ୍ରତି ହୋର୍ଡିଂର ହେବ ତୃତୀୟ ପକ୍ଷ ଇନ୍ସ୍ୟୁରାନ୍ସ ।ସ୍ଥାୟୀ ପ୍ରମାଣପତ୍ର ଦେବା ପାଇଁ ବାଧ୍ୟତାମୂଳକା କରାଯାଇଛି ବୋଲି କହିଛନ୍ତି ବିଏମ୍ସି କମିଶନର ଚଞ୍ଚଲ ରଣା ।ସେହିପରି, ସମସ୍ତ ହୋର୍ଡିଂ ଷ୍ଟ୍ରକଚର କିପରି ପରିଚାଳନା, ଦେଖାଶୁଣା ଓ ସୁରକ୍ଷା ହେଉଛି ସେଥିପାଇଁ ହୋର୍ଡିଂ ପାଇଁ ନୂଆ ବ୍ୟବସ୍ଥା କରିବ ବିଏମ୍ସି । […]

ରାଜ୍ୟ ସଭା କଂଗ୍ରେସ ପ୍ରାର୍ଥୀକୁ ନେଇ ଭକ୍ତଙ୍କ ବଡ଼ ଘୋଷଣା, ଲିଷ୍ଟରେ ରଖିଲେ ଏହି ୫ ଜଣଙ୍କ ନାଁ

ଦିଲ୍ଲୀ ଗଲେ ପିସିସି ସଭାପତି ଭକ୍ତ ଦାସ । ହାଇକମାଣ୍ଡଙ୍କ ସହ କଥା ହେବାକୁ ଦିଲ୍ଲୀ ଯାଉଛି,ପ୍ରାର୍ଥୀ ଫାଇନାଲ୍ ହେବ କହିଲେ ପିସିସି ସଭାପତି ଭକ୍ତ ଦାସ । ରାଜ୍ୟର ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ । ୫ଟି ନାଁକୁ ନେଇ ଆଲୋଚନା ଚାଲିଛି ବୋଲି ଭକ୍ତ ଦାସ କହିଛନ୍ତି ।ତାଲିକାରେ ପ୍ରଫେସର ପ୍ରଭାସ ପଟ୍ଟନାୟକ, ଆଇନଜୀବୀ ପିକେ ରାଏ, ଲଳିତ ମାନସିଂହ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଓ ଦତ୍ତେଶ୍ୱର ହୋତାଙ୍କ ନାଁ […]

ପାରାଦ୍ୱୀପରେ ହେବ ଗ୍ରୀନ ହାଇଡ୍ରୋଜେନ ଜେଟି

ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ଆଖି ଆଗରେ ରଖି ଓଡିଶାକୁ ମୋଦି ସରକାରଙ୍କ ବଡ଼ ଭେଟି । ବିକଶିତ ଓଡିଶା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାକୁ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟ ପକ୍ଷରୁ ବନ୍ଦର ସହର ପାରାଦ୍ୱୀପ ଠାରେ ଏକ ‘ଗ୍ରୀନ ହାଇଡ୍ରୋଜେନ ଜେଟି’ ବିକଶିତ କରାଯିବାକୁ ଘୋଷଣା କରାଯାଇଛି । ଏନେଇ ବିଭାଗ ପକ୍ଷରୁ ୭୯୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ପାରାଦ୍ୱୀପ ବନ୍ଦରକୁ ଏକ ସବୁଜ ଶକ୍ତି କାର୍ଗୋ […]

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜନଗର କେରେଡ଼ାଗଡ଼ ଆର୍‌ଆଇ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜନଗର କେରେଡ଼ାଗଡ଼ ଆର୍‌ଆଇ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତହସିଲ ଅନ୍ତର୍ଗତ କେରେଡ଼ାଗଡ଼ ସର୍କଲର ରାଜସ୍ୱ ନିରୀକ୍ଷକ (RI) ଶ୍ରୀ ପ୍ରଦ୍ୟୁମ୍ନ କେଶରୀ ବେହୁରା । ଏକ ପଟ୍ଟାକୁ ସଂଶୋଧନ କରାଇଦେବା ପାଇଁ ଶୁକ୍ରବାର ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା କଟକ ଭିଜିଲାନ୍ସ ଟିମ୍‌। ଦୀର୍ଘ ସମୟ ଧରି ସମ୍ପୃକ୍ତ ରାଜସ୍ବ ନିରୀକ୍ଷକଙ୍କୁ ଭିଜିଲାନ୍ସ ଟିମ୍‌ ଫଲୋ କରିଥିଲା। ଅଭିଯୋଗକାରୀ ଟଙ୍କା ଦେବା ପରେ ନିରୀକ୍ଷକ ଟଙ୍କା […]

ଶାଗ ତୋଳୁଥିବାବେଳେ ନାବାଳିକାକୁ ଦୁଷ୍କର୍ମ କରି ମାରିଦେଲେ

ନିଜ ବାଡିରୁ ଶାଗ ତୋଳିବାକୁ ଯାଇଥିବା ବେଳେ ଦୁଷ୍କର୍ମ କରି ଜୀବନରୁ ମାରିଦେଲେ । ମାତ୍ର ଏଗାର ବର୍ଷର ନାବାଳିକାଙ୍କ ସହ ଏଭଳି ଅମାନବୀୟ ଘଟଣା ଘଟାଛନ୍ତି ଦୁଷ୍କର୍ମକାରୀ । । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଅନ୍ତର୍ଗତ ବିଜିଗୋଳ ଗ୍ରାମ ଅଞ୍ଚଳରେ । ପରିବାର ପକ୍ଷରୁ ଥାନାରେ ଏତଲା ଦେଇଥିଲେ । ଆଜି ଗାଁ ପାଖ ଘାସ ବଣରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ […]

ଭୂକମ୍ପରେ ଥରିଲା କଟକ ଓ ବାଲେଶ୍ୱର

ଭୂମିକମ୍ପରେ ଥରିଲା କୋଲକାତା…ଆଜି ହଠାତ୍ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପର ଝଟକା ଲାଗିଛି। ଅପରାହ୍ନ ପ୍ରାୟ ୧ଟା୨୦ ସମୟରେ ଭୂମିକମ୍ପ ହୋଇଥିଲା। କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲାରେ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରେକର୍ଡ କରାଯାଇଛି । ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ଥିଲା। ଏହି ଝଟକା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲାସେପଟେ ଓଡ଼ିଶାରେ ମଧ୍ୟ ସମାନ […]