author

ପେଣ୍ଟା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଦିବସ କାର୍ଯକ୍ରମ

ରାୟଗଡ଼ା ତା ୨୮/୦୨ (ନୀପ୍ର) ରାୟଗଡ଼ା ଜିଲ୍ଲା ସଦର ବ୍ଲକ ପେଣ୍ଟା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ଓ ଗଣିତ ପଦର୍ଶନି ମେଳା ଉଦ୍‌ଘାଟିତ ହୋଇଯାଇଛି। ପେଣ୍ଟା ସରକାରି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ଗୌଡଙ୍କ ଅଧ୍ୟକ୍ଷତାରେ ପଦର୍ଶନି ମେଳାଟି ଅନୁଷ୍ଠିତ ହୋଇ ଯାଇଅଛି। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଜ୍ଞାନ ଭିତ୍ତିକ ବିଭିନ୍ନ ପ୍ରକଳ୍ପ ପଦର୍ଶିତ କରିଥିଲେ । ଏହି ପ୍ରତିଯୋଗିତାରେ ସେ ମୋଟ ୪୦ […]

ପ୍ରଭାତ ବିଶ୍ଵାଳ ବିଜେଡିରୁ ବହିଷ୍କୃତ

ଦଳ ବିରୋଧୀ ବକ୍ତବ୍ୟ ଏବଂ ବିଶୃଙ୍ଖଳା ଆଚରଣ ପଡ଼ିଲା ମହଙ୍ଗା। ପାର୍ଟିରୁ ନିଲମ୍ବନ ନୁହେଁ ଏକା ଥରକେ ବିଜେଡିରୁ ବହିଷ୍କାର ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ଵାଳ। ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ବିଦା ହେଲେ । ତେବେ ସେ ଆଜି ନବୀନଙ୍କ ରାଜ୍ୟସଭା ପ୍ରାର୍ଥୀ ନିଷ୍ପତ୍ତିକୁ ବିରୋଧ କରିଥିଲେ ।ଆଜି ବିଜେଡି ନିଜର ଦୁଇ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ବିଷୋଦଗାର କରିଥିଲେ ପ୍ରଭାତ ବିଶ୍ଵାଳ। 

ସହକାରୀ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା: ଶିକ୍ଷକର କେବେ ଅବସର ନଥାଏ

ନୟାଗଡ଼,(ଓଡ଼ିଶା ଦର୍ପଣ): ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ  ପଶ୍ଚିମ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସତ୍ୟଭାମା ଦେବୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବିଶିଷ୍ଟ କବି ତଥା ସାହିତ୍ୟିକ ଗୋଦାବରୀଶ ମିଶ୍ର ଏପରି ମତବ୍ୟକ୍ତ କରିଥିଲେ।  ଶ୍ରୀମତୀ […]

ଜଣେ ମାନସିକ ଅନଗ୍ରସର ନାବାଳିକାଙ୍କୁ ଦୁଷ୍କର୍ମ ସହ ଗର୍ଭବତୀ କରିଥିବା ଅଭିଯୋଗ

ସମ୍ବଲପୁର  ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ମାନସିକ ଅନଗ୍ରସର ନାବାଳିକା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ଭଳି ଏକ ଲଜ୍ଜାଜନକ ଘଟଣା ଘଟିଥିବା ଜଣାପଡିଛି l ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ 14 ବର୍ଷୀୟ ମାନସିକ ଅନଗ୍ରସର ତଥା ମୁକ ବଧିର ନାବାଳିକାଙ୍କ ଅସ୍ବାଭାବିକ ଭାବେ ପେଟ ବଢ଼ି ବଢ଼ି ଚାଲିଥିବା ବେଳେ ଏହାକୁ ନେଇ ତାଙ୍କ ବାପା ମା’ ସନ୍ଦେହ କରିଥିଲେ lଗତ ବୁଧବାର ଦିନ ସେମାନେ ସମ୍ପୃକ୍ତ […]

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଭାରତର ବଡ଼ କ୍ଷତି!

ଇରାନ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପୁଜିଥିବା ପରିସ୍ଥିତିରେ ଏବେ ଭାରତୀୟ ଲୋକେ ସିଧାସଳଖ ପ୍ରଭାବିତ ହେବେ। ଇରାନରୁ ଭାରତର ସର୍ୱାଧିକ ଆମଦାନୀ ହେଉଛି ଅଶୋଧିତ ତେଲ। ଭାରତ ଇରାନରୁ ପିସ୍ତା ଏବଂ ଖଜୁର ଭଳି ଶୁଖିଲା ଫଳ, କିଛି ରାସାୟନିକ ପଦାର୍ଥ, ପେଟ୍ରୋକେମିକାଲ ଉତ୍ପାଦ ଏବଂ କାଚପାତ୍ର ମଧ୍ୟ ଆମଦାନୀ କରେ। ପାଖାପାଖି ୯ ନିୟୁତ ଭାରତୀୟ ଉପସାଗରୀୟ ଦେଶ ( ସାଉଦୀ ଆରବ, ୟୁଏଇ ଓ କତାର ଆଦି […]

ଆଜି ୨୮ଟି ନୂଆ ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜ୍ୟର ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିବା ପାଇଁ ରାଜ୍ୟ ସରକାର ସ୍ଥିର କରିଥିଲେ । ସେଥିମଧ୍ୟରୁ ୨ଟି ପର୍ଯ୍ୟାୟରେ ୪୦୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇସାରି ଥିବା ବେଳେ ଆଜି (ଶନିବାର) ଆଉ ୨୮ଟି ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ଆମ୍ବୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ପ୍ରାୟ ୧୧୧ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବିନିଯୋଗ କରିଛନ୍ତି ।ବର୍ତ୍ତମାନ ରାଜ୍ୟର […]

ଆସନ୍ତା ଏପ୍ରିଲ୍ ୨ରୁ ୫ ତାରିଖ ମଧ୍ୟରେ ଖଡ଼ିଛୁଆଁ ଉତ୍ସବ

ପିଲାମାନେ ଖଡ଼ି ଛୁଇଁ ଆରମ୍ଭ କରିବେ ପାଠପଢ଼ା । ପାରମ୍ପରିକ ରୀତିନୀତିରେ ପିଲାଙ୍କର ହେବ ବିଦ୍ୟାଳୟ ପ୍ରବେଶ ଉତ୍ସବ । ପ୍ରସ୍ତୁତି ଅନୁଯାୟୀ, ସ୍କୁଲରେ ପିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବ । ଏଥିସହ ପିଲାଙ୍କୁ ଶିକ୍ଷା କିଟ୍ ବଣ୍ଟନ ହେବ ।ଆସନ୍ତା ଶିକ୍ଷାବର୍ଷ (୨୦୨୬-୨୭) ପାଇଁ ଆସନ୍ତା ଏପ୍ରିଲ୍ ୨ରୁ ୫ ତାରିଖ ମଧ୍ୟରେ ଖଡ଼ିଛୁଆଁ ଉତ୍ସବ ପାଳନ କରାଯିବ ।ଏଥିସହ ୬ ବର୍ଷର ପିଲାଙ୍କର ପ୍ରଥମ ଶ୍ରେଣୀରେ ନାମଲେଖା କରାଯିବ । ଏନେଇ […]

ରାଜ୍ୟ ସଭା ପାଇଁ ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ଟିକେଟ୍‌

ପୁଣି ଚମକେଇଲେ ନବୀନ । ସବୁ ଚର୍ଚ୍ଚା ଏବଂ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଲେ ବିଜେଡି ସୁପ୍ରିମୋ ।ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ। ସଂତୃପ୍ତ ତୃତୀୟ ଓ ଦତ୍ତେଶ୍ୱର ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।ସୂଚନାଯୋଗ୍ୟ ଯେ, ଓଡ଼ିଶା କୋଟାରୁ ରାଜ୍ୟସଭାରେ ୪ଟି ଆସନ ଖାଲି ହେବାକୁ ଯାଉଛି । ଯେଉଁଥି ଲାଗି ବିଜେଡି, ବିଜେପି ଓ […]

ଆରମ୍ଭ ହେଲା ଯୁଦ୍ଧ: ଇରାନ ଉପରେ ଆକ୍ରମଣ କଲା ଇସ୍ରାଏଲ

ଇସ୍ରାଏଲ ଇରାନ ଉପରେ ପ୍ରଚଣ୍ଡ ହମ୍‌ଲା । ଇସ୍ରାଏଲ ଇରାନ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ଆଇଡିଏଫ୍ ଲୋକଙ୍କୁ ଘର ଭିତରେ ରହିବାକୁ ନିବେଦନ କରିଛି । ସେପଟେ ଇସ୍ରାଏଲୀ ଆକ୍ରମଣ ପରେ ସାଇରନ୍ ବାଜିବା ଆରମ୍ଭ ହୋଇଛି । ଏହି ଆକ୍ରମଣ ପରେ ଇସ୍ରାଏଲ ଉପରେ ମଧ୍ୟ ପ୍ରତିଶୋଧ ମୂଳକ ଆକ୍ରମଣର ଆଶଙ୍କା ରହିଛି ।ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଇସ୍ରାଏଲୀ ବାୟୁସେନା ଇରାନରେ […]

ନବୀନ ନିବାସରେ ଡାକ୍ତର ଦତ୍ତେଶ୍ୱର ହୋତା: ରାଜ୍ୟ ସଭା ନିର୍ବାଚନ ପ୍ରାର୍ଥୀ ହେବେ କି ?

ନବୀନ ନିବାସରେ ଡାକ୍ତର ଦତ୍ତେଶ୍ୱର ହୋତା । ଆଜି ପୁଣି ଥରେ ବିଜେଡି ବିଧାୟକମାନଙ୍କୁ ନବୀନ ନିବାସକୁ ଡକାଯାଇଛି । ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । ରାଜ୍ୟସଭା ରେସ ଭିତରେ ଡାକ୍ତର ଦତ୍ତେଶ୍ୱର ହୋତା ନବୀନ ନିବାସରେ ପହଞ୍ଚିବା ପରେ ବଢିଲା ଚର୍ଚ୍ଚା । ଲଗାତର ଦ୍ବିତୀୟ ଦିନରେ ନବୀନ ନିବାସରେ ସମସ୍ତ ବିଧାୟକ ଉପସ୍ଥିତ ଅଛନ୍ତି। ବିଧାୟକଙ୍କ ସହ ଆଲୋଚନା ପରେ ଘୋଷଣା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ ବୋଲି […]

୧ ମାର୍ଚ୍ଚ, ୨୦୨୬ରୁ ପହିଲାରୁ ବଦଳିଯିବ ଏହି ନିୟମ

୧ ମାର୍ଚ୍ଚ, ୨୦୨୬ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ। ସାଧାରଣ ଏବଂ ପ୍ଲାଟଫର୍ମ ଟିକେଟ ବୁକିଂ ପାଇଁ ନିୟମ ୧ ମାର୍ଚ୍ଚ, ୨୦୨୬ରୁ ପରିବର୍ତ୍ତନ ହେବାକୁ ଯାଉଛି। ପୁରୁଣା ଭାରତୀୟ ରେଳବାଇ UTS ଆପ୍ ୧ ମାର୍ଚ୍ଚରୁ ବନ୍ଦ ହୋଇଯିବ, ଏହାକୁ ନୂତନ RailOne ଆପ୍ ସହିତ ବଦଳାଇ ଦିଆଯିବ। ସାଧାରଣ ଟିକେଟ୍, ପ୍ଲାଟଫର୍ମ ଟିକେଟ୍ ଏବଂ ସ୍ଥାନୀୟ ଯାତ୍ରା ସହିତ ଜଡିତ ସବୁକିଛି ଏହି ନୂତନ ଆପ୍ ରେ ଉପଲବ୍ଧ ହେବ।ଡିଜିଟାଲ୍ ଠକେଇକୁ ରୋକିବା ପାଇଁ […]

ଆଜିଠୁ ସର୍ଭିକାଲ କ୍ୟାନ୍ସର ଟିକାକରଣ ଅଭିଯାନ ଆରମ୍ଭ

ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଜିଠାରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟିକାକରଣ ଅଭିଯାନ । ୧୪ ବର୍ଷ ଯାଏଁ ଝିଅଙ୍କୁ ଦିଆଯିବ ସିଙ୍ଗଲ ଡୋଜ୍। ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ତିନିଟି ଡୋଜ୍ ଦିଆଯିବ । ଟିକାକରଣ ପ୍ରକ୍ରିୟା ସରକାରୀ ଓ ବେସରକାରୀ ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାୟକ୍ରମେ ଚାଲିବ । […]