ନୟାଗଡ଼,(ଓଡ଼ିଶା ଦର୍ପଣ): ଚଳିତ ବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଦଶପଲ୍ଲାରୁ ପୁରୀ ଏବଂ ପୁରୀରୁ ଦଶପଲ୍ଲା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।ଦଶପଲ୍ଲାରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍:ଟ୍ରେନ୍ ନଂ ୦୮୪୩୧: ଏହି ଟ୍ରେନ୍ ୧୫.୦୭.୨୬ ରୁ ୨୫.୦୭.୨୬ ପର୍ଯ୍ୟନ୍ତ ଚାଲିବ। ଏହା ଦଶପଲ୍ଲାରୁ ରାତି ୧୧:୩୦ ରେ ଛାଡ଼ି ପୁରୀରେ ଭୋର ୦୩:୩୦ ରେ ପହଞ୍ଚିବ।ଟ୍ରେନ୍ ନଂ ୦୮୪୩୩: ଏହି […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟରେ ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ପଦୋନ୍ନତି ପାଇ ଯୋଗ ଦେଇଥିବା ନୂତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କୁ ବିଦ୍ୟାଳୟ ପରିବାର ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସେହିପରି, ଏହି ବିଦ୍ୟାଳୟରୁ ପଦୋନ୍ନତି ପାଇ ଅନ୍ୟତ୍ର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିବା ଦୁଇ ଶିକ୍ଷୟିତ୍ରୀ ରସିଦା ଖାତୁନ ଏବଂ ପୂର୍ଣ୍ଣିମା ତ୍ରିପାଠୀଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ନୂତନ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ସର୍କିଟ୍ ହାଉସ୍ ନିକଟରେ ଅବସ୍ଥିତ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା ଭବନରେ ପରିଷଦର ପ୍ରତିଷ୍ଠା ଦିବସ ତଥା ନୟାଗଡ଼ ଶାଖାର ସ୍ଥାପନା ଦିବସ ପାଳିତ ହୋଇ ଯାଇଛି। ଶାଖା ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଓଡିଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ ଯୋଗଦେଇ ଥିଲା ବେଳେ ମୁଖ୍ଯବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ର […]
ନୟାଗଡ଼(ଓଡ଼ିଶା ଦର୍ପଣ):ସ୍ଥାନୀୟ ଆଙ୍କୁଲାଇ ସରକାରୀ ଉଚ୍ଚ ବିଦ୍ୟାଳୟ, ମାନଧାତାପୁର ପରିସରରେ ବନମହୋତ୍ସବ ସପ୍ତାହ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ଇକୋ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଜନସାଧାରଣଙ୍କ ମଧ୍ୟରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିବ ଶଙ୍କର ଦାଶ ଓ ନରହରି ସାମନ୍ତସିଂହାର ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ନୟାଗଡ଼ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଲୁମିନି କମିଟି ସଭାପତି ଲକ୍ଷ୍ମୀଧର ମହାପାତ୍ର ଅତିଥି ଭାବେ ଯୋଗଦାନ କରି ବୃକ୍ଷ ରୋପଣ କରିବା ଦ୍ୱାରା ପ୍ରକୃତିର ଭାରସାମ୍ୟ ବଜାୟ ରହିବା ସହିତ ଆମେ ବିଶୁଦ୍ଧ ଅମ୍ଳଜାନ ପାଇ ପରିବା ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ପକ୍ଷରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ଉପଜିଲ୍ଲାପାଳଙ୍କ ଦ୍ୱାରା ‘ଛେରାପହଁରା’ ନୀତି ସମ୍ପନ୍ନ ହେବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ନୟାଗଡ଼ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପରମ୍ପରାର ସୁରକ୍ଷା ଦାବିରେ ‘ଶ୍ରୀଜଗନ୍ନାଥ ପରମ୍ପରା ସୁରକ୍ଷା ମଞ୍ଚ’ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପରମ୍ପରା ସୁରକ୍ଷା ପାଇଁ ଦାବିରାଜରାଜୁଡ଼ା ଅମଳରୁ ପ୍ରଚଳିତ ପରମ୍ପରା ଅନୁଯାୟୀ ଛେରାପହଁରା ନୀତି ରାଜାଙ୍କ ଦ୍ୱାରା ସମ୍ପାଦିତ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ବହୁ ପ୍ରତିକ୍ଷିତ ଏବଂ ପ୍ରସ୍ତାବିତ ତାଳଚେର -ଗୋପାଳପୁର ରେଳ ଲାଇନ ଅନୁଗୁଳ, ଆଠଗଡ, ବଡମ୍ବା, ନରସିଂହପୁର ଦେଇ କଣ୍ଟିଲୋ ଖଣ୍ଡପଡ଼ାକୁ ନୟାଗଡ଼ ରେଳ ଷ୍ଟେସନ ସହିତ ଯୋଡିବା ସଙ୍ଗେ ସଙ୍ଗେ ଉକ୍ତ ୧୨୦ କିଲୋମିଟର ରେଳପଥକୁ ଖୋର୍ଦ୍ଧା ଟାଉନ ଷ୍ଟେସନ ଠାରୁ କାଇପଡର ପର୍ଯ୍ୟନ୍ତ ଏକ କର୍ଡ ଲାଇନ ଦ୍ୱାରା ସଂଯୁକ୍ତ କରାଯିବ ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ଉତ୍ତର ରଖିଥିଲେ। ଏଥିନିମନ୍ତେ ଆବଶ୍ୟକ ଲୋକେସନ ସର୍ଭେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ଶ୍ରେଣୀରେ ନାମଲେଖା ପାଇଁ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିପିଇଟି-୨୦୨୬ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଛାତ୍ରୀ ରିତ୍ୟୁଷା ମିଶ୍ର ସମଗ୍ର ରାଜ୍ୟରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି।ତାଙ୍କର ଏହି ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ରାଉତ, ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ରବୀନ୍ଦ୍ର କୁମାର ବେହେରାଙ୍କ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ଏବଂ ନବକଳେବର ରଥ ଚକ ସ୍ଥାପନ କମିଟିର ମିଳିତ ଆନୁକୂଲ୍ୟରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ପ୍ରାଣକୃଷ୍ଣ ମହାରଣା,କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର,ଡ.ଆଶୁତୋଷ ମିଶ୍ର, ମାଧବ ଡାକୁଆ,ବିଷ୍ନୁପ୍ରିୟା ବେହେରା, ଓମ ପ୍ରକାଶ ମହାରଣା,ଶୁଚିସ୍ମିତା ଦୋରା ପ୍ରମୁଖ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଟାଟା ବିଦ୍ୟୁତ କମ୍ପାନୀର ମନମୁଖୀ କାର୍ଯ୍ୟକଳାପ ଏବଂ ବିପର୍ଯ୍ୟସ୍ତ ବିଦ୍ୟୁତ ଯୋଗାଣ ପ୍ରତିବାଦରେ ଆସନ୍ତା ୩୦ ତାରିଖ ଦିନ ‘ଦଶପଲ୍ଲା ବିଦ୍ୟୁତ ଉପଭୋକ୍ତା ସଂଘ’ ପକ୍ଷରୁ ଦିଆଯାଇଥିବା ଦଶପଲ୍ଲା ବନ୍ଦ ଡାକରାକୁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପୂର୍ଣ୍ଣ ସମର୍ଥନ ଜଣାଇଛି। ଏହା ସହିତ ଏହି ଆନ୍ଦୋଳନକୁ ବ୍ୟାପକ ଓ ସଫଳ କରିବା ପାଇଁ ଦଶପଲ୍ଲା ଅଞ୍ଚଳର ସମସ୍ତ ଉପଭୋକ୍ତା ସଂଗଠନ ଏଥିରେ ସାମିଲ ହେବାକୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି। […]
ନୟାଗଡ଼,(ଓଡ଼ିଶା ଦର୍ପଣ): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଆନୁକୂଲ୍ୟରେ ପରିଚାଳିତ ସର୍ବଭାରତୀୟ ସାଧାରଣ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷାରେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଦର୍ଶନ ବିଭାଗର ଛାତ୍ର ରୁଦ୍ର ପ୍ରସାଦ ନାୟକ ସମଗ୍ର ଦେଶରେ ଦ୍ଵିତୀୟ ସ୍ଥାନ ହାସଲ କରି ଓଡ଼ିଶା ତଥା ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପରୀକ୍ଷାରେ ସେ ମୋଟ ୨୫୧ ମାର୍କ ରଖିବା ସହ ଏହି ଫଳାଫଳ ଆଧାରରେ ଦେଶର ପ୍ରତିଷ୍ଠିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀରେ ପ୍ରଥମ ରାଙ୍କ ସହ ଅଧ୍ୟୟନ କରିବାର […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଆ ନାଟ୍ୟଜଗତର ପ୍ରଖ୍ୟାତ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଶ୍ରାଦ୍ଧ ଦିବସ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସଂସ୍କୃତି ଭବନ ପ୍ରାଙ୍ଗଣରେ ଥିବା ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା।ଆବାହକ ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଓଡ଼ିଆ ସାରସ୍ୱତ ଓ ନାଟ୍ୟ ସାହିତ୍ୟ ପ୍ରତି ଥିବା […]
