ମଧ୍ୟପ୍ରଦେଶରେ ସମ୍ମାନୀତ ହେଲେ ବ୍ୟଙ୍ଗ କବି ରବୀନ୍ଦ୍ର ରାଉତ

ନୟାଗଡ଼, (ଓଡ଼ିଶା ଦର୍ପଣ): ମଧ୍ୟପ୍ରଦେଶର ଇନ୍ଦୋର ଠାରେ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦ ଦ୍ୱାରା “ଚତୁର୍ଥ ଉତ୍କଳ ଦିବସ ସମାରୋହ ୨୦୨୬” ଇନ୍ଦୋର (ମହୁ) ସ୍ଥିତ ମେଡିକ୍ୟାପ୍ସ ଇନଭରସିଟି ଅଡିଟୋରିୟମ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ରବୀନ୍ଦ୍ର କୁମାର ସ୍ୱାଇଁ (ଏମ. ଡି.ରୋହନ ଇଣ୍ଟର ପ୍ରାଇଜର୍ସ, ମୁଖ୍ୟ ବକ୍ତାଭାବେ ଆନନ୍ଦ ଅଗ୍ରୱାଲ (ଏମ. ଡି. ପାପେୟା ଟ୍ରୀ ) ସମ୍ମାନିତ ଅତିଥିଭାବେ  ଶ୍ରୀନିବାସ ମିଶ୍ର (ଜି.ଏମ, ବ୍ୟାଙ୍କ ଅଫ […]

ଶେଷ ହେଲା ପ୍ରଶିକ୍ଷଣ, ୧୬ ରୁ ଘରକୁ ଘର ବୁଲିବେ ଜନଗଣନାକାରୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ତିନିଦିନ ଧରି ଚାଲିଥିବା ଭାରତର ଜନଗଣନା-୨୦୨୭ କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଗୃହ ତାଲିକା ଏବଂ ଗୃହ ଗଣନା ପାଇଁ ଉଦ୍ଦିଷ୍ଟ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି। ମୁନିସିପାଲିଟି କାର୍ଯ୍ୟାଳୟ ସଭାଗୃହରେ  ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ୮୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିବା ବେଳେ ସେମାନେ ଚଳିତ ମାସ ୧୬ ତାରିଖରୁ ଘରକୁ ଘର ବୁଲି ଜନଗଣନା କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଗୃହ ଗଣନା ଏବଂ ଗୃହତାଲିକା ସହିତ […]

ମୁନିସିପାଲିଟିରେ ଜନଗଣନା ପ୍ରଶିକ୍ଷଣର ଶୁଭାରମ୍ଭ

ନୟାଗଡ଼,(ଓଡ଼ିଶା ଦର୍ପଣ):  ଭାରତର ଜନଗଣନା-୨୦୨୭ କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଗୃହ ତାଲିକା ଏବଂ ଗୃହ ଗଣନା ପାଇଁ ଉଦ୍ଦିଷ୍ଟ ଏକପ୍ରଶିକ୍ଷଣ ଶିବିର ମୁନିସିପାଲିଟି କାର୍ଯ୍ୟାଳୟ ସଭାଗୃହରେ ଆଜିଠାରୁ ଆରମ୍ଭ ହୋଇଛି। ତିନିଦିନ ଧରି ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ ରୋଜିନା ଦାସ ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ପୌରପାଳ ନିରୁପମା ଖଟେଇ ଯୋଗଦାନ କରି […]

ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପିଏମ ଶ୍ରୀ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ତଥା ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ,ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲାପରିଷଦ ଅଧ୍ୟକ୍ଷ […]

ନିର୍ଦ୍ଦେଶନାମା ଥିବା ସତ୍ୱେ ସକାଳୁଆ ହେଲାନି ସ୍କୁଲ, ଜିଲ୍ଲାପାଳଙ୍କୁ ଭେଟିଲେ ବିଭିନ୍ନ ଶିକ୍ଷକ ସଂଗଠନ

ନୟାଗଡ଼,(ଓଡ଼ିଶା ଦର୍ପଣ): ରାଜ୍ୟ ସରକାରଙ୍କ ସ୍ଥାୟୀ ନିର୍ଦ୍ଦେଶନାମା ଥିବା ସତ୍ୱେ ନୟାଗଡ଼ ଜିଲ୍ଲାର ବିଦ୍ୟାଳୟ ଗୁଡିକ ଏପ୍ରିଲ ୨ ରୁ ସକାଳୁଆ ସ୍କୁଲ ହୋଇନାହିଁ। ଫଳରେ ପ୍ରବଳ ଖରାରେ ପିଲାମାନେ ଖୁବ କମ ସଂଖ୍ୟାରେ ସ୍କୁଲ ଆସୁଥିବା ଜଣାପଡିଛି। ବର୍ତ୍ତମାନ ନୟାଗଡ଼ ଜିଲ୍ଲାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିବା ବେଳେ ପ୍ରଚଣ୍ଡ ଖରା ଏବଂ ଝାଞ୍ଜି ପବନ ଯୋଗୁଁ ପିଲାମାନେ ସ୍କୁଲ ଆସିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିବାର ଆଶଙ୍କା […]

ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ନୟାଗଡ଼,(ଓଡ଼ିଶା ଦର୍ପଣ):  ନୟାଗଡ଼ ଏନଏସି ଉଚ୍ଚ ବିଦ୍ୟାଳୟର ସହକାରୀ ହିନ୍ଦୀ ଶିକ୍ଷୟିତ୍ରୀ ସୁଚିତ୍ରା ଦେବୀଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅବସର କାଳୀନ ସଭାରେ ସୁଚିତ୍ରା ଦେବୀଙ୍କ ଦୀର୍ଘ ଦିନର ସେବା, ସମର୍ପଣ ତଥା ଶିକ୍ଷା ପ୍ରତି ନିଷ୍ଠା ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବା ସହିତ ପିଲାମାନଙ୍କୁ ଶିଖାଇଥିବା ଶ୍ରମ, ଶୃଙ୍ଖଳା,ମୂଲ୍ୟବୋଧ ଏବଂ ସଠିକ ପଥରେ ଚାଲିବାର ଉପାୟ ସଦାସର୍ବଦା […]

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼,(ଓଡ଼ିଶା ଦର୍ପଣ):ମଡେଲ ଡିଗ୍ରୀ କଲେଜ ଓ ନୟାଗଡ଼ ସଡ଼କ ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ସଡ଼କ ସୁରକ୍ଷାର ସମ୍ବେଦନତା ବିଷୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା | ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ଏମ୍.ଭି.ଆଇ ପ୍ରକାଶ କୁମାର ଦୀପ୍ ଓ ସହକାରୀ ଆର୍.ଟି.ଓ. ସୁଶ୍ରୀ ଶ୍ରଦ୍ଧା ସାହୁ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ | ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନଙ୍କୁ ଏମ୍.ଭି.ଆଇ. ଦୁର୍ଘଟଣାକାଳୀନ “ଗୋଲଡେନ୍ […]

ଉଦଯାପିତ ହେଲା ବ୍ଲକସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ପ୍ରବୋଧନ’

ନୟାଗଡ଼,(ଓଡ଼ିଶା ଦର୍ପଣ): ଗତ ପାଞ୍ଚ ଦିନ ଧରି ନୟାଗଡ଼ ବ୍ଲକ ଅନ୍ତର୍ଗତ ଶ୍ୟାମବନ୍ଧୁ ସରକାରୀ ହାଇସ୍କୁଲ, ମାଛିପଡ଼ା ଠାରେ ଚାଲିଥିବା ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ପ୍ରବୋଧନ’  ଆଜି ଉଦଯାପିତ ହୋଇଯାଇଛି । ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ଓ ବିଦ୍ୟାଳୟ ଶିକ୍ଷା-୨୦୨୫କୁ ଆଧାର କରି ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିଲା । ସୂଚନା ଯୋଗ୍ୟ ଯେ ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟ […]

ନୟାଗଡ ହେଉଛି ସାହିତ୍ୟ ଓ ସଂସ୍କୃତିର ମାଟି

ନୟାଗଡ,(ଓଡ଼ିଶା ଦର୍ପଣ):” ଓଡ଼ିଶା ସାହିତ୍ୟ ଏକାଡେମୀ”, ଭୁବନେଶ୍ୱର ଓ ସାହିତ୍ୟ ଓ ସଂସ୍କୃତି ପରିଷଦ “ପରମ୍ପରା” ନୟାଗଡଙ୍କ ମିଳିତ ଆନୁକୁଲ୍ୟରେ ଏକଦିବସୀୟ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ କାର୍ଯକ୍ରମ ନୟାଗଡ  କେ.ସି କ୍ଲବ୍ ଠାରେ ଆଜି ଦିବା ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଉଦ୍ଘାଟକ ଭାବେ ବରିଷ୍ଠ ସାହିତ୍ୟିକ ଓ ଶିକ୍ଷାବିତ୍ ପ୍ରଫେସର ନିଶାମଣି ସ୍ୱାଇଁ , ମୁଖ୍ୟ ବକ୍ତା ଭାବେ ବରିଷ୍ଠ ପ୍ରବଚକ ଓ ସୁବକ୍ତା ଡ଼. ଗଣେଶ୍ୱର […]

ଜାତୀୟ ଆର୍ବିଟର ପରୀକ୍ଷାରେ ନୟାଗଡ଼ ଜିଲ୍ଲାରୁ ୩ କୃତକାର୍ଯ୍ୟ

ନୟାଗଡ଼,(ଓଡ଼ିଶା ଦର୍ପଣ):ଚେସ ଖେଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ସର୍ବ ଭାରତୀୟ ଚେସ ଫେଡେରେସନ, ନୂଆଦିଲ୍ଲୀ ଦ୍ୱାରା ଅନୁଷ୍ଠିତ ଜାତୀୟ ଆର୍ବିଟର ପରୀକ୍ଷାରେ ନୟାଗଡ଼ ଜିଲ୍ଲାରୁ ୩ ଜଣ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେମାନେ ହେଲେ ଜିଲ୍ଲା ଚେସ ଆସୋସିଏସନ ଉପ ସଭାପତି ବାଲା୍ରସେନ ପାତ୍ର, ସମ୍ପାଦକ ଲକ୍ଷ୍ମୀଧର ସାହୁ ଏବଂ ରାଜ୍ୟ ଚେସ ଆସୋସିଏସନ ସଦସ୍ୟ ରିତେଶ ରଥ। ସୂଚନା ଯୋଗ୍ୟ ଯେ ଏହି ଆର୍ବିଟର ମାନେ ବିଭିନ୍ନ ସ୍ୱୀକୃତି ପ୍ରାପ୍ତ […]

ନୟାଗଡ଼ରେ ମଣ୍ଡଳ ସ୍ତରୀୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ନୟାଗଡ଼ ଦକ୍ଷିଣକାଳୀ ଖେଳ ପଡ଼ିଆଠାରେ ମଣ୍ଡଳ ସ୍ତରୀୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ – ୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା।ଏହି ଶିବିରରେ ନୟାଗଡ଼ ମଣ୍ଡଳର ୧୦ଟି ବ୍ଲକରୁ ଅନଲାଇନ୍ ମାଧ୍ୟମରେ […]

ବ୍ଲକସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ପ୍ରବୋଧନ’ ଆରମ୍ଭ

ନୟାଗଡ଼,(ଓଡ଼ିଶା ଦର୍ପଣ): ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ‘ପ୍ରବୋଧନ’ ନୟାଗଡ଼ ବ୍ଲକ ଅନ୍ତର୍ଗତ ମାଛିପଡ଼ା ସରକାରୀ ହାଇସ୍କୁଲ ଠାରେ ଆଜିଠାରୁ ଆରମ୍ଭ ହୋଇଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ଓ ବିଦ୍ୟାଳୟ ଶିକ୍ଷା-୨୦୨୫କୁ ଆଧାର କରି ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ସୂଚନା ଯୋଗ୍ୟ ଯେ ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠ୍ୟ ପୁସ୍ତକର ପରିବର୍ତ୍ତନ କରାଯାଇଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ୧୦+୨+୩ […]