ପୂର୍ବ ଭାରତ ବିଜ୍ଞାନ ଏବଂ ଅଭିଯାନ୍ତ୍ରିକୀ ମେଳାରେ ନୟାଗଡ଼ ଜିଲ୍ଲାର ଲୋପାମୁଦ୍ରା

ନୟାଗଡ଼,(ଓଡ଼ିଶା ଦର୍ପଣ): ଗତ ଡିସେମ୍ବର ମାସରେ  ଡି.ଏନ.ହାଇସ୍କୁଲ,କେନ୍ଦୁଝର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ନୟାଗଡ଼ ଜିଲ୍ଲା ତରଫରୁ  ଭାଗ ନେଇଥିବା ନୂଆଗାଁ ବ୍ଲକ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଲୋପାମୁଦ୍ରା ପ୍ରଧାନ ରାଜ୍ୟ ପ୍ରତିନିଧି ଭାବେ ମନୋନୀତ ହୋଇ  କୋଲକାତାର ବିର୍ଲା ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ମିଉଜିଅମ ଠାରେ ଅନୁଷ୍ଠିତ ହେଉଥିବା ପୂର୍ବ ଭାରତ ବିଜ୍ଞାନ ଏବଂ ଅଭିଯାନ୍ତ୍ରିକ ମେଳା-୨୦୨୬ରେ ଯୋଗଦାନ କରିଛନ୍ତି। ଚଳିତ ମାସ ୧୩ ରୁ ୧୫ ତାରିଖ ତିନିଦିନ ବ୍ୟାପି ଅନୁଷ୍ଠିତ […]

ଖବର କାଗଜ ବିତରକ ମାନଙ୍କୁ କମ୍ବଳ ବଣ୍ଟନ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ଏବଂ ନୟାଗଡ଼ ରୋଟାରୀ କ୍ଳବ ଏକ୍ସିଲେନ୍ସିର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ଖବର କାଗଜ ବିତରକ ମାନଙ୍କୁ ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖ ପ୍ରାଙ୍ଗଣରେ ଆଜି ଅପରାହ୍ନରେ କମ୍ବଳ ବଣ୍ଟନ କରାଯାଇଛି। ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିତରକ ସଂଘ ସଭାପତି ଶ୍ରୀକାନ୍ତ ପଟ୍ଟନାୟକ ନେତୃତ୍ୱରେ କାର୍ଯ୍ୟରତ ୨୦ ଜଣ ଖବର କାଗଜ ବିତରକ […]

ଭଜନ ‘ତୋ କଳାକାହ୍ନୁ କେଡ଼େ ନାଟୁଆ’ ଲୋକାର୍ପିତ

ନୟାଗଡ,(ଓଡ଼ିଶା ଦର୍ପଣ): ଭଜନ ସଙ୍ଗୀତ ‘ତୋ କଳାକାହ୍ନୁ କେଡ଼େ ନାଟୁଆ’ ନୂଆ ରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ର ଠାରେ ଲୋକାର୍ପିତ ହୋଇଯାଇଛି । ଗୀତଟିରେ ଆଦ୍ୟା ଆଲିସା ଦାଶ କଣ୍ଠଦାନ କରିଥିବା ବେଳେ ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ରଚନା ଓ ସ୍ୱର ସଂଯୋଜନା କରିଛନ୍ତି । ଅଶୋକ କୁମାର ସାହୁ ସଂଗୀତ ପରିଚାଳନା କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ନାଟ୍ୟକାର […]

ନୟାଗଡ଼ ବ୍ଲକ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମିକୁ ଗଲେ ୧୦

ନୟାଗଡ଼,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୟାଗଡ଼ ବ୍ଲକ ଅଡିସନ ନୂଆରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି।  ପ୍ରତିଯୋଗିତାକୁ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ,ଶିକ୍ଷାକେନ୍ଦ୍ର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଶିକ୍ଷକ ନୀଳମାଧଵ ନନ୍ଦ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ […]

ଶରଣକୁଳ ପିଏମଶ୍ରୀ ନାରାୟଣ ହାଇସ୍କୁଲରେ ପଠନ ପ୍ରସାର ସପ୍ତାହ

ଶରଣକୁଳ,(ନୟାଗଡ଼ ଦର୍ପଣ): ପିଏମଶ୍ରୀ ନାରାୟଣ ହାଇସ୍କୁଲ ଶରଣକୁଳ ପରିସର ମଧ୍ୟରେ ପଠନ ପ୍ରସାର ସପ୍ତାହ କାଯ୍ୟର୍କ୍ରମର ଉଦ୍ଯାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପଠନ ପ୍ରସାର ସପ୍ତାହ କାଯ୍ୟର୍କ୍ରମର ସଫଳ ରୂପାୟନ ନିମନ୍ତେ ମୂଳ, ପ୍ରସ୍ତୁତିମୂଳକ, ମଧ୍ୟମ ଓ ମାଧ୍ୟମିକ ଏହି ପରି ଚାରୋଟି ବିଭାଗରେ ଛାତ୍ରଛାତ୍ରୀମାନଙ୍କୁ ବିଭାଗ କରି ବିଭିନ୍ନ ଭାଷାଗତ ପ୍ରତିଯୋଗୀତା ଯେପରିକି ପୁସ୍ତକ ସମୀକ୍ଷା, ଅନୁଚ୍ଛେଦ ରଚନା, କବିତା ପଠନ, କ୍ଷୁଦ୍ରଗଳ୍ପ ଲିଖନ, ପତ୍ରିକା ଲିଖନ, ଗୁଚ୍ଛ ଫଟୋ ପ୍ରଦର୍ଶନ, ଚିତ୍ରରେ ଚିତ୍ରରେ […]

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ

ନୟାଗଡ଼,(ଓଡ଼ିଶା ଦର୍ପଣ):ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ମା’ ଉମାଦେବୀ ପୀଠରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଇଂରାଜୀ ନବବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ସାମ୍ବାଦିକ ସାମିଲ ହୋଇଥିଲେ। ଏ ଅବସରରେ ସାମ୍ବାଦିକ ମାନଙ୍କ ସୁରକ୍ଷା, ପେନସନ ଆଦି ଉପରେ ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ବିଭିନ୍ନ ବ୍ଲକରୁ ଆସିଥିବା ସଂଘର ସଦସ୍ୟ ମାନେ ସଭାପତି […]

ରୋଟାରୀ ଏକ୍ସିଲେନସି ପକ୍ଷରୁ ପହିଲି ପ୍ରସାଦ  ବଣ୍ଟନ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ ଅଧିଷ୍ଠାତ୍ରୀ ଦେବୀ ମା’ଦକ୍ଷିଣ କାଳୀଙ୍କ ଠାରେ ପ୍ରତ୍ୟୁଷରୁ ଭୋଗ ଲାଗି ହେଉଥିବା ପହିଲି ପ୍ରସାଦ ସ୍ଥାନୀୟ ତପସ୍ୟା ଶିଶୁ ଗୃହରେ ପାଠ ପଢୁଥିବା ଅସହାୟ ଛାତ୍ର ଛାତ୍ରୀମାନଙ୍କୁ ରୋଟାରି କ୍ଳବ ଏକ୍ସିଲେନସି ପକ୍ଷରୁ ବଣ୍ଟନ କରାଯାଇଛି। ଶିଶୁ ଗୃହର ପରିଚାଳନା କମିଟି ସଭାପତି ଉଷା ପଟ୍ଟନାୟକ, ଶିକ୍ଷକ, ଶିକ୍ଷୟତ୍ରୀ,ତତ୍ୱାବଧାରକଙ୍କ ସମେତ ନୟାଗଡ଼ ଏକ୍ସିଲେନସି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ସଂଗ୍ରାମ ଗୁମାନ ସିଂ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଇନଜୀଵୀ ରଣଜିତ ଦାଶ ପ୍ରମୁଖ […]

ନୟାଗଡ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିବିର ଉଦଘାଟିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ,ସୋଲପଟା ପରିସରରେ ଏକାଦଶ ତମ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିବିର ଉଦଘାଟିତ ହୋଇଯାଇଛି। ଉଦଘାଟନ ସଭାରେ ଓଡଗାଁ ତହସିଲଦାର ମାନସ ରଂଜନ ଭୋଇ ମୁଖ୍ଯ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଡେପୁଟି ଜିଲ୍ଲାପାଳ ତପତି ରାଜ ମୁଖ୍ଯବକ୍ତା ଭାବେ ଯୋଗଦାନ କରିଥିଲେ।  ଜିଲ୍ଲା ଶିକ୍ଷା କାର୍ଯ୍ଯାଳୟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଣୀ ସଂଧ୍ୟାରାଣୀ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଘାଟନୀ ସଭାରେ ଅନ୍ଯତମ ଅତିରିକ୍ତ ଜିଲ୍ଲା […]

ଭକ୍ତି ସଙ୍ଗୀତ ପ୍ରତିଯୋଗିତା,୧୧ରେ ନୟାଗଡ଼ ବ୍ଲକ ଅଡିସନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପ୍ରୟାସରେ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ସିଜିନ-୩ ପ୍ରତିଯୋଗିତାର ବ୍ଳକସ୍ତରୀୟ ଅଡିସନ ନୟାଗଡ଼ରେ ଆସନ୍ତା ୧୧ ତାରିଖ ରବିବାର ଦିନ ନୟାଗଡ଼ ନୂଆ ରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପରିସରରେରେ ପୂର୍ବାହ୍ନରେ ୧୦ଟା ସମୟରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ନିଆଯିବ।  ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ପ୍ରତିଯୋଗିତାରେ ଭାଗ […]

ନୟାଗଡ଼ରେ ସିପିଆଇ.ଏମ୍ ର ବିକ୍ଷୋଭ

ନୟାଗଡ଼,(ଓଡ଼ିଶା ଦର୍ପଣ): କେନ୍ଦ୍ର ମୋଦି ସରକାର ବିକଶିତ ଭାରତ ଜୀ ରାମଜୀ ଯୋଜନା ପ୍ରବର୍ତ୍ତନ ଆଳରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ କବର ଦେଇ ଉପା ସରକାରଙ୍କ ପ୍ରଣୀତ ଜନବାଦୀ କାର୍ଯ୍ୟକ୍ରମକୁ ହଟେଇ ଦେଇଛନ୍ତି, ଆଉ ଗଡସେପନ୍ଥୀ ପ୍ରତିକ୍ରିୟାଶୀଳ ନୀତିର ପୃଷ୍ଠପୋଷକତାରେ ଗାନ୍ଧିଜୀଙ୍କ ନାମକୁ ମୂଳପୋଛ କରିବାର ହୀନଚକ୍ରାନ୍ତ କରିଛନ୍ତି। ଏହାର ଆଜି ଦୃଢ଼ ବିରୋଧ କରି ସିପିଆଇ ଏମ୍ ପକ୍ଷରୁ ନୟାଗଡ଼ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କର୍ମୀମାନେ ମନରେଗା ଯୋଜନାର ପୁନଃ […]

ମାର୍ଚ୍ଚ ୧୫ରୁ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

ନୟାଗଡ଼,(ଓଡ଼ିଶା ଦର୍ପଣ): ଆସନ୍ତା ମାର୍ଚ୍ଚ ୧୫ରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ-୨୦୨୬ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ମାର୍ଚ୍ଚ ୧୫ ରୁ ୨୧ ତାରିଖ ଯାଏଁ ନାଟକ ମହୋତ୍ସବ ଆୟୋଜନ କରିବ । ଚଳିତ ବର୍ଷ ଭୁବନେଶ୍ବର, ସମ୍ବଲପୁର, କଟକ, ବରଗଡ଼, ବାଲେଶ୍ୱର ଏବଂ ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନଙ୍କ ସହିତ ନାଟକ ମଞ୍ଚସ୍ଥ ନିମନ୍ତେ ଯୋଗାଯୋଗ […]

ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ବିଜ୍ଞାନ ମେଳା

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ନୂଆ ରାଜବାଟୀ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ବାର୍ଷିକ ବିଜ୍ଞାନ ମେଳା ଆଜି  ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ଅଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ  ଉଦଘାଟକ ଭାବେ ଯୋଗଦାନ କରି ବିଧିବଦ୍ଧ ଭାବେ ବିଜ୍ଞାନ ମେଳାକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ଯୋଗଦାନ କରି ପିଲାମାନଙ୍କୁ ବିଜ୍ଞାନ ମନସ୍କ ହେବା ସହିତ ବିଜ୍ଞାନ ଯୋଗୁଁ […]