ଚଳିତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଭୋଟର ତାଲିକା ସମ୍ପର୍କରେ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ନିର୍ବାଚନ କମିଶନ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅଧୀନରେ ଏକ ନୂତନ ଭୋଟର ତାଲିକା ପ୍ରକାଶ ପାଇଛି। ଯେଉଁଥିରେସାରା ରାଜ୍ୟରୁ ୯୦ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ ଦିଆଯାଇଛି। ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରକାଶିତ ଚୂଡ଼ାନ୍ତ ତାଲିକା ଅନୁଯାୟୀ, ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟକ ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଏହି ସଂଖ୍ୟା […]
ବିଜେଡ଼ି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ନେତାଙ୍କ ମେଳି। ଯାଜପୁର ସଂଗଠନକୁ ନେଇ ବଡ ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ପ୍ରମିଳା ମଲ୍ଲିକ, ବିଶ୍ୱ ମଲ୍ଲିକ, ସୁଜାତା ସାହୁ , ପ୍ରୀତି ରଞ୍ଜନ ଘଡ଼ାଇ, ପ୍ରଣବ ବଳବନ୍ତରାୟଙ୍କ ସମେତ ବହୁ ନେତା ଉପସ୍ଥିତ ଅଛନ୍ତି।ଯାଜପୁର ଓ ଭଦ୍ରକରେ ଅପରେସନ ଲୋଟସ୍କୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତି କରାଯାଉଥିବା ଜଣାପଡିଛି। ଏହାପୂର୍ବରୁ ପ୍ରମିଳା ମଲ୍ଲିକଙ୍କ ଘରେ ଦୁଇ ଥର ଯାଜପୁର ବିଜେଡ଼ି ନେତାଙ୍କ ବୈଠକ ବସିଥିଲା।ଗତକାଲି […]
ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦେଶରେ ଏଲ୍ପିଜି ଗ୍ୟାସ୍ ସଙ୍କଟ ଦେଖା ଦେଇଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପ୍ରବାସୀ ଶ୍ରମିକଙ୍କ ପାଇଁ ଦୈନିକ ୫ କିଲୋଗ୍ରାମ FTL ଗ୍ୟାସ ସିଲିଣ୍ଡର ଯୋଗାଣକୁ ଦ୍ୱିଗୁଣିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ପ୍ରବାସୀ ଶ୍ରମିକ, ଛାତ୍ର, ଦିନ ମଜୁରିଆ ଶ୍ରମିକ […]
ଦେହ ଓ ମନ ଭଲ ନ ରହିଲେ, ମଣିଷ ଠିକ୍ ଭାବରେ ଜୀବନ ଧାରଣ କରିପାରିବ ନାହିଁ। ସ୍ବାସ୍ଥ୍ୟ ମଣିଷର ମୌଳିକ ଆବଶ୍ୟକତା ଓ ଅଧିକାର ମଧ୍ୟ। ଶାରୀରିକ, ମାନସିକ ଓ ସାମାଜିକସ୍ତରରେ ଜଣେ ସୁସ୍ଥ ରହିବା ନିହାତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ପ୍ରକୃତରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୭ ଏପ୍ରିଲ ୧୯୪୮ରେ ପ୍ରତିଷ୍ଠିତ ହୋଇଥିଲା। […]
ଶ୍ରୀମନ୍ଦିରକୁ କରାଯିବ ଆକର୍ଷଣୀୟ ଆଲୋକୀକରଣ । ୧୭ରୁ ୧୮ କୋଟି ଟଙ୍କାରେ ହେବ ଆଲୋକୀକରଣ ବ୍ୟବସ୍ଥା । ଭକ୍ତ ପାଇବେ ନୂଆ ଆଧ୍ୟାତ୍ମିକ ଅନୁଭୂତି । ଶ୍ରୀମନ୍ଦିର ସହିତ ଭିତର ବେଢାରେ ଥିବା ପାର୍ଶ୍ବ ଦେବାଦେବୀ ମନ୍ଦିର ଗୁଡିକରେ ମଧ୍ୟ ସୁନ୍ଦର ଭାବେ କରାଯିବ ଆଲୋକୀକରଣ । ଶ୍ରୀମନ୍ଦିର ଚାରି ଦ୍ବାର, ମେଘନାଦ ପାଚେରି, କୁରୁମବେଢା, ଜଗମୋହନ, ନାଟମଣ୍ଡପ, ଆନନ୍ଦ ବଜାରର ଆଲୋକୀକରଣ ହେବ । ସେହିପରି ଭିତର ବେଢା଼ରେ ମା ଲକ୍ଷ୍ମୀ, ବିମଳାଙ୍କ ସହ ଅନ୍ୟାନ୍ୟ […]
ଆଜି ସରୁଛି ଇରାନକୁ ଟ୍ରମ୍ପଙ୍କ ଡେଡଲାଇନ । ୮ଟା ଯାଏ ଡେଡଲାଇନ୍ ଦେଇଛନ୍ତି ଟ୍ରମ୍ପ । ଇରାନ ହର୍ମୁଜ ପ୍ରଣାଳୀ ନ ଖୋଲିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ! । କଣ୍ଟ ପୂରିବା ପରେ ଭୟଙ୍କର ଆକ୍ରମଣ କରିବ ଆମେରିକା । ଯଦି ତେହରାନ୍ ଚୁକ୍ତି ନ କରେ କିମ୍ବା ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ରାଜି ନ ହୁଏ ତେବେ ଆକ୍ରମଣ ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ଟ୍ରମ୍ପ । ବୁଧବାର ଇରାନର ଶକ୍ତି କେନ୍ଦ୍ର ଓ […]
୪ଦିନ କାଳବୈଶାଖୀ ଆଶଙ୍କା । ଆଜି ବିଜୁଳି ଘଡ଼ଘଡ଼ି ପାଇଁ ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଏଥିରୁ କେତେକ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ […]
୧୪ ବିଶ୍ୱବିଦ୍ୟାଳୟ ପାଇଁ ସୋମବାର କୁଳପତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତିଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ରାଜ୍ୟର ୧୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି କରିଛନ୍ତି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୧) ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦ – ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ୨) ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର – ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି। ୩) ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ – ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ୪) ପ୍ରଫେସର ସଞ୍ଜୟ କୁମାର […]
ରାଜ୍ୟରେ ପ୍ରଚୁର ମହଜୁଦ୍ ଅଛି ପେଟ୍ରୋଲ ଓ ଡିଜେଲ । ଆବଶ୍ୟକ ପରିମାଣରେ LPG ସିଲିଣ୍ଡର ବି ମହଜୁଦ ଅଛି । ଲୋକଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଲା ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ । ଓଡ଼ିଶାରେ ଯେତିକି ପେଟ୍ରୋଲ ଓ ଡିଜେଲର ଆବଶ୍ୟକତା ରହିଛି, ତାହା ଅଛି । କୌଣସି ଆଉଟଲେଟରେ ସମସ୍ୟା ନହେବା ପାଇଁ ଆମେ ଚେଷ୍ଟା କରୁଛୁ । ଏହାକୁ ତଦାରଖ କରାଯାଉଛି । ଆମ ପାଖରେ ପେଟ୍ରୋଲ ଓ ଡିଜେଲ […]
ସ୍ୱଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ଦୁଇ ସେବାୟତ ଗୋଷ୍ଠୀ ଭିତରେ ଘୋଡଣି ଉଠେଇବା ନେଇ ବିବାଦ ଉପୁଜି ଥିଲା। ଉଭୟ ପକ୍ଷଙ୍କୁ ଡାକି ଆଲୋଚନା ପରେ ସମସ୍ୟାର ସମାଧାନ ହେଲା। ଏହି ଘଟଣାକୁ ନେଇ ଆଗାମୀ ୨୦ରେ ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତିକରାଯିବ। ଆଜି ମନ୍ଦିର ପରିସରରେ ଯେଉଁ ଘଟଣା ଘଟିଲା ତାହାର ତଦନ୍ତ ହେବ।ପୁଣି ଲିଙ୍ଗରାଜ ମନ୍ଦିରରେ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ବିବାଦ ସୋମବାର ଦେଖିବାକୁ ମିଳିଥିଲା। ସକାଳ ୧୦ଟା ସାହାଣ […]
ଏପ୍ରିଲ ମାସ ଅପେକ୍ଷା ମେ ଓ ଜୁନରେ ରାଜ୍ୟରେ ହିଟ ୱେଭ ପ୍ରଭାବ ଅଧିକ ରହିବ। ଏପ୍ରିଲରେ ବର୍ଷା ସହ ଘଡଘଡି ପ୍ରଭାବ ଅଧିକ ରହିବ । ଗତ ୩୧ ମାର୍ଚ୍ଚ ରେ ଯେଉଁ ଆକଳନ କରାଯାଇଛି ତାହାକୁ କୃତ୍ରିମ ବୁଦ୍ଧିମତା (AI) ଆହୁରି ସଠିକ୍ କରୁଛି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସାଧାରଣତଃ ଏପ୍ରିଲ ମାସରେ ଅଂଶୁଘାତ ପ୍ରଭାବ ଯାହା ରହିବା କଥା ତା ଠାରୁ […]
ଓଡିଶା ପୋଲିସକୁ ମିଳିବ ରାଷ୍ଟ୍ରପତିଙ୍କ ଦ୍ବାରା ମର୍ଯାଦାପୂର୍ଣ୍ଣ ସମ୍ମାନ । ପ୍ରଥମ ଥର ପାଇଁ ପ୍ରେସିଡେଣ୍ଟ କଲାର ସମ୍ମାନରେ ସମ୍ମାନୀତ ହେବ ରାଜ୍ୟ ପୋଲିସ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ପରେ ସମ୍ମାନ ହାତେଇବା ପାଇଁ ଏକ ଭବ୍ୟ ଆୟୋଜନର କାର୍ଯ୍ୟକ୍ରମ ହେଉଛି । ଏନେଇ ପୋଲିସ ଡ଼ିଜିଙ୍କ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଓଡ଼ିଶା ପୋଲିସର ସିନିୟର୍ ଆଇପିଏସଙ୍କ ସହ ଆଲୋଚନ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ । ରାଷ୍ଟ୍ରପତିଙ୍କ […]
