ଆଜି ବିଶ୍ୱ ଇଟିଲି ଦିବସ

ଆଜି ବିଶ୍ୱ ଇଟିଲି ଦିବସ । ପ୍ରତିବର୍ଷ ମାର୍ଚ୍ଚ ୩୦ ତାରିଖରେ ପାଳନ କରାଯାଏ। ଏହି ଦିନଟି ଲୋକପ୍ରିୟ ଦକ୍ଷିଣ ଭାରତୀୟ ଜଳଖିଆ ‘ଇଟିଲି’ ସମ୍ମାନ ଜଣାଇବା ଏବଂ ଏହାର ସ୍ୱାଦ ଓ ସହଜରେ ହଜମ ହେଉଥିବାରୁ ଉତ୍ସବ ଭାବରେ ପାଳନ କରିବା ପାଇଁ ଉଦ୍ଧିଷ୍ଟ। ଏହି ଦିବସର ଆରମ୍ଭ ୨୦୧୫ରେ ହୋଇଥିଲା। ଚେନ୍ନାଇର ଜଣେ ପ୍ରସିଦ୍ଧ ଇଟିଲି କ୍ୟାଟରର୍ ଏବଂ ଉଦ୍ୟୋଗୀ ଏନିୟାଭାନ୍ ଏହାର ପ୍ରସ୍ତାବକ। ସେ ଇଟିଲିର ବିଭିନ୍ନ ପ୍ରକାର ଏବଂ ନବତ୍କାର ପାଇଁ […]

ସୁନାବେଶରେ ଦର୍ଶନ ଦେଲେ ମା ମଝିଘରିଆଣୀ

ରାୟଗଡ଼ (ନିପ୍ର) ୩୦/୦୩ – ଚୈତ୍ର ପର୍ବ ଓ ଝାମୁଯାତ୍ରା ଉପଲକ୍ଷେ ରାୟଗଡର ଅଧିଷ୍ଠାତ୍ରୀ ଦେବା ମା ମଝିଘରିଆଣୀ ରବିବାର ଦିନ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ଶନିବାର ଦିନ ବିଳମ୍ବିତ ରାତ୍ରରେ ମାଙ୍କ ପୂଜାର୍ଚ୍ଚନା ପରେ ସୁନାବେଶରେ ଭୂଷିତ କରାଯାଇଥିଲା । ଚୈତ୍ର ପର୍ବ ଓ ଝାମୁଯାତ୍ରା ଉପଲକ୍ଷେ ମାଁଙ୍କ ପୀଠାରେ ମାର୍ଚ୍ଚ ୨୯ତାରିଖ ରବିବାର ଠାରୁ ଆସନ୍ତା ଏପ୍ରିଲ ୨ତାରିଖ ଗୁରୁବାର ପର୍ଯ୍ୟନ୍ତ ୫ଦିନ ବ୍ୟାପି ଚୈତ୍ର ପର୍ବ ଓ ଝାୁମଯାତ୍ରା ଧୁମଧାମରେ […]

ରାଜଧାନୀରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ,ନୟାଗଡ଼ର ଜଣେ ଯୁବକ ଜଡିତ

ରାଜଧାନୀରେ ଲଜ୍ଜା । ଲିଫ୍ଟ ଦେବା ଆଳରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ । ଷ୍ଟେସନରେ ଛାଡି ଦେବାକୁ କହି ୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ବଙ୍ଗୀୟ ମହିଳାଙ୍କୁ ଭଡ଼ା ଘରେ ଗଣଦୁଷ୍କର୍ମ ହୋଇଛି । ବନ୍ଧକ ରଖି ଭୟଭୀତ କରାଇ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ଦୁଇ ଆମ୍ବୁଲାନ୍ସ ଡ଼୍ରାଇଭରଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍ । ପୀଡ଼ିତାଙ୍କ ଡାକ୍ତରୀ ମାଇନା ପରେ ପଚରାଉଚରା ଚଳାଇଛି ପୋଲିସ।ସୂଚନା ଅନୁସାରେ ଜଣେ ବଙ୍ଗୀୟ ମହିଳାଙ୍କୁ […]

ହଠାତ୍ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ୧୦ କୋଟି ଟଙ୍କା,ଫେରାଇବାକୁ ବ୍ୟାଙ୍କର ଦ୍ୱାରସ୍ଥ ହେଲେ ମହିଳା

ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍ କୋଟି କୋଟି ଟଙ୍କା ଆସିଯିବା କଥା ଆପଣ ବୋଧହୁଏ ଶୁଣିଥିବେ, କିନ୍ତୁ ଉତ୍ତର ପ୍ରଦେଶର ମୈନପୁରୀରେ ଜଣେ ମହିଳାଙ୍କ ସହ ଯାହା ଘଟିଲା, ତାହା ସମସ୍ତଙ୍କୁ ଚକିତ କରିଦେଇଛି। ନିକଟରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ପ୍ରାୟ ୧୦ କୋଟି ଟଙ୍କା ଭୁଲ୍‌ରେ କ୍ରେଡିଟ୍ ହୋଇଯାଇଥିଲା । କିନ୍ତୁ ମହିଳା ସେଥିରୁ ଟଙ୍କାଟିଏ ବି ଖର୍ଚ୍ଚ କରିନଥିଲେ । ଓଲଟା ଟଙ୍କା ତାଙ୍କର ହୋଇନଥିବା କହି ତାକୁ ଫେରାଇ ନେବାକୁ ସେ ବ୍ୟାଙ୍କ୍‌ର ଦ୍ୱାରସ୍ଥ […]

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ

ଅନେକ ଲୋକ ମଲ୍ କିମ୍ବା ସ୍ଥାନୀୟ ଦୋକାନରେ ପେମେଣ୍ଟ କରିବା ପାଇଁ ଡିଜିଟାଲ୍ ଟ୍ରାଞ୍ଜାକ୍ସନ୍ କିମ୍ବା UPI ବ୍ୟବହାର କରନ୍ତି। ଏବେ ଡିଜିଟାଲ୍ ଟ୍ରାଞ୍ଜାକ୍ସନ୍ ସମ୍ବନ୍ଧୀୟ ଏକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରତିଷ୍ଠିତ କଠୋର ପ୍ରମାଣୀକରଣ ନିୟମାବଳୀ କାର୍ଯ୍ୟକାରୀ ହେବା ଯୋଗୁଁ ହୋଇଛି।ବର୍ଦ୍ଧିତ କାରବାର ପରିମାଣ ଏବଂ ଠକେଇର ବର୍ଦ୍ଧିତ ଘଟଣା ଦୃଷ୍ଟିରେ ରଖି RBI ଏହି ପଦକ୍ଷେପ ନେଇଛି। ତେବେ ଆସନ୍ତା ମାସରୁ ପେମେଣ୍ଟ କରିବାର ପ୍ରକ୍ରିୟା […]

ଆଜି ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ୨୦୨୪ ରେ ନୀତୀଶ ବିହାର ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ। ତାଙ୍କର ଏହି କାର୍ଯ୍ୟକାଳ ୨୦୩୦ରେ ଶେଷ ହେବାକୁ ଥିଲା। ୨୦୨୫ ରେ ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟର ବିଜୟ ପରେ ସେ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଇସ୍ତଫାପତ୍ର ଏବେ ବାଚସ୍ପତିଙ୍କ ନିକଟରେ ଦାଖଲ କରାଯିବ । ଏବେ ସବୁଠାରୁ […]

ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ସମଗ୍ର ଓଡ଼ିଆ ଜାତିର ଅପମାନ: ନବୀନ ପଟ୍ଟନାୟକ

ଦୁବେଙ୍କ ମନ୍ତବ୍ୟକୁ ନିନ୍ଦା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କୁ ନେଇ ଦୁବେ ଯାହା କହିଲେ ତାହା ଜାଣି ମୁଁ ଆଶ୍ଚର୍ଯ୍ୟ ବୋଲି କହିଲେ ନବୀନ ।ନିଶିକାନ୍ତ ଦୁବେ ମାନସିକ ରୋଗ ଡାକ୍ତରଙ୍କୁ ଦେଖାନ୍ତୁ । ଏପଟେ ମନୋରମା ମହାନ୍ତିଙ୍କ ବାସଭବନରେ ପଶି ଆକ୍ରମଣକୁ ନିନ୍ଦା କଲେ ନବୀନ । କହିଲେ ଏହା ଅଗାଣତାନ୍ତ୍ରିକ । ଏପରି […]

ନନ୍ଦନକାନନରେ ନୂଆ ଅତିଥି ,ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜୀବଜନ୍ତୁ ସୁରକ୍ଷା ନିମନ୍ତେ ଆଗୁଆ ପ୍ରସ୍ତୁତି

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟନରେ ଏବେ ପର୍ଯ୍ୟଟକମାନେ ନୂଆ ପକ୍ଷୀ ଡେମାଇସେଲ୍ କ୍ରେନ୍ ଦେଖ‌ିବାର ସୁଯୋଗ ପାଇବେ । ଏହାସହିତ କଲରାପତରିଆ ବାଘ ସାଙ୍ଗକୁ ନାଲି ଜଙ୍ଗଲୀ କୁକୁଡ଼ା ମଧ୍ୟ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ଏହିସବୁ ପକ୍ଷୀ ଆସିବାପରେ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି ପାଇଛି ।ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ଗୁଜୁରାଟ ଜୁନାଗଡ଼ ପ୍ରାଣୀ ଉଦ୍ୟାନ ମଧ୍ୟରେ ବନ୍ୟପ୍ରାଣୀ ଅଦଳବଦଳ ହୋଇଛି । ରବିବାର […]

ଏସବୁ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ବର୍ତ୍ତମାନ ରାଜ୍ୟରେ ଖରା, ଗରମ ଗୁଳୁଗୁଳି ଅନୁଭୂତ ସହ କାଁଭାଁ କୋହଲିଆ ପାଗ ରହିଛି । ରାଜ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ଆହୁରି ୫ ଦିନ ବର୍ଷର ସମ୍ଭାବନା ଥିବା କହିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହିତ ଝଡ଼ବର୍ଷାର ସମ୍ଭାବନା ରହିଛି। କେତେକ ଅଞ୍ଚଳରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି. ବେଗରେ ପବନ ବହିପାରେ। […]

ଟିଭି ଚ୍ୟାନେଲ୍ TRP ପାଇଁ ଆସିଲା ନୂଆ ନିୟମ

ଟିଭି ଚ୍ୟାନେଲ୍ TRP ପାଇଁ ଆସିଲା ନୂଆ ନିୟମ । ​ପୂର୍ବରୁ TRP ମାପୁଥିବା କମ୍ପାନୀର ସମ୍ପତ୍ତି ୨୦ କୋଟି ଟଙ୍କା ହେବା ଦରକାର ଥିଲା । ଯାହାକୁ ଏବେ ୫ କୋଟି କରାଯାଇଛି । ଏହାଦ୍ୱାରା ନୂଆ କମ୍ପାନୀ ଏହି କାମରେ ଯୋଗ ଦେଇପାରିବେ । ତଥ୍ୟକୁ ଅଧିକ ସଠିକ୍ କରିବା ପାଇଁ ଏବେ ଏକ ଲକ୍ଷ ୨୦ ହଜାର ପରିବାରଙ୍କ ଘରେ ମିଟର ଲଗାଯିବ। ପୂର୍ବରୁ ଏହି ସଂଖ୍ୟା କମ୍ ଥିଲା। କେବଳ ଟିଭି […]

ଏଣିକି ପେଟ୍ରୋଲ୍‌ ପମ୍ପରେ ମିଳିବ କିରୋସିନ୍‌

ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ତୈଳ ଓ ଗ୍ୟାସର ବିଶ୍ୱସ୍ତରର ପରିବହନ ବାଧାପ୍ରାପ୍ତ ହୋଇଛି। ଯେଉଁଥିରେ ବିଶ୍ୱର ଅନେକ ଦେଶ ଇନ୍ଧନ ସମସ୍ୟାରେ ପଡ଼ିଛନ୍ତି। ଭାରତକୁ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରି ସଂକଟର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଉଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ସରକାର ଏବେ ପେଟ୍ରୋଲିୟମ ସୁରକ୍ଷା ଏବଂ ଲାଇସେନ୍ସ ନିୟମକୁ କୋହଳ କରିଛନ୍ତି, ଯାହାଦ୍ୱାରା କିରାସିନ ଘରେ ଘରେ ସହଜରେ ପହଞ୍ଚିପାରିବ। କେନ୍ଦ୍ର ସରକାରଙ୍କ […]

ବିଜୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ସସ୍ମିତ ପାତ୍ର

ବିଜୁ ବାବୁଙ୍କ ବିରୋଧରେ ଅପମାନଜନଜ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସସ୍ମିତ ଏହି ପଦକ୍ଷେପ ଗ୍ରହଣ କରି ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦ ଛାଡ଼ିଛନ୍ତି। କାରଣ ନିଶିକାନ୍ତ ଦୁବେ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ରବିବାର ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସୂଚନାମୁତାବକ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ […]