ବିଜୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ସସ୍ମିତ ପାତ୍ର

ବିଜୁ ବାବୁଙ୍କ ବିରୋଧରେ ଅପମାନଜନଜ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସସ୍ମିତ ଏହି ପଦକ୍ଷେପ ଗ୍ରହଣ କରି ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦ ଛାଡ଼ିଛନ୍ତି। କାରଣ ନିଶିକାନ୍ତ ଦୁବେ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ରବିବାର ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସୂଚନାମୁତାବକ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ […]

ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ରାୟଗଡ଼ ତା 29.3.2026 ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରବିବାର ଦିନ ଶହୀଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି | ସକାଳ ଆଠ ଘଟିକା ସମୟରେ ଶାସ୍ତ୍ରୀନଗର ଠାରେ ସ୍ଥିତ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା କରିଥିଲେ | ଏଥିରେ ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ଶିକ୍ଷlବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ […]

‘ଆପଣଙ୍କ ଉପରେ ସଙ୍କଟର ବୋଝ ପଡିବାକୁ ଦେବୁନି’.. ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ

ଆମେରିକା ଏବଂ ଇସ୍ରାଏଲ ଯେତେବେଳେ ଇରାନ ଉପରେ ଆକ୍ରମଣ କରିଥିଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ। ବିଶ୍ୱର ବିଭିନ୍ନ ସ୍ଥାନରେ ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଫଳସ୍ୱରୂପ, ଅନେକ ଦେଶ ବିକଳ୍ପ ଶକ୍ତି ଉତ୍ସ ଖୋଜୁଛନ୍ତି। ଏହି ସଙ୍କଟ ମଧ୍ୟରେ, ଜାତୀୟ ରାଜଧାନୀ ଦିଲ୍ଲୀକୁ ଲାଗିଥିବା ଉତ୍ତର ପ୍ରଦେଶର ନୋଏଡାରେ ଜେୱାର ବିମାନବନ୍ଦରର ଉଦଘାଟନ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତାଙ୍କ […]

ଟିଟିଲାଗଡ଼ ରାମନବମୀରେ ବିଧାୟକଙ୍କ ଗୁଳି ଚାଳନା ପ୍ରସଙ୍ଗ, ପିଏସଓଙ୍କୁ ନୋଟିସ

ରାମ ନବମୀ ଶୋଭାଯାତ୍ରାରେ ବିଧାୟକଙ୍କ ଫାଙ୍କା ଗୁଳିଚାଳନା ପ୍ରସଙ୍ଗରେ କାରଣ ଦର୍ଶାଅ ନୋଟିସ୍ । ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ପିଏସଓ ବା ବ୍ୟକ୍ତିଗତ ଅଙ୍ଗରକ୍ଷୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଶୋଭାଯାତ୍ରାଟି ଟିଟିଲାଗଡ଼ ସହରର ପୁରୁଣା ବ୍ୟାଙ୍କ ଛକରେ ପହଞ୍ଚିବା ପରେ ବିଧାୟକ ନବୀନ ଜୈନ ନିଜ ପିସ୍ତଲରୁ ଫାଙ୍କ ଗୁଳି ଚାଳନା କରିଥିଲେ l ଏହାକୁ ନେଇ ଟିଟିଲାଗଡ଼ରେ ଏବେ ଆଲୋଚନା ଚାଲିଛି ।ପୁଲିସ ଉପସ୍ଥିତିରେ ବିଧାୟକଙ୍କୁ ଏଭଳି ବାରମ୍ବାର କରୁଥିବାର ଦେଖିବାକୁ […]

ଚୋରି କେସ୍ ରେ ଥାନାକୁ ଆସି ବାଇକ୍ ଚୋରି କରି ଛୁ ମାରିଲା ଚୋର

ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ୍ ମାରିଥିବା ସୂଚନା ମିଳିଛି। ଅଭିଯୁକ୍ତକୁ ଚୋରି ମାମଲାରେ ପଚରାଉଚରା ପାଇଁ ଥାନାକୁ ଆଣିଥିଲା ପୋଲିସ। ତେବେ ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ଚୋର ହାଜତରୁ ଫେରାର ହୋଇ ନିକଟସ୍ଥ ଗାଁରୁ ଏକ ବାଇକ୍‌ ମଧ୍ୟ ଚୋରି କରି ନେଇଯାଇଛି। ଯିବା ବାଟରେ କୁଣ୍ଡପାଟଣା ନିକଟରେ ଅନ୍ୟ ଜଣେ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଛି। ଯାହା ଫଳରେ ବାଇକ୍‌ ଆରୋହୀଙ୍କ […]

ମହାନଦୀ ଜଳ ବିବାଦ: ଏପ୍ରିଲ ୧୧ରେ ପରବର୍ତ୍ତୀ ଶୁଣାଣି

ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଶୁଣାଣି କରାଯାଇଛି ।ଓଡ଼ିଶା ସରକାରଙ୍କ ପକ୍ଷ ରଖିଥିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ଏପ୍ରିଲ୍ ୧୩ ତାରିଖରେ ମହାନଦୀ ଟ୍ରିବ୍ୟୁନାଲର ସମୟ ସରୁଥିବାବେଳେ ୨ ରାଜ୍ୟର ବୈଷୟିକ ଟିମ୍ ଆଲୋଚନା ବିବରଣୀ ଉପସ୍ଥାପନ କରିଛନ୍ତି । ଆଗାମୀ ଶୁଣାଣି ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବ ।ଶୁଣାଣି ପୂର୍ବରୁ ହୀରାକୁଦ ଠାରୁ ଆରମ୍ଭ କରି ମହାନଦୀ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲା ଟିମ୍ […]

ଦେହରେ କିରୋସିନି ଢାଳି ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ନିଜକୁ ନିଜେ ଜାଳି ଦେବାକୁ ଉଦ୍ୟମ କଲେ ଯୁବତୀ। ଦେହରେ କିରୋସିନି ଢାଳି ହୋଇ ଜଳିଗଲେ ଯୁବତୀ। ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଭେଟନଈ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଯୁବତୀଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଛି। ଘରେ କେହି ନଥିବା ସମୟରେ ଏଭଳି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ଯୁବତୀ। ତେବେ ଆତ୍ମହତ୍ୟା ଉଦ୍ୟମ କରିବାର କାରଣ […]

ସୁଭଦ୍ରା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର ! ଆସନ୍ତା ୦୧ ଏପ୍ରିଲ ୨୦୨୬ ରୁ ୩୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଏକ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ କରାଯିବ। ୦୧.୦୪.୨୦୨୬ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଆର୍ଥିକ ସହାୟତା: ଯୋଗ୍ୟ ବିବେଚିତ ହିତାଧିକାରୀମାନେ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦,୦୦୦ ଟଙ୍କାର ସହାୟତା ରାଶି […]

ଚଳିତବର୍ଷର ଯୁକ୍ତ ୨ ପରୀକ୍ଷା ଶେଷ, ଏପ୍ରିଲ ୨ରୁ ଆରମ୍ଭ ହେବ ଖାତାଦେଖା

ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା।ବିଜ୍ଞାନ ପରୀକ୍ଷା ୨୩ରେ ଶେଷ ହୋଇଥିବା ବେଳେ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ୨୫ରେ ଶେଷ ହୋଇଥିଲା । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ । ୪ ଲକ୍ଷ ୧୬୨୩ ପରୀକ୍ଷାର୍ଥୀ କରିଥିଲେ ଫର୍ମ ଫିଲ୍ଅପ୍ । କଳା, […]

ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ

ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ରୁଷିଆ ୧ ଏପ୍ରିଲ, ୨୦୨୬ ରୁ ପେଟ୍ରୋଲ (ପେଟ୍ରୋଲ) ରପ୍ତାନି ଉପରେ ପ୍ରତିବନ୍ଧକ ଘୋଷଣା କରିଛି। ଏହି ପ୍ରତିବନ୍ଧକ ଜୁଲାଇ ୩୧, ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଆଶା କରାଯାଉଛି।ଏହି ନିଷ୍ପତ୍ତି ପଛରେ ସବୁଠାରୁ ବଡ଼ କାରଣ ବିଶ୍ୱ ତୈଳ ବଜାରରେ ବଢ଼ୁଥିବା ଅସ୍ଥିରତା ବୋଲି କୁହାଯାଉଛି। ନୋଭାକ […]

ଆସନ୍ତା ୮,୯, ୧୦ ତାରିଖରେ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି

ଆସନ୍ତା ୮,୯, ୧୦ ତାରିଖରେ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି ହେବ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଣତିମଣତିବେଳେ ପ୍ରଭୁଙ୍କ ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବି ଗୁରୁତ୍ୱ ଦିଆଯିବ । ବାହାର ରତ୍ନଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ଗଣତିମଣତି ହେବ । ପ୍ରଥମ ପର୍ଯ୍ୟାୟ ଗଣତି ସୁରୁଖୁରରେ ସରିଥିବା ବେଳେ ଏବେ ୨ୟ ପର୍ଯ୍ୟାୟ ଗଣତି ମଣତି ହେବ । ଏପ୍ରିଲ ମାସରେ ତିନି ଦିନ ଧରି ବାହାର […]

ଗ୍ୟାସ ବୁକିଂ ହୋଇଛି ଓଟିପି ଆସିଛି କିନ୍ତୁ ଡେଲିଭେରି ହେଉନାହିଁ

ରାଜଧାନୀରେ ଗ୍ୟାସ ଉପଭୋକ୍ତାଙ୍କ ଅଭିଯୋଗ । ଗ୍ୟାସ ବୁକିଂ ହୋଇଛି ଓଟିପି ଆସିଛି । ହେଲେ ଗ୍ୟାସ ଡେଲିଭେରି ନ ହୋଇ ଡେଲିଭେରି ହେବାର ମେସେଜ ଆସୁଛି । ଏପରିକି ସବସିଡି ଟଙ୍କା ଆକାଉଣ୍ଟରେ ଆସି ଗଲାଣି ଅଥଚ ଗ୍ୟାସ ଏପର୍ଯ୍ୟନ୍ତ ଆସିନାହିଁ । ଗ୍ୟାସ୍ ଏଜେନ୍ସି ପାଖକୁ ଗଲେ, ସେ କହୁଛନ୍ତି ଗ୍ୟାସ୍ ଟାଙ୍କି ଆସିନାହିଁ । ହେଲେ ବୁକିଂ କରିଥିବା ଗ୍ରାହକଙ୍କ ସିଲିଣ୍ଡର ଏଜେନ୍ସି ବିକି ଦେଉଥିବାର ଅଭିଯୋଗ ଆସିଛି।ଫଳରେ ଗ୍ୟାସ୍ ଏଜେନ୍ସି ବିରୋଧରେ […]