ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲା ତାଜଗଞ୍ଜ ଥାନା ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ତାଜଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି ।ଭାଇରାଲ ଭିଡିଓରେ ମୃତ ଯୁବତୀ ଜଣକ ଅଭିଯୁକ୍ତ କନଷ୍ଟେବଳ ଜେବି ଗୌତମଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଯୁବତୀଙ୍କ କହିବା ଅନୁଯାୟୀ, ଗୌତମ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗତ ଚାରି ବର୍ଷ ଧରି ସ୍ତ୍ରୀ ଭାବରେ ରଖି ଆସୁଥିଲେ। ମାତ୍ର ବିବାହ ପାଇଁ ଚାପ ପକାଇବା […]
ରାଜ୍ୟସଭା ନିର୍ବାଚନ ଲାଗି ଚଳିତ ମାସ ୧୬ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଥିବାରୁ ଏହିଦିନ ବିଧାନସଭା ବୈଠକ ହେବନାହିଁ। ଶୁକ୍ରବାର ଗୃହରେ ଗୃହୀତ କାର୍ଯ୍ୟ ପରାମର୍ଶଦାତା କମିଟିଙ୍କ ରିପୋର୍ଟ ଅନୁଯାୟୀ ଏହା ସ୍ଥିରିକୃତ ହୋଇଛି। ମାର୍ଚ୍ଚ ୧୬ ବୈଠକରେ ଆଲୋଚନା ହେବାକୁ ଥିବା ପ୍ରଶ୍ନଗୁଡିକର ଉତ୍ତର ୧୭ ତାରିଖ (ମଙ୍ଗଳବାର) ଗୃହରେ ଉପସ୍ଥାପିତ ହେବ ବୋଲି ଧରି ନିଆଯିବ।ଏହା ସହିତ, ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ସହିତ […]
ଗତ କିଛଦିନ ହେବ ବାରମ୍ବାର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନା ଉପରେ ଚିଲ ବସିବ। ନୀଳଚକ୍ରରେ ସଂଯୋଗ ହୋଇଥିବା ମାଳମାଳ ମାନସିକ ବାନା ଛିଣ୍ଡିଯିବା ପରେ ଆଜି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଶହଶହ ସଂଖ୍ୟାରେ ଚିଲ ଉଡିବା ନଜରକୁ ଆସିଛି। ସେହିପରି ବହୁତ ଦିନ ଆଗରୁ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସିଥିଲା ଯେଉଁଥିରେ, ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିଥିଲା । ସକାଳେ ଏକ ଚିଲ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ଉପରେ […]
ଗୁଣାତ୍ମକ ଓ ଅତ୍ୟାଧୁନିକ ଚିକିତ୍ସା ଯୋଗାଇବେ ରାଜ୍ୟ ସରକାର । ରୋଗୀଙ୍କୁ ଅତି ଜରୁରି ସମୟରେ ରାଜ୍ୟ ବାହାରକୁ ଘରୋଇ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ‘ଏମର୍ଜେନ୍ସି କେୟାର ବାଏ ଏୟାର ଲିଫ୍ଟିଂ’ ଯୋଜନାକୁ ମଞ୍ଜୁର ମିଳିଛି । ନୂଆ ବ୍ୟବସ୍ଥା ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଏହାର ଅନୁମୋଦନକାରୀ କର୍ତ୍ତୃପକ୍ଷ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । ଏହା ସମସ୍ତ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବ […]
ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିଛି |ପଶ୍ଚିମ ଏସିଆରେ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ଇରାନ ସହ ଜଡ଼ିତ ସଂଘର୍ଷ କାରଣରୁ ଅଶୋଧିତ ତୈଳ ଦର ବଢ଼ିବାରେ ଲାଗିଛି, ଯାହାର ସିଧାସଳଖ ପ୍ରଭାବ ଏୟାରଲାଇନ୍ସ କମ୍ପାନୀ ଉପରେ ପଡ଼ିଛି।ଇଣ୍ଡିଗୋ ପକ୍ଷରୁ ଦୂରତା ଅନୁଯାୟୀ ଅଲଗା ଅଲଗା ସରଚାର୍ଜ ସ୍ଥିର କରାଯାଇଛି| ଘରୋଇ ଯାତ୍ରା ପାଇଁ ୪୨୫ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ଅନ୍ତର୍ଜାତୀୟ […]
କଲବଲ କରିବ ଖରା । ଆଗକୁ ଭୟଙ୍କର ତାତି । ଆସନ୍ତା ଦୁଇ ସପ୍ତାହ ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇପାରେ ।୨୬ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀରୁ ଉପରେ ରହିପାରେ । ପାଣିପାଗ ବିଭାଗର ବିସ୍ତାରିତ ଆକଳନରେ ଏହି ପୂର୍ବାନୁମାନ କରାଯାଇଛି ।ଶନିବାର ଝାରସୁଗୁଡା ଏବଂ ସମ୍ବଲପୁରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ରେର୍ଡ ଆଲର୍ଟ ଜାରି କରାଯାଇଛି। ଅପରପକ୍ଷେ ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ […]
ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି।ଭାରତରେ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଶୁକ୍ରବାର ସନ୍ଧ୍ୟାରେ ଏକ ବିବୃତ୍ତି ଜାରି କରିଛନ୍ତି। ଏହା ପୂର୍ବରୁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତୀୟ ଜାହାଜଗୁଡ଼ିକୁ ସୁରକ୍ଷିତ ପଥ ପ୍ରଦାନ କରିବ। ଫଥାଲି କହିଛନ୍ତି, ୨-୩ ଘଣ୍ଟା ଅପେକ୍ଷା କରନ୍ତୁ, ଦେଖିବେ । ଭାରତ ଉପରେ […]
ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଏକ ବଡ଼ ଦିନ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM Kisan) ଯୋଜନାର ୨୨ତମ କିସ୍ତି ଆଜି ଜାରି କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଏଥର ୯ କୋଟିରୁ ଅଧିକ ଚାଷୀ ପରିବାର ଏହି ଯୋଜନାର ଲାଭ ପାଇଛନ୍ତି।ପିଏମ୍ କିଷାନ ଯୋଜନାର କିସ୍ତି ଜାରି ହେବା ପରେ ସରକାରଙ୍କ ପକ୍ଷରୁ ପଞ୍ଜୀକୃତ (ରେଜିଷ୍ଟର୍ଡ) ମୋବାଇଲ୍ ନମ୍ବରକୁ ଏକ ସ୍ୱତନ୍ତ୍ର ମେସେଜ୍ ପଠାଯାଇଥାଏ। ଏହାସହ ବ୍ୟାଙ୍କ ପକ୍ଷରୁ ମଧ୍ୟ […]
ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଜାରି କରିଛନ୍ତି ହ୍ୱିପ । ୧୬ରେ ବିଧାନସଭାରେ ଉପସ୍ଥିତ ରହିବା ପାଇଁ ଦଳୀୟ ବିଧାୟକଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ବିଜେଡି , କଂଗ୍ରେସକୁ ଘୋଡା ବେପାର ଭୟ ଘାରିନି । ବିଜେପିକୁ ମଧ୍ୟ ଘାରିଛି । ଏପଟେ କଂଗ୍ରେସର ୮ ବିଧାୟକ ବେଙ୍ଗାଲୁରର ଏକ ରିସର୍ଟରେ ଯାଇ ରହିଛନ୍ତି । ଯାହାକି କଂଗ୍ରେସ ହ୍ୱିପ ଜାରି କରି […]
ରାୟଗଡ (ନିପ୍ର) ୧୩/୦୩ – ମାର୍ଚ୍ଚ ୨୯ ରୁ ଏପ୍ରିଲ ୨ ତାରିଖ ଯାଏଁ ଅନୁଷ୍ଠିତ ହେବା ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଚୈତ୍ର ଯାତ୍ରା । ଏ ନେଇ ଆଜି ମନ୍ଦିର ପରିସରରେ ରୀତି, ନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଚୈତ୍ର ଯାତ୍ରା ନିମନ୍ତେ ଶୁଭ ଖୁଂଟି ସ୍ଥାପନ ହୋଇଛି । ୨୯ ତାରିଖ ଦିନ ମାଙ୍କ ପାଦ ଉଠାଣ ଓ ଘଟ ସ୍ଥାପନ ସହ ସୂର୍ଯ୍ୟପୂଜା, ଶାଳାପୂଜା, ଚଣ୍ଡୀପାଠ, ଷୋଡଶ ଉପଚାର ପୂଜା, […]
୫୪ ବର୍ଷର ଦୀର୍ଘ ଅପେକ୍ଷା ପରେ ଆମେରିକୀୟ ମହାକାଶ ସଂସ୍ଥା ନାସା ଏହାର ଐତିହାସିକ ଆର୍ଟେମିସ୍-II ମିଶନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଯଦି ସବୁକିଛି ଠିକ୍ ରହେ, ତେବେ ନାସା ଏପ୍ରିଲ ୧ରେ ଏହାର ଆର୍ଟେମିସ୍ II ମିଶନ ଲଞ୍ଚ କରିବ। ଏହି ମିଶନ ପ୍ରାୟ ୧୦ ଦିନ ଚାଲିବ। ୧୯୭୨ ପରେ ଏହା ପ୍ରଥମ ଥର ହେବ ଯେଉଁଥିରେ ମଣିଷ ପୁଣି ଥରେ ଚନ୍ଦ୍ରର କକ୍ଷପଥକୁ ଯାତ୍ରା କରିବ। ନାସାର ଏହି ମିଶନରେ ସ୍ପେସ୍ […]
ରାଜ୍ୟର ୧୨୦୦ରୁ ଅଧିକ ଗାଁରେ ମୋବାଇଲ୍ ସେବା ପହଞ୍ଚିପାରିନାହିଁ।ଗ୍ରାମାଞ୍ଚଳ, ଦୁର୍ବଳ ଓ ଅପହଞ୍ଚ ଅଞ୍ଚଳରେ ମୋବାଇଲ୍ ସେବା ପହଞ୍ଚାଇବା ପାଇଁ ଡିଜିଟାଲ ଭାରତ ନିଧି (ଡିବିଏନ୍) ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ୨୦୨୬ ଫେବ୍ରୁଆରି ସୁଦ୍ଧା ସାରା ଦେଶର ୪୬,୩୩୧ଟି ଗାଁରେ ମୋବାଇଲ୍ ସେବା ପହଞ୍ଚାଇବା ଲାଗି ୩୪,୭୮୦ଟି ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ଯୋଜନା ରହିଥିବା ଟେଲିକମ୍ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ।ସେ କହିଛନ୍ତି ଯେ, ଗ୍ରାମୀଣ ମୋବାଇଲ୍ ସେବା ବ୍ୟବସ୍ଥାକୁ ସୁଦୃଢ଼ […]
