ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ।ମେ୧୧ ତାରିଖ ଏବଂ ୧୨ ତାରିଖରେ ଗଣତି ଚାଲୁ ରହିବ । ବାହାର ଚନ୍ଦନ ଯାତ୍ରାର ନୀତି ବହୁଳତା ଓ ଅନ୍ୟ ବିଭିନ୍ନ କାରଣରୁ ଗଣତିମଣତି କିଛି ଦିନ ହେବ ବନ୍ଦ ରହିଥିଲା । ସେପଟେ ଭିତର ଭଣ୍ଡାର ଗଣତି ପ୍ରକ୍ରିୟା ପୂର୍ବ ନିର୍ଦ୍ଧାରିତ ଏସ୍ଓପି ଆଧାରରେ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. […]
ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ । ଗଲ୍ଫ ଅଫ ମନାର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଓଡ଼ିଶାକୁ ବାତ୍ୟାର ଆଶଙ୍କା ସୃଷ୍ଚି କରିଛି ଏହି ଘୂର୍ଣ୍ଣିବଳୟ କିନ୍ତୁ ଏହା ଓଡ଼ିଶାକୁ କେତେ ଦୁର ପ୍ରଭାବିତ କରିବ ଏବେଠାରୁ ଆକଳନ କରିବା ସମ୍ଭବ ନୁହେଁ । ସେପଟେ ଆସନ୍ତା ୨୪ ଘଂଟାରେ ବିଜୁଳି ଘଡ଼ଘଡ଼ି […]
ରାୟଗଡ଼ ୧୦/୦୫ ରାୟଗଡା ସହରର ଇନ୍ଦିରା ନଗର ୩ୟ ଲାଇନରେ କିଛି ଅଜଣା ଦୁର୍ବୁତ୍ତ ଗୁଳିକାଣ୍ଡ କରି ଜଣେ ଯୁବକଙ୍କୁ ଅପହରଣ କରିନେଇଥିବା ଜଣାପଡିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଗତକାଲି ରାତି ୧୦.୩୦ ସମୟରେ କିଛି ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ଯୁବକଙ୍କୁ ପିଛା କରିଥିଲେ । ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁବକ ଜଣଙ୍କ ଭୟରେ ଦୌଡି […]
ଭାରତର ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ରଣନୈତିକ କ୍ଷମତାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କ୍ରମରେ ଓଡ଼ିଶା ଉପକୂଳର ଡ. ଏପିଜେ ଅବଦୁଲ କଲାମ ଦୀପରୁ ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟଲି ଟାର୍ଗେଟେଡ୍ ରି-ଏଣ୍ଟ୍ରି ଭେହିକଲ୍ (ଏମ୍ଆଇଆରଭି) ରୁ ଉନ୍ନତ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି।ସାଧାରଣତଃ ଗୋଟିଏ ମିସାଇଲ ଗୋଟିଏ ଲକ୍ଷ୍ୟଭେଦ କରିଥାଏ, କିନ୍ତୁ MIRV ଯୁକ୍ତ ଅଗ୍ନି ମିସାଇଲର ବିଶେଷତ୍ୱ ରହିଛି । ଏହି ଗୋଟିଏ ମିସାଇଲ୍ ଆକାଶକୁ ଯିବା ପରେ ଏଥିରୁ […]
ମାନବିକତା ଦେଖାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିକୁ ଡାକ୍ତରଖାନାରେ କଲେ ଭର୍ତ୍ତି ।ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଲାଙ୍ଗୀରୁ ଭୁବନେଶ୍ବର ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ପଡ଼ି ରହିଥିବା ଜଣେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଏହାସହ ସେ ନିଜେ ଡାକ୍ତରଖାନା ଯାଇ ତାଙ୍କର ଉଚିତ୍ ଚିକିତ୍ସା କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ଉକ୍ତ ବ୍ୟକ୍ତିର ଜୀବନ ବଞ୍ଚି ଯାଇଛି ।ଏହି ଘଟଣାରେ ମନ୍ତ୍ରୀ ମୁକେଶ […]
ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା ବା ମବ୍ ଲିଞ୍ଚିଙ୍ଗ୍ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଘଟଣା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିବା ପରେ କ୍ରାଇମ୍ବ୍ରାଞ୍ଚ୍ ଦ୍ୱାରା ଏହି ଘଟଣାର ସଠିକ୍ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଘଟଣାର ଯେଭଳି […]
ମହାନଦୀ ବିବାଦ ଆଉ ଜଟିଳ ନାହିଁ, ସମାଧାନ ଆଡକୁ ଯାଉଛି କହିଲେ ଏଜି । ଓଡିଶାର ସ୍ୱାର୍ଥକୁ ସୁରକ୍ଷା ଦେଇ ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଛି । ମହାନଦୀରେ ଜଳ ରାଶି କେତେ ତାକୁ ନେଇ ରିପୋର୍ଟ ଦାଖଲ ହୋଇଛି । ୨ ରାଜ୍ୟର ଯନ୍ତ୍ରୀ ୧୫ ଥର ବୈଠକ କରି ତଥ୍ୟ ଭିତ୍ତିକ ରିପୋର୍ଟ ରଖିଛନ୍ତି ।ଟ୍ରିବ୍ୟୁନାଲ ଦ୍ବାରା କୌଣସି ଜଳ ବିବାଦ ସାରା ଦେଶରେ ସମାଧାନ ହୋଇନାହିଁ । ଆପୋଷ ବୁଝାମଣା ହିଁ […]
ଅମିଷା ପଟେଲଙ୍କର ଏକ ବୟାନକୁ ନେଇ ଆଲୋଚନାର ଶିଖରରେ। ଅମିଷା ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ନୂଆ ଅଭିନେତ୍ରୀ ଏବଂ ବଲିଉଡର ‘ନକଲି ପିଆର ଗେମ୍’କୁ ଟାର୍ଗେଟ କରିଛନ୍ତି। ଅମିଷା ପଟେଲ ଶନିବାର ସକାଳେ ଏହି ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ସେହି ନୂଆ ଅଭିନେତ୍ରୀମାନଙ୍କୁ ଟାର୍ଗେଟ କରିଛନ୍ତି ଯେଉଁମାନେ ନିଜକୁ ‘ସୁପରଷ୍ଟାର’ ଏବଂ ‘ନମ୍ବର ୧’ ବୋଲି କହିବାକୁ ପସନ୍ଦ କରନ୍ତି ଯଦିଓ ସେମାନେ ଇଣ୍ଡଷ୍ଟ୍ରିରେ ଅଧିକ ସମୟ ବିତାଇ […]
ଓଡ଼ିଶା ଜଳ ନିଗମ (WATCO) ସହରାଞ୍ଚଳ ନାଗରିକ ସେବା କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି। ନିଗମ ନିଜ ଅଧୀନରେ ଥିବା ସମସ୍ତ ୨୯ଟି ସହରାଞ୍ଚଳରେ ଶତପ୍ରତିଶତ ଘରୋଇ ପାଇପ୍ ଜଳ ସଂଯୋଗ ସୁନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ଏହି ସଫଳତା ସହ ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ସୁଦୃଢ଼ କରିଛି।୨୦୨୬ ମାର୍ଚ୍ଚ ସୁଦ୍ଧା ଓ୍ବାଟକୋ ପ୍ରାୟ ୭,୬୩,୦୮୨ଟି ଘରୋଇ […]
ପଶ୍ଚିମବଙ୍ଗରୁ ସାମ୍ନାକୁ ଆସିଛି ଏକ ରୋଚକ ଘଟଣା। ମମତା ବାନାର୍ଜୀଙ୍କ ପରାଜୟ ଅପେକ୍ଷାରେ ଜଣେ ବ୍ୟକ୍ତି ୧୫ ବର୍ଷ ହେଲା ନିଜ ଚୁଟି କାଟିନଥିଲେ ।ଶେଷରେ ୨୦୨୬ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ସେ ଲଣ୍ଡା ହୋଇଥିଲେ। ରିପୋର୍ଟ ଅନୁଯାୟୀ, ୨୦୧୧ ମସିହାରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ବଙ୍ଗଳାରେ କ୍ଷମତାକୁ ଆସିବା ପରେ ବଙ୍ଗଳାର ବାମନ ପାରା ଗାଁର ବାସିନ୍ଦା ବିଜେପି ସମର୍ଥକ ବନେଶ୍ଵର ବର୍ମନ ଏହି ପ୍ରତିଜ୍ଞା ନେଇଥିଲେ। ତା’ପରେ ସେ […]
ଓଡ଼ିଶାରେ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ଯୋଜନା। ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ଦିନକୁ ଦିନ ବଢ଼ୁଥିବା ସାଇବର ଠକେଇ ଏବଂ ଅପରାଧ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଇବର ଠକେଇ ମାମଲାର ଶୀଘ୍ର ନ୍ୟାୟ ପ୍ରଦାନ । ଏଥିସହ ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ । ମହିଳାଙ୍କ […]
ପଶ୍ଚିମବଙ୍ଗରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଶନିବାର, ୯ ମଇ, ୨୦୨୬ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।ତେବେ ଶନିବାର ଶୁଭେନ୍ଦୁଙ୍କ ଶପଥ ଗ୍ରହଣ ପରେ ବଦଳିଛି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ ।ଶନିବାର ଦିନ ୧୧ଟା ପର୍ଯ୍ୟନ୍ତ ମମତାଙ୍କ ପ୍ରୋଫାଇଲରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବୋଲି ରହିଥିଲା । ମାତ୍ର ଯେତେବେଳେ ଶୁଭେନ୍ଦୁ ଶପଥ ଗ୍ରହଣ କଲେ ତା’ପରେ ବଦଳିଗଲା ସୋସିଆଲ ମିଡିଆରୁ ପ୍ରୋଫାଇଲ । ତେବେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଲେଖ […]
