ସୃଷ୍ଟି ହେଲାଣି ଘୂର୍ଣ୍ଣିବଳୟ, ୨୪ ବେଳକୁ ଛୁଇଁପାରେ ଉପକୂଳ

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଗକୁ ଲଘୁଚାପର ରୂପ ନେବ। ଉତ୍ତର ଥାଇଲାଣ୍ଡ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୧୯ରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ଆଶଙ୍କା। ଏହା ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ୟ୍ୟନ୍ତ ବ୍ୟାପିଛି। ୧୮ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି ଏବଂ ଏହାର ପ୍ରଭାବରେ ୧୯ସେପ୍ଟେମ୍ବର ୨୦୨୬ ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା […]

ସୁଡାନରେ ସୁନା ଖଣି ଧସି ୬୦ ମୃତ, ଅନେକ ନିଖୋଜ

ସୁଦାନର ପଶ୍ଚିମ କୋର୍ଡୋଫାନ୍ ସ୍ଥିତ ଅଲ-ନୁହୁଦ୍ ସହରରେ ଗୋଟିଏ ସୁନା ଖଣି ଧସିଯିବା ଫଳରେ ଅତିକମରେ ୬୦ ଜଣଙ୍କର ମୃତ୍ୟୁ ଘଟିଛି । ଧ୍ୱଂସାବଶେଷ ତଳେ ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।ଗତ ରବିବାର ଏହି ଖଣି ଧସିଥିବା ବେଳେ ବୁଧବାର ସୁଦ୍ଧା ୬୦ଟି ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ତିନିଜଣ ସ୍ଥାନୀୟ ସୂତ୍ର ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା […]

ଆଜି ସମ୍ବଲପୁରରେ ଉଦଘାଟିତ ହେଲା ଅତ୍ୟାଧୁନିକ ଡପଲର ୱେଦର ରାଡାର ସିଷ୍ଟମ

ପାଣିପାଗ ଆକଳନରେ ଆହୁରି ସଶକ୍ତ ହେଲା ଓଡି଼ଶା। ଆଜି ସମ୍ବଲପୁରରେ ଉଦଘାଟିତ ହେଲା ଅତ୍ୟାଧୁନିକ ଡପଲର ୱେଦର ରାଡାର ସିଷ୍ଟମ। ମୁଖ୍ୟମନ୍ତ୍ରୀ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ଯୋଗୀପାଲି ଯାଇ ଡପଲର ରାଡାର ସିଷ୍ଟମର ଉଦ୍ଘାଟନ କରିଛନ୍ତି। ସମ୍ବଲପୁରର ଜମାଦାରପାଲି ଠାରେ ନିର୍ମିତ ୫ ମହଲା ବିଶିଷ୍ଟ ଏହି କେନ୍ଦ୍ର, ପାଣିପାଗ ସମ୍ବନ୍ଧୀୟ ସଠିକ ସୂଚନା ପ୍ରଦାନ କରିବ । ଏହି ରାଡାରର କ୍ଷମତା ପ୍ରାୟ ୨୫୦ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ରହିବ ।ବର୍ଷାଠାରୁ ଆରମ୍ଭ କରି […]

EPFରେ ବଡ଼ ପରିବର୍ତ୍ତନ; PF ଲିମିଟ୍ ବଢ଼ିଲା

କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । EPF ଓ EPS କଭରେଜ୍‌ ପାଇଁ ଲାଗୁଥିବା ବେତନ ସୀମାକୁ ମାସିକ ୧୫,୦୦୦ ଟଙ୍କାରୁ ବଢ଼ାଇ ୨୫,୦୦୦ ଟଙ୍କା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ରୀୟ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତିକୁ ମଞ୍ଜୁରି ମିଳିଛି।ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଦେଶର ପ୍ରାୟ ୫୧ ଲକ୍ଷ କର୍ମଚାରୀ ସିଧାସଳଖ ଉପକୃତ ହେବେ। ଏହାଦ୍ୱାରା ଚାକିରିଆଙ୍କ […]

ସାହସୀ ସୈନିକଙ୍କ ପାଇଁ ରେଳ ଯାତ୍ରାରେ ଜୀବନବ୍ୟାପୀ ରିହାତି

Free Railway Travel ଦେଶର ବୀର ଯବାନ ଏବଂ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସେନା ମେଡାଲ, ନୌସେନା ମେଡାଲ ଏବଂ ବାୟୁସେନା ମେଡାଲରେ ସମ୍ମାନିତ ଯବାନ ଓ ଯୋଗ୍ୟ ପରିବାର ସଦସ୍ୟଙ୍କୁ ଏଣିକି ଭାରତୀୟ ରେଳରେ ଆଜୀବନ ମାଗଣା ଯାତ୍ରା ସୁବିଧା ମିଳିବ । ଜୀବନସାଥୀଙ୍କ ମୃତ୍ୟୁ ଘଟିଥିବା କ୍ଷେତ୍ରରେ ଏହି ସୁବିଧା ପୁନଃବିବାହ ପର୍ଯ୍ୟନ୍ତ ଜାରି ରହିବ । ଏହାସହ ମରଣୋତ୍ତର ବୀରତା ପୁରସ୍କାର ପାଇଥିବା ଅବିବାହିତ […]

ଗ୍ୟାସ କନେକ୍ସନର e-KYC କରାଇବା ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ

LPG ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଜରୁରୀ ଖବର। ଗ୍ୟାସ କନେକ୍ସନର e-KYC କରାଇବା ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି। ସର୍ଭର ସମସ୍ୟା ଯୋଗୁ ପ୍ରଥମେ ୭ ସେପ୍ଟେମ୍ବରର ଡେଡଲାଇନକୁ ବଢ଼ାଇ ୧୪ ସେପ୍ଟେମ୍ବର କରାଯାଇଥିଲା। ଏବେ ୧୪ ସେପ୍ଟେମ୍ବରର ସମୟସୀମା ମଧ୍ୟ ଶେଷ ହୋଇଛି।୧୫ ସେପ୍ଟେମ୍ବରରୁ ସିଧାସଳଖ ଗ୍ୟାସ କନେକ୍ସନ ବନ୍ଦ ହୋଇଯିବ ନାହିଁ। ତେବେ e-KYC ଅପଡେଟ ନଥିଲେ ଆଗାମୀ ଦିନରେ LPG ସିଲିଣ୍ଡର ବୁକିଂ କିମ୍ବା ସବସିଡି ପାଇବାରେ ସମସ୍ୟା ହୋଇପାରେ। ତେଣୁ […]

ସାକ୍ଷୀଙ୍କୁ ଧମକ ଦେବା ନେଇ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବହୁ ଚର୍ଚ୍ଚିତ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପାଇଁ ପୁଣି ବଢ଼ିଛି ଆଇନଗତ ଅସୁବିଧା। ସାକ୍ଷୀଙ୍କୁ ଧମକଚମକ ଦେବା ଅଭିଯୋଗରେ ସେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି।ଜେଲ ଭିତରୁ ଡା. ସୁଶାନ୍ତ ପାଣିଗ୍ରାହୀଙ୍କ ଫୋନରେ ଧମକାଇଥିବା ଅଭିଯୋଗ ହୋଇଛି । ଏନେଇ ଗୋଷାଣୀ ନୂଆଗାଁ ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି । ମଦନ ବଦଳାଇଙ୍କ ନାଁରେ ମଧ୍ୟ ଧମକାଇବା ଅଭିଯୋଗରେ […]

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଏପ୍ରିଲ ମାସରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

ଆସନ୍ତାକାଲି ସୁଭଦ୍ରା ଯୋଜନାକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଛି । ଏହା ଭିତରେ ହିତାଧିକାରୀଙ୍କୁ ୫ଟି କିସ୍ତି ଦିଆଯାଇଛି । କୋଟିଏରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ପୁଣି ଥରେ ଖୋଲିବାକୁ ଯାଉଛି ପୋର୍ଟାଲ । ଯାହାଦ୍ୱାରା କି ଆବେଦନ କରିପାରିବେ ହିତାଧିକାରୀ । ଆସନ୍ତା ଏପ୍ରିଲ୍‌ରେ ଖୋଲିବାକୁ ଯାଉଛି ପୋର୍ଟାଲ । ଯେଉଁମାନେ ଆବେଦନ କରିନାହାନ୍ତି କିମ୍ବା ଯେଉଁମାନେ କୌଣସି କାରଣ ପାଇଁ ଏଥିରେ ବଞ୍ଚିତ ହୋଇଯାଇଥିଲେ । ସେମାନଙ୍କ […]

ଭାରତୀୟ ଯୁଦ୍ଧପୋତ ସହ ପାକିସ୍ତାନୀ ନୌସେନା ଜାହାଜର ଧକ୍କା

India and Pakistan Navies collide ଭାରତ ଓ ପାକିସ୍ତାନ ମଧ୍ୟରେ ସର୍ବଦା ଚାଲିଥିବା ଉତ୍ତେଜନା ଭିତରେ ସମୁଦ୍ରରେ ଦୁଇ ଦେଶର ନୌସେନା ମୁହାଁମୁହିଁ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନର ଏକ ନୌସେନା ଜାହାଜ ଭାରତୀୟ ନୌସେନାର ଏକ ଫ୍ରଣ୍ଟଲାଇନ ଯୁଦ୍ଧପୋତ ସାମ୍ନାକୁ ଆସିଛି ।ଘଟଣାରେ ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନି ହୋଇନଥିବା ଜଣାପଡ଼ିଛି । ତେବେ ଘଟଣାକୁ ନେଇ ଭାରତ ସରକାର କିନ୍ତୁ ଗମ୍ଭୀର ଆପତ୍ତି ପ୍ରକଟ କରିଛି । […]

ଲସ୍ ଆଞ୍ଜେଲସ୍‌ରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ

ଆମେରିକାର ଲସ୍ ଆଞ୍ଜେଲସର ସାନ୍ ଫର୍ଣ୍ଣାଣ୍ଡୋ ଭ୍ୟାଲିରେ ଏକ ନ୍ୟୁଜ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ, ଚାଟସ୍ୱର୍ଥ ଅଞ୍ଚଳର ନର୍ଥ ମେସନ୍ ଆଭେନ୍ୟୁର ୯୧୦୦ ବ୍ଲକ୍ ନିକଟରେ ଘଟିଛି ଏହି ଦୁର୍ଘଟଣା।ଦୁଇଟି ବାଣିଜ୍ୟିକ କୋଠା ମଧ୍ୟରେ ଥିବା ଅଞ୍ଚଳରେ ହେଲିକପ୍ଟରଟି ଖସିପଡ଼ିଥିଲା। ତଳେ ରହିଥିବା ଦୁଇଟି ସିପିଂ କଣ୍ଟେନର ଏବଂ ଏକାଧିକ ଗାଡ଼ି ଉପରେ ମଧ୍ୟ ଏହା ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ […]

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ି ଗଲେ ଦୁଇ ଛାତ୍ର

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଘୋଡ଼ାହାଡ଼ ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ମୃତକ ଦ୍ୱୟ ହେଉଛନ୍ତି ହିଞ୍ଜିଳିକାଟୁ ପୌରାଞ୍ଚଳ ଗଜପତି ମାର୍ଗ ଅଞ୍ଚଳର ଆଦର୍ଶ ସାହୁ ଓ ଗାୟତ୍ରୀ ନଗରର ପ୍ରୀତମ ସାମେଲି ।ଖବର ଅନୁଯାୟୀ, ଧୁମଧାମରେ ଗଣେଷ ପୂଜା ପରେ ଆରମ୍ଭ ହୋଇଥିଲା ବିସର୍ଜନ । ମହାପ୍ରଭୁଙ୍କ ମୂର୍ତ୍ତି ବିସର୍ଜନ ବେଳେ […]

ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ,ଆଜିଠୁ ‘ସାଗର କବଚ-୨’ ସମରାଭ୍ୟାସ

ପାରାଦୀପରେ ଆରମ୍ଭ ହୋଇଛି ସାଗର କବଚ । ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ଷକୁ ଦୁଇଥର ମିଳିତ ସମରାଭ୍ୟାସ ସାଗର କବଚ ଆୟୋଜନ ହେଉଛି । ଚଳିତ ବର୍ଷର ଦ୍ଵିତୀୟ ସମରାଭ୍ୟାସ ସାଗର କବଚ-୨ ଦୁଇଦିନ ଧରି ଗଭୀର ସମୁଦ୍ର ଏବଂ ସ୍ଥଳ ଭାଗରେ ଆରମ୍ଭ ହୋଇଛି । ଏହି ମିଳିତ […]