ଅନୁଗୋଳରେ ସେକ୍ସ ରାକେଟ ଠାବ। ୨ ବାହାର ରାଜ୍ୟର ଯୁବତୀଙ୍କ ସହ ୨ଜଣ ଗ୍ରାହକ ଅଟକ

ଅନୁଗୋଳରେ ସେକ୍ସ ରାକେଟ ଠାବ। ୨ ବାହାର ରାଜ୍ୟର ଯୁବତୀଙ୍କ ସହ ୨ଜଣ ଗ୍ରାହକଙ୍କୁ ଧରିଛି ପୋଲିସ। ସମସ୍ତଙ୍କୁ ନେଇ ଜେରା କରୁଛି ପୋଲିସ । ସୂଚନା ଅନୁସାରେ, ଅନୁଗୋଳ ଅମଲାପଡ଼ାରେ କୁଞ୍ଜ ମୋହନ ସ୍ୱାଇଁ, ଇନିସପେକ୍ଟର ଅଫ୍ ପୁଲିସ, ରିଟାୟାର୍ଡ, ଲେଖା ଥିବା ଏକ ଘରେ ମୁହଁ ସଞ୍ଜ ବେଳେ ସେକ୍ସ ରାକେଟ ଚାଲିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଅନୁଗୋଳ ପୁଲିସ। ତୁରନ୍ତ ସ୍ପେସାଲ୍ ସ୍କ୍ୱାଡ ଓ ଅନୁଗୋଳ ଟାଉନ୍ ଥାନା ପୁଲିସର […]

ଓରାଂଉଟାନ୍ ଉଦ୍ଧାର ଘଟଣା: ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ

ଓରାଂଉଟାନ୍ ଉଦ୍ଧାର ଘଟଣାକୁ ନେଇ ନନ୍ଦନକାନନରେ ବୈଷୟିକ କମିଟିର ଅନୁଧ୍ୟାନ । ପିସିସିଏଫ୍ (ୱାଇଲ୍ଡଲାଇଫ୍), ଓଡ଼ିଶାଙ୍କ ଦ୍ୱାରା ଗଠିତ ବୈଷୟିକ କମିଟିର ସଦସ୍ୟମାନେ ଗତକାଲି ଅପରାହ୍ନରେ ନନ୍ଦନକାନନ ପ୍ରାଣୀଉଦ୍ୟାନର ହାତପୋଷା ଓ ଶିଶୁ ଯତ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ ।ବନ୍ୟପ୍ରାଣୀ ଓ ପ୍ରାଣୀ ଚିକିତ୍ସା ବିଶେଷଜ୍ଞମାନେ ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଗ୍ରହଣ ଓ ଶାରୀରିକ ଗତିବିଧି ଅନୁଧ୍ୟାନ କରିଛନ୍ତି । ବର୍ତ୍ତମାନ ସମସ୍ତ ୫ଟି ଓରାଙ୍ଗଉଟାନ୍ ଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି। କିଛିଦିନ ତଳେ ଏମାନଙ୍କ ମଧ୍ୟରୁ […]

ଆଗାମୀ ୫ ଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜାରି ରହିବ ବର୍ଷା

ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଖରାଦିନ ଭଳି ସକାଳୁ ଟାଇଁ ଟାଇଁ ଖରା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତେବେ ବୁଧବାରଠାରୁ ରାଜ୍ୟରେ ପୁଣି ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବରଗଡ଼, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ […]

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ। ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗର ଦ୍ୱିତୀୟ ମହଲାରେ ଥିବା ଅପରେସନ ଥିଏଟରର ନିଶ୍ଚେତକ କକ୍ଷରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗ ଆସି ତୁରନ୍ତ ନିଆଁକୁ ଆୟତ୍ତ କରିଛନ୍ତି ।ଏସିରେ ବିଦ୍ୟୁତ ସଟ ସର୍କିଟ ହୋଇ ନିଆଁ ଲାଗିଥିବା କୁହା ଯାଉଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି। ଓଟିରେ […]

ଚଳିତ ମୌସୁମୀରେ ନୂଆ ରେକର୍ଡ: ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ୧୧ଟି ଲଘୁଚାପ

୫ ଦିନ ଧରି ବର୍ଷାର ପ୍ରଭାବ। ରାଜ୍ୟରେ ଆଗାମୀ ୫ ଦିନ ଧରି ବର୍ଷା ଜାରି ରହିବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଓ ଝଡ଼, ପବନର ସମ୍ଭାବନା ରହିଛି।କାଲିଠୁ ୨୦ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ସମେତ ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାକୁ ୟେଲୋ […]

ଚାପରୁ ମୁକୁଳି ପାରୁନାହାନ୍ତି ଓରାଙ୍ଗଉଟାନ: ଓପନ ଏନକ୍ଲୋଜରକୁ ହୋଇପାରନ୍ତି ସ୍ଥାନାନ୍ତର

ଚିନ୍ତାଗ୍ରସ୍ତ ଥିବା ଓରାଙ୍ଗଉଟାନ୍‌ଙ୍କୁ ଜଙ୍ଗଲ ଭଳି ପରିବେଶରେ ରଖିବା ପାଇଁ ଚିନ୍ତା କରୁଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ପ୍ରାକୃତିକ ବାତାବରଣରେ ଓରାଙ୍ଗଉଟାନ୍‌ ରହିବା ଦ୍ବାରା ସେମାନଙ୍କ ଚାପ ହ୍ରାସ ପାଇପାରେ ବୋଲି କଳନା କରାଯାଉଛି । କାଚ ଘରେ କ୍ବାରେଣ୍ଟାଇନ୍‌ରେ ଥିବା ପାଞ୍ଚ ଓରାଙ୍ଗଉଟାନଙ୍କୁ ଓପନ ଏନ୍‌କ୍ଲୋଜରକୁ ସ୍ଥାନାନ୍ତର କରିବା ପାଇଁ ବୈଷୟିକ କମିଟି ନିକଟରେ ସୁପାରିଶ କରାଯାଇଛି । ବୈଷୟିକ କମିଟି ପକ୍ଷରୁ ଗ୍ରୀନ୍ ସିଗ୍ନାଲ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।ଅନ୍ୟପକ୍ଷରେ, […]

ମହାକାଶରେ ଆମେରିକାର ସାମରିକ ଅସ୍ତ୍ର, ଯୁଦ୍ଧ ପ୍ରସ୍ତୁତି ବନ୍ଦ କରିବାକୁ ଚେତାବନୀ ଶୁଣାଇଲା ଚୀନ

ମହାକାଶରେ ଅସ୍ତ୍ର ମୁତୟନ କରିଛି ଆମେରିକା । ଯୁଦ୍ଧ ପ୍ରସ୍ତୁତି ବନ୍ଦ କରିବାକୁ ଚେତାବନୀ ଶୁଣାଇଲା ଚୀନ। ମହାକାଶରେ ଅସ୍ତ୍ର ମୁତୟନ କରିଥିବା ନେଇ ସାର୍ବଜନୀନ ଭାବେ ସ୍ୱୀକାର କରିଛି ଆମେରିକା। ରୁଷିଆ ଓ ଚୀନ୍‌ର ବଢ଼ୁଥିବା ଅନ୍ତରିକ୍ଷ କ୍ଷମତାକୁ ଦୃଷ୍ଟିରେ ରଖି ଆମେରିକା ନିଜର ସ୍ପେସ୍ କ୍ଷମତାକୁ ଆହୁରି ମଜବୁତ କରୁଥିବା କୁହାଯାଉଛି । ଆମେରିକାର ବାୟୁସେନା ସଚିବ ଟ୍ରୟ ମୀଙ୍କ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଅନ୍ତରିକ୍ଷରେ ବଦଳୁଥିବା ବିପଦର ମୁକାବିଲା ପାଇଁ ଆମେରିକାକୁ ପ୍ରସ୍ତୁତ […]

ଘୂର୍ଣ୍ଣିବଳୟ ମାନେ ବାତ୍ୟା ନୁହେଁ : ISROର ଆକଳନ ଏକ ବୈଜ୍ଞାନିକ ଋତୁକାଳୀନ ସତର୍କ ସୂଚନା- ସୁରେନ୍ଦ୍ରନାଥ ପଶୁପାଳକ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷ ଆକଳନ କରିଛି ଯେ, ଅକ୍ଟୋବରରୁ ଡିସେମ୍ବର ୨୦୨୬ ମଧ୍ୟରେ ଉତ୍ତର ଭାରତ ମହାସାଗରରେ ପ୍ରାୟ ୩ଟି ବାତ୍ୟା ସୃଷ୍ଟି ହୋଇପାରେ । ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବା ସହ ସାଧାରଣରେ ଭୟ ସୃଷ୍ଟି ହୋଇଛି । ମାତ୍ର ଏହାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ସେ ଦର୍ଶାଇଛନ୍ତି, “Cyclonic Circulation” ବା ଘୂର୍ଣ୍ଣିବଳୟ ମୌସୁମୀ ସମୟରେ […]

ଅମ୍ବାନୀଙ୍କ ଗଣପତି ଉତ୍ସବରେ ନଜର ଆସିଲେ ବଲିଉଡର ଚର୍ଚ୍ଚିତ ଷ୍ଟାର, ଦିୱାନା ହେଲେ ଫ୍ୟାନ୍ସ

ଗଣେଶ ଚତୁର୍ଥୀରେ ଭକ୍ତିର ରଙ୍ଗରେ ରଙ୍ଗୀନ ହୋଇଛି ଦେଶ। ମୁମ୍ବାଇରେ ନୀତା ଅମ୍ବାନୀଙ୍କ ଆଣ୍ଟିଲିଆରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ବାପ୍ପାଙ୍କ ଆଗମନ। ଆଉ ଏହି ଭବ୍ୟ ଗଣେଶୋତ୍ସବରେ ଗୋଟିଏ ପରେ ଗୋଟିଏ ଷ୍ଟାରଙ୍କ ଆଗମନ ଲଗାଇଛି ଚାରଚାନ୍ଦ। ନୀତା ଅମ୍ବାନୀଙ୍କ ଆମନ୍ତ୍ରଣରେ ବାପ୍ପାଙ୍କ ଆଶୀର୍ବାଦ ନେବାକୁ ପହଞ୍ଚିଥିଲେ ଅନେକ ନାମୀଦାମୀ ଚେହେରା। ଏହି ଗ୍ରାଣ୍ଡ ସେଲିବ୍ରେସନରେ ଅନେକ ଲୋକପ୍ରିୟ ଓ ଚର୍ଚ୍ଚିତ ଅଭିନେତା, ଅଭିନେତ୍ରୀ ନଜର ଆସିଛନ୍ତି । ପ୍ରତ୍ୟେକ ଷ୍ଟାରମାନେ ନିଜକୁ ଷ୍ଟାଇଲିସ୍ ଗେଟଅପରେ […]

ଏବେ ଜେଲ୍ ରୁ ମୁକୁଳିବେନି ଦାରା ସିଂ, ମୁକ୍ତି ଆବେଦନ ଖାରଜ

ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ । ଏବେ ଜେଲ୍ ରୁ ମୁକୁଳିବେନି ଦାରା ସିଂ। ମୁକ୍ତିକୁ ବିରୋଧ କଲା ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ। ୧୯୯୯ର ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ଜାଳି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନକୁ ଖାରଜ କରିଛି ଓଡ଼ିଶାର State Sentence Review Board।ଆସନ୍ତା ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବାକୁ […]

ଦିଲ୍ଲୀ ବିମାନବନ୍ଦରରେ ବଡ଼ ସୁରକ୍ଷା ତ୍ରୁଟି, ଇମିଗ୍ରେସନ୍ ଯାଞ୍ଚ ନକରି ଭାରତ ଛାଡ଼ିଲେ ୩ ଇଟାଲୀୟ ନାଗରିକ

ଏୟାର ଇଣ୍ଡିଆ ସିଇଓଙ୍କୁ ସମନ୍ । ତିନି ବିଦେଶୀ ନାଗରିକଙ୍କୁ ବିନା ଯାଞ୍ଚରେ ଯାତ୍ରା ଅନୁମତି ମିଳିଥିବାରୁ ସମନ୍ କରିଛନ୍ତି କେନ୍ଦ୍ର ସରକାର । ଇମିଗ୍ରେସନ୍ କ୍ଲିଅରାନ୍ସ ବାଧ୍ୟତାମୂଳକ ଥିବା ସତ୍ତ୍ବେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଥିବା ଅଭିଯୋଗ ହୋଇଛି । ଏହି ତ୍ରୁଟି ଯୋଗୁ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।ସେପ୍ଟେମ୍ବର ୪ରେ ତିନି ଯାତ୍ରୀ ଅମୃତସରରୁ ଏୟାର ଇଣ୍ଡିଆର ଘରୋଇ […]

ମହିଳାଙ୍କୁ ଭିଡ଼ିନେଲା ବଉଳା କୁମ୍ଭୀର, ଚାଲିଗଲା ଜୀବନ

ମାଛ ଧରିବା ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସୀ ଅଞ୍ଚଳରୁ ଦୁଃଖଦ ଖବର ଆସିଛି। ମହିଳା ଜଣକ ଏହି ଗାଁର ହେମଲତା ଦାସ ବୋଲି ଜଣାପଡ଼ିଛି । ହେମଲତା ସକାଳୁ ଘର ଲିପିବା ପାଇଁ ଘର ନିକଟ ଗଳିଆ ନଈକୂଳକୁ କାଦୁଅ ଆଣିବାକୁ ଯାଇଥିଲେ । ଠିକ୍ ଏହି ସମୟରେ ନଦୀ ଭିତରୁ ଏକ ବଉଳା କୁମ୍ଭୀର ବାହାରି ହେମଲତାଙ୍କୁ ଟାଣି ନେଇଥିଲା ।ଏହାଦେଖିବା ପରେ […]