ଦିଶା ସାଲିଆନ୍ ମାମଲାରେ ବଡ଼ ମୋଡ଼ , CBI FIRରେ ଉଦ୍ଧବ ଓ ଆଦିତ୍ୟ ଠାକରେଙ୍କ ନାଁ

ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ଅଡ଼ୁଆ ବଢ଼ୁଥିବା ନଜର ଆସୁଛି । ଏହି ମାମଲାରେ ଆଜି ସିବିଆଇ ଏକ ଏଫଆଇଆର ରୁଜୁ କରିଛି, ଯେଉଁଥିରେ ଉଦ୍ଧବ ଠାକରେ ଏବଂ ଆଦିତ୍ୟ ଠାକରେଙ୍କ ନାମ ସାମିଲ ରହିଛି । ଏହା ବ୍ୟତୀତ ସେହି ସମୟରେ ମୁମ୍ବାଇର ପୁଲିସ କମିଶନର ଥିବା ପରମବୀର ସିଂହ ଏବଂ ତତ୍କାଳୀନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାମ ମଧ୍ୟ ଏହି ମାମଲାରେ ଦର୍ଜ […]

ଏମଏମଡିଆର ପ୍ରସଙ୍ଗରେ ଅର୍ଥନୈତିକ ଅବରୋଧ କରିବ ବିଜେଡି

MMDR ପ୍ରସଙ୍ଗକୁ ନେଇ ବିଜେଡିର ବଡ଼ ଘୋଷଣା । MMDR ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ କରିବ ବିଜୁ ଜନତା ଦଳ । ପ୍ରେସମିଟରେ ବିଜେଡି ବିଧାୟକ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏମଏମଡିଆର ଆଇନ ପ୍ରତ୍ୟାହାର କର, ନଚେତ ଆନ୍ଦୋଳନ କରିବୁ । ଅର୍ଥନୈତିକ ଅବରୋଧ , ବାଣିଜ୍ୟିକ ଅବରୋଧ ସହ ଆନ୍ଦୋଳନ କରିବ । ୨୦୦୫ରୁ ୨୦୨୬ ଯାଏ ବାକିଆ ଲକ୍ଷେ ୨୦ ହଜାର କୋଟି ରାଜ୍ୟ […]

ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ । ନନ୍ଦନକାନନରେ ଜଣେ ଓରାଙ୍ଗଉଟାନକୁ ଜ୍ୱର

ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ । ନନ୍ଦନକାନନରେ ଜଣେ ଓରାଙ୍ଗଉଟାନକୁ ଜ୍ୱର । ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣକୁ ଜ୍ୱର । ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍ । ଗତ ୮ ତାରିଖରେ ବାଲେଶ୍ୱର ଭୋଗରାଇ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଏବଂ ନନ୍ଦନକାନନରେ ରହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି ।ଏପଟେ ୫ ଶିଶୁ ଓରାଙ୍ଗଉଟାନ୍ ଙ୍କ ଯତ୍ନ ପାଇଁ ବଡ଼ ପଦକ୍ଷେପ […]

ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ୍ ପାଣି

ଖୁବ୍‌ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍ ପାଣି । ସେହିଭଳି ବିଭିନ୍ନ ଫ୍ଲେଭରରେ ଆସିବ ଓମ୍‌ଫେଡ୍ ଆଇସକ୍ରିମ୍ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବୋର୍ଡର ଅନୁମୋଦନ ମିଳିବା ପରେ ଓମଫେଡ୍ ପାଣି ଓ ବିଭିନ୍ନ ପ୍ରକାର ଫ୍ଲେଭରର ଆଇସକ୍ରିମ୍ ବଜାରକୁ ଆସିବ। ଅନ୍ୟପକ୍ଷରେ ରାଜ୍ୟରେ କ୍ଷୀର, ଛେନା ଓ ପନିରରେ ଅପମିଶ୍ରଣ ଅଭିଯୋଗ ଆସୁଥିବା ବେଳେ ଓମଫେଡ୍ କ୍ଷୀରର ଗୁଣବତ୍ତା ନେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଓମଫେଡ୍ […]

ସୁଧୁରୁଛି ଚୀନ-ଭାରତ ସମ୍ପର୍କ ! LACରୁ PLA ସୈନ୍ୟ ପ୍ରତ୍ୟାହାର କଲା ଚୀନ

BRICS ସମ୍ମିଳନୀ ସମାପ୍ତ ହେବା ପରେ ଭାରତ-ଚୀନ୍ ସମ୍ପର୍କ ପୁଣି ଥରେ ସୁଧୁରୁଥିବା ଦେଖିବାକୁ ମିଳିଛି । ଭାରତ ସୀମା ନିକଟରେ ବାସ୍ତବ ନିୟନ୍ତ୍ରଣ ରେଖା (LAC)ରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (PLA)ର ସେନା ହ୍ରାସ ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ତେବେ ବ୍ରିକ୍ସ ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ଏକୀକୃତ ବଜାର ସୃଷ୍ଟି ଏବଂ ଏକ ମୁକ୍ତ-ଉତ୍ସ ଏଆଇ […]

ବିରୂପା ନଦୀକୁ ଡେଇଁପଡିଲେ ସ୍ୱାମୀ-ସ୍ତ୍ରୀ…ଜଣେ ଉଦ୍ଧାର

ନଦୀକୁ ଡେଇଁପଡିଲେ ସ୍ୱାମୀ-ସ୍ତ୍ରୀ । ବିରୂପା ନଦୀର ବାଲିକୁଦା ସେତୁ ଉପରୁ ନଦୀକୁ ଡେଇଁ ପଡ଼ିଲେ ସ୍ବାମୀ ସ୍ତ୍ରୀ । ସ୍ତ୍ରୀକୁ ଉଦ୍ଧାର କରାଯାଇ ଥିବା ବେଳେ ସ୍ବାମୀ ନିଖୋଜ । ବରି ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ।ବରୀ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାରକାର୍ଯ୍ୟ ଜାରି ରହିଛି। ନିଖୋଜ ଥିବା ସ୍ବାମୀ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ତାଳୁଆ ଅଞ୍ଚଳର ସୁଧାକର ଓଝା ବୋଲି ଜଣାପଡ଼ିଛି। ପତ୍ନୀ ତିଳୋତ୍ତମା ଓଝାଙ୍କୁ କେନ୍ଦ୍ରାପଡ଼ା ଇନ୍ଦିପୁର […]

ବାଲେଶ୍ୱରରୁ ୫ ଓରାଂଉଟାନ୍‌ ଉଦ୍ଧାର ଘଟଣା; ସୁରକ୍ଷା ପାଇଁ ଗଠନ ହେଲା ବୈଷୟିକ କମିଟି

ଓଡ଼ିଶାରେ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାକୁ ସପ୍ତାହେ ବିତିଛି । କିନ୍ତୁ ବିରଳ ବନ୍ୟଜନ୍ତୁ ତସ୍କରୀ ପଛ ରହସ୍ୟ ପଦାକୁ ଆସିପାରିଲାନି । ଦୀଘାରେ ଡିଲ୍ ଘଟଣା ବି କିଛି ସ୍ପଷ୍ଟ ହେଲାନି । ହୋଟେଲର ସିସିଟିଭି ଫୁଟେଜ୍ରୁ କିଛି ଚାଞ୍ଚଲ୍ୟକର ତଥ୍ୟ ଆଶାରେ ଥିଲା କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍) । କିନ୍ତୁ ହାର୍ଡଡିସ୍କରୁ ଡାଟା ଡିଲିଟ୍ ହୋଇଥିବାରୁ ତଥ୍ୟ ପ୍ରମାଣ ହାତେଇ ପାରିନି ଏସ୍‌ଟିଏଫ୍ । tebe ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌ ହୋଟେଲର […]

ଆଜି ପବିତ୍ର ଗଣେଶ ପୂଜା

ଆଜି ପବିତ୍ର ଗଣେଶ ପୂଜା । ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ । ଓଡ଼ିଶାର ସ୍କୁଲ-କଲେଜରେ ପୂଜାର ଧୂମ୍ । ଗଣେଶ ପୂଜା ସହ ଛାତ୍ରଛାତ୍ରୀଙ୍କ ଏକ ନିଆରା ସମ୍ପର୍କ ରହିଛି । ସକାଳୁ ସକାଳୁ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆରମ୍ଭ ହୋଇଯାଇଛି ପୂଜା ପ୍ରସ୍ତୁତି । ନୂଆ ପୋଷାକ ପିନ୍ଧି ଛାତ୍ରଛାତ୍ରୀ ପୂଜାରେ ସାମିଲ ହୋଇଛନ୍ତି ।ଗାଁଠୁ ସହର-ପ୍ରତି ପ୍ରମୁଖ ଛକ ଓ ସାର୍ବଜନୀନ ମଣ୍ଡପଗୁଡ଼ିକରେ ବିରାଟକାୟ ଗଣପତି ମୂର୍ତ୍ତି ସ୍ଥାପନ […]

୨୨ରେ ପୁଣି ଲଘୁଚାପ, ବଢ଼ିବ ବର୍ଷା

୨୨ରେ ପୁଣି ଲଘୁଚାପ। ବଢ଼ିବ ବର୍ଷାର ପ୍ରକୋପ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ବିଦର୍ଭ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାରି ପ୍ରଭାବରେ ମୌସୁମୀ ନିମ୍ନଚାପ ରେଖା ଓଡ଼ିଶା ଦେଇ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଏହା ପ୍ରଭାବରେ ଓଡ଼ିଶାରେ ପାଗରେ ପରିବର୍ତ୍ତନ ଆସିଛି । ତେବେ ଲଘୁଚାପ ଯିବା ସତ୍ତ୍ବେ ଓଡ଼ିଶା ଉପରେ ଏବେ ବି ବର୍ଷା ସମ୍ଭାବନା ରହିଛି ।୨୨ରେ ପୁଣି […]

ପଶ୍ଚିମବଙ୍ଗରେ ତିଆରି ହେବ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର

ପଶ୍ଚିମବଙ୍ଗରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବା ଦିଗରେ ବଡ଼ ପଦକ୍ଷେପ। ପୂର୍ବ ମେଦିନୀପୁର ଜିଲ୍ଲାର ଜୁନପୁଟରେ ପ୍ରସ୍ତାବିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ନୂଆ ପରୀକ୍ଷଣ କେନ୍ଦ୍ର ପ୍ରକଳ୍ପ ପୁଣି ଚର୍ଚ୍ଚାକୁ ଆସିଛି। ଏହି କେନ୍ଦ୍ର ବିକଶିତ ହେଲେ ଓଡ଼ିଶାର ଚାନ୍ଦିପୁର ଉପରେ ଥିବା ପରୀକ୍ଷଣ ଚାପ କିଛି ମାତ୍ରାରେ କମିପାରେ।ଦୀର୍ଘ ଦିନ ଧରି ଅଟକି ରହିଥିବା ଏହି ପ୍ରକଳ୍ପ ଏବେ ରାଜ୍ୟ ସରକାର ଏବଂ DRDO ମଧ୍ୟରେ ସମନ୍ୱୟ ମାଧ୍ୟମରେ ଆଗକୁ […]

 ଭାରତ-ଚୀନ୍ କୂଟନୈତିକ ସମ୍ପର୍କରେ ନୂଆ ମୋଡ଼

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।ଜିନପିଙ୍ଗ କହିଛନ୍ତି ଯେ ଚୀନ୍ ଓ ଭାରତ ପରସ୍ପରର ଶକ୍ତି ଓ ସାମର୍ଥ୍ୟରୁ ଶିଖିପାରିବେ ଏବଂ ମିଳିତ ଭାବେ ବିକାଶ ଓ ପ୍ରଗତିର ନୂଆ ରାସ୍ତା ଖୋଲିପାରିବେ। ବିଶେଷକରି ବ୍ରିକ୍ସ ମଞ୍ଚରେ ଉଭୟ ଦେଶର ସହଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ସଙ୍କେତ ଦେଇଛନ୍ତି।

ପ୍ରଥମ ଥର ପାଇଁ ୟୁକେ ରୟାଲ୍ ଏୟାରଫୋର୍ସ ପାଇଲଟଙ୍କୁ ତାଲିମ ଦେବେ ଭାରତୀୟ ବାୟୁସେନା ପ୍ରଶିକ୍ଷକ

ଭାରତ-ୟୁକେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ୩ ଜଣ ଯୋଗ୍ୟ ଉଡ଼ାଣ ପ୍ରଶିକ୍ଷକ (QFI) ୱେଲ୍ସସ୍ଥିତ ରୟାଲ୍ ଏୟାର ଫୋର୍ସର ଭ୍ୟାଲି ଘାଟିରେ ନିୟୋଜିତ ହୋଇଛନ୍ତି। ସେମାନେ ବ୍ରିଟିଶ ବାୟୁସେନାର ପାଇଲଟମାନଙ୍କୁ ଉଡ଼ାଣ ପ୍ରଶିକ୍ଷଣ ଦେବେ।ଭାରତୀୟ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ (X)ରେ ଏହି ସୂଚନା ଦିଆଯିବା ସହ ଏହାକୁ ଦୁଇ ଦେଶର ପ୍ରତିରକ୍ଷା ସମ୍ପର୍କ, ସାମରିକ ଦକ୍ଷତା ଏବଂ ଆନ୍ତଃ-ପରିଚାଳନାଗତ […]