୩୮କୁ ବଢ଼ିବ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା, କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ଗୃହୀତ

ସୁପ୍ରିମକୋର୍ଟରେ ବଢ଼ିବେ ବିଚାରପତି । କେନ୍ଦ୍ର କ୍ୟାବିନେଟର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସୁପ୍ରିମକୋର୍ଟର କ୍ଷମତା ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଧାନ ବିଚାରପତିଙ୍କୁ ବାଦ ଦେଇ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି ପରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କ ସମେତ ମୋଟ […]

ହର୍ମୁଜ୍‌ରେ ଆଉ ଜାହାଜକୁ ସୁରକ୍ଷା ଦେବ ନାହିଁ ଆମେରିକା

ଆମେରିକା-ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।ସେ ନୌସେନା ଅଭିଯାନ “ପ୍ରୋଜେକ୍ଟ ଫ୍ରିଡମ୍”କୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାର ଘୋଷଣା କରିଛନ୍ତି । ସୂଚନାନୁଯାୟୀ, ଇରାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ହରମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟ ଜାହାଜ ପାଇଁ ସୁରକ୍ଷିତ ପଥ ପୁନଃସ୍ଥାପିତ କରିବା ପାଇଁ ଟ୍ରମ୍ପ ପ୍ରଶାସନ […]

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି SIR

ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର । ଏପ୍ରିଲ ମାସରେ ଘୋଷଣା ହେବାକୁ ଥିବା ଏସଆଇଆର ପ୍ରକ୍ରିୟା ଚଳିତ ମାସର କୌଣସି ଦିନ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ ।ଏସ୍‌ଆଇଆର୍‌ ଆରମ୍ଭ ପୂର୍ବରୁ ଭୋଟରଙ୍କ ମ୍ୟାପିଂ (୨୦୨୫ ଭୋଟର ତାଲିକା ସହ ୨୦୦୨ ତାଲିକା ମେଳ) ଜୋରସୋର୍‌ରେ ଚାଲିଛି । ମେ’ ୫ ତାରିଖ ସୁଦ୍ଧା ରାଜ୍ୟର ମୋଟ ୩ କୋଟି ୩୬ ଲକ୍ଷ ୪୬ ହଜାର […]

ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ।ଜାତୀୟ ରାଜପଥରେ ହୋଇପାରିବନି ବେଆଇନ ପାର୍କିଂ

ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ବେଆଇନ ପାର୍କିଂ ଉପରେ ରୋକ୍: ଜାତୀୟ ରାଜପଥରେ ଭାରୀ କିମ୍ବା ବ୍ୟବସାୟିକ ଯାନଗୁଡ଼ିକ ଏଣିକି ଯେଉଁଠି ସେଇଠି ପାର୍କିଂ କରିପାରିବେ ନାହିଁ। କେବଳ ନିର୍ଦ୍ଧାରିତ ସ୍ଥାନରେ ହିଁ ପାର୍କିଂ କରିବାକୁ ଅନୁମତି ମିଳିବ।ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟିମ୍ ନିୟମିତ ଭାବେ ସଡ଼କ ସୁରକ୍ଷାର ସମୀକ୍ଷା କରିବେ। NHAI କୁ ନିର୍ଦ୍ଦେଶ ଦିଆଯାଇଛି ଯେ, […]

ଜନଗଣନା ପାଇଁ ସରକାରଙ୍କ ୱାର୍ଣ୍ଣିଂ । ଜନଗଣନା ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ

ସରକାରଙ୍କ କଡ଼ା ଚେତାବନୀ । ଜନଗଣନା କାମରେ ଯିଏ ବି ବାଧା ଦେବ । ତା ବିରୋଧରେ ହେବ କଠୋର ଆକ୍ସନ ।ଓଡ଼ିଶାରେ ଚାଲିଥିବା ଜନଗଣନା-୨୦୨୭ କାର୍ଯ୍ୟକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି କେବଳ ସରକାରୀ ନୁହେଁ ବରଂ ସମସ୍ତ ଘରୋଇ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନଙ୍କୁ ମଧ୍ୟ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ପଡ଼ିବ। ଏଥିରେ କୌଣସି ପ୍ରକାର ଅବହେଳା ବା ବାଧା ସୃଷ୍ଟି କଲେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କ […]

ଫଳାଫଳ ଘୋଷଣା ପରେ ପଶ୍ଚିମବଙ୍ଗ ଅଶାନ୍ତ : TMC ଅଫିସ ଜାଳିଦେଲେ ଦୁର୍ବୃତ୍ତ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରଠାରୁ ରାଜ୍ୟର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସୋମବାରଠାରୁ ରାଜ୍ୟରେ ଲଗାତାର ଭଙ୍ଗାରୁଜା ଏବଂ ହିଂସା ଘଟଣା ରିପୋର୍ଟ ହେଉଛି । ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଘରୁ ବାହାରକୁ ଯିବାକୁ ଭୟ କରୁଛନ୍ତି।କେଉଁଠି ଟିଏମସିର କାର୍ଯ୍ୟାଳୟରେ ନିଆଁ ଲାଗିଛି । ଆଉ କେଉଁଠି ମୂର୍ତ୍ତି ଭଙ୍ଗାରୁଜା ହୋଇଛି ।ରିପୋର୍ଟ ଅନୁସାରେ, ଗତ ୪ ତାରିଖରେ ପଶ୍ଚିମବଙ୍ଗ ବିଧାନସଭାର ଭୋଟ୍ ଗଣତି ହୋଇଥିଲା । ଏଥିରେ ବିଜେପି […]

ଟିଭିକେକୁ ସମର୍ଥନ ଦେବ କଂଗ୍ରେସ! ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ବିଜୟ! ଆସନ୍ତାକାଲି ନେବେ ଶପଥ

ତାମିଲନାଡୁ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ, ରାଜ୍ୟରେ ସରକାର ଗଠନ ପାଇଁ ପ୍ରୟାସ ଜୋରଦାର ହୋଇଛି । ବିଜୟ ଥାଲାପତିଙ୍କ ଟିଭିକେ ଦଳ ଖୁବ୍ ଶୀଘ୍ର ସରକାର ଗଠନ କରିବା ନେଇ ରାଜନୈତିକ ମେଣ୍ଟ ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୧୮ ଆସନ ହାସଲ ପାଇଁ ଟିଭିକେ ସମଭାବାପନ୍ନ ଦଳ ସହିତ ମେଣ୍ଟ କରିବାକୁ ଚାହୁଁଛି। ଟିଭିକେ କଂଗ୍ରେସ ସମର୍ଥନରେ ତାମିଲନାଡୁରେ ସରକାର ଗଠନ […]

ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ, ୨ ଜୀବନ୍ତ ଦଗ୍ଧ

ଲକ୍ଷ୍ମୀସାଗର ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ୨୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ କେୟାର ଟେକର୍ ଭାବେ କାମ କରୁଥିଲେ। ନିଆଁ ଲାଗି ବାଇକ୍ ଓ କାର୍ ମଧ୍ୟ ପୋଡ଼ି ପାଉଁଶ ହୋଇଛି। ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା […]

ରାଜ୍ୟରେ ୧୦ ଯାଏ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ତାତି କମ୍ ରହିବ। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ […]

ମେ ୮ରୁ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ

ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ  ୮ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ। ମେ ମାସ ୧୮ ତାରିଖ ଯାଏଁ ଫର୍ମ ଫିଲପ ପ୍ରକ୍ରିୟା ଚାଲିବ। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପାଇଁ ଅନଲାଇନରେ ହେବ ଫର୍ମ ପୂରଣ ।  ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www.bseodisha.ac.in ରେ ଫର୍ମ ପୂରଣ ଲିଙ୍କ ଉପଲବ୍ଧ ରହିଛି । ଫର୍ମ ପୂରଣ ସହିତ ଫିସ ଦାଖଲ ଅନଲାଇନରେ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ […]

ଘର ଆଗରେ ନିଜେ ନିଜକୁ ଜାଳିଦେଲେ ମହିଳା 

ଘର ଆଗରେ ନିଜେ ନିଜକୁ ଜାଳିଦେଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବ ପୁରରେ । ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି ମହିଳା । ପରିବାର ଲୋକେ ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ନିଆଁରେ ମହିଳାଙ୍କ ଶରୀରର ୬୦ ପ୍ରତିଶତ ପୋଡିଯାଇଛି । ତେବେ ବଡ କଥା ହେଉଛି ପାରିବାରିକ କଳହକୁ ନେଇ ଏଭଳି ଘଟିଛି ସୂଚନାରୁ ଜଣାପଡିଛି । […]

ଆମ୍ବୁଲାନ୍ସରେ ହେଉଛି ଗଞ୍ଜେଇ ଚାଲାଣ

ଆମ୍ବୁଲାନ୍ସରେ କରାଯାଉଛି ଗଞ୍ଜେଇ ଚାଲାଣ। ରୋଗୀ ଏମର୍ଜେନ୍ସି ଆଳ ଦେଖାଇ ପାରି ହେଉଥିଲେ ବେପାରୀ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ ବେଳେ ଧରାପଡିଲେ। କଟକରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣ ହେଉଥିଲା। ୨୫କେଜି ଗଞ୍ଜେଇ ସହ ଆମ୍ବୁଲାନ୍ସ ଜବତ ହୋଇଛି।ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ୪ ଜଣଙ୍କ କ୍ରାଇମ୍ ହିଷ୍ଟ୍ରି ଯାଞ୍ଚ ଚାଲିଛି। ବିଳମ୍ବିତ ରାତ୍ରିରେ ଚାଲାଣ କରୁଥିଲେ। ସକାଳୁ ସକାଳୁ ପୋଲିସ ନାକା ଚେକ୍ ବେଳେ ଧରାପଡିଲେ।