ବିଧାନସଭା ଅଧିବେଶନର ପଞ୍ଚମ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ରହିଛି । ଗୃହରେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହେଉଛି । ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ରହିଛି ପ୍ରଶ୍ନକାଳ । ଏଥି ସହିତ ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ପ୍ରଶ୍ନକାଳ ରହିଛି । ତେବେ ବିଧାନସଭାରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି ଯେ ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ୍। ୪ ବର୍ଷରେ ଜବତ ହେଲାଣି ୧୬୮ ନକଲି […]
ଘୂର୍ଣ୍ଣିଝଡ଼ ‘ଦ୍ବିତା’ ପ୍ରଭାବରେ ଆସନ୍ତା 3 ଦିନ ଯାଏଁ ତାପମାତ୍ରା ବଢିବା ସହ ଶୀତ କମିବ । ଆସନ୍ତା ୨୪ ଘଣ୍ଟା ଯାଏଁ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ଏହା ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ତେଣୁ ଶୀତର ପ୍ରକୋପ ହ୍ରାସ ପାଇବ ।ରାଜ୍ୟର କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଯାଇଥିବା ବେଳେ ଆଜି ପାଗ ମୁଖ୍ୟତଃ ମେଘୁଆ ରହିବ। ଆସନ୍ତା ଡିସେମ୍ବର ୬ ତାରିଖ […]
ବିହାରରେ ନୂତନ ସରକାର ଗଠନ ସରିଛି । ଗତ ସୋମବାର ୧୮ତମ ବିଧାନସଭାର ପ୍ରଥମ ଅଧିବେଶନରେ ନବନିର୍ବାଚିତ ବିଧାୟକମାନେ ଶପଥ ନେଇଥିଲେ । ତେବେ ବିହାର ବିଧାନସଭାରେ ଦେଖିବାକୁ ମିଳିଥିଲା ଅଦ୍ଭୁତ ଦୃଶ୍ୟ । ନବାଦା ବିଧାୟିକା ତଥା ବାହୁବଳୀ ନେତା ରାଜବଲ୍ଲଭ ଯାବଦଙ୍କ ସ୍ତ୍ରୀ ବିଭା ଦେବୀ (ଜେଡିୟୁ) ତାଙ୍କ ଶପଥ ପତ୍ର ପଢ଼ି ନ ପାରିବା ସଭିଁଙ୍କୁ ଚକିତ କରିଥିଲା । ସେ ବହୁ କଷ୍ଟରେ ଗୋଟିଏ ଦୁଇଟି ଶବ୍ଦ କହୁଥିଲେ ଏବଂ ବାରମ୍ବାର […]
ଲେଡି କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣା, କ୍ୟାପିଟାଲ ଥାନା ପୁଲିସ୍ କୋର୍ଟରେ ଦାଖଲ କଲା ୭୦୦ ପୃଷ୍ଠାର ଚାର୍ଜସିଟ୍ । ଏହି ଚାର୍ଜସିଟରେ ଉଭୟଙ୍କ ପରିଚୟ ଠାରୁ ହତ୍ୟା ପର୍ଯ୍ୟନ୍ତ ରହିଛି ସମସ୍ତ ପ୍ରମାଣ । ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ନାଁରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ୪୨ଜଣ ସାକ୍ଷୀ । ଦଫା ୧୦୩(୧), ୨୩୮ ଓ ୬୧(୨) ବିଏନ୍ଏସରେ ଧାରା ଅନୁଯାୟୀ ଚାର୍ଜସିଟ୍ ଦାଖଲ କରାଯାଇଛି । ଏଥିରେ ଶୁଭମିତ୍ରାଙ୍କ […]
ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। […]
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରାଯାଇଛି । ରାଜ୍ୟରେ ପନିପରିବା ଦରବୃଦ୍ଧି ନିୟନ୍ତ୍ରଣ କରିବା ଏବଂ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ପାଇଁ ଯାଞ୍ଚ କଡାକଡି କରାଯାଇଛି । ପନିପରିବାର ଦରବୃଦ୍ଧିକୁ ରୋକିବା ପାଇଁ ବିଭାଗର ବିପ୍ପଣୀ ଗୁପ୍ତବାର୍ତ୍ତା (Marketing Intelligence) କ୍ଷେତ୍ର କର୍ମଚାରୀ ମାନଙ୍କ ଦ୍ଵାରା ରାଜ୍ୟର ପ୍ରମୁଖବଜାରରେ ଯାଞ୍ଚ କରଯାଇଥିଲା । ଚଳିତ ବର୍ଷ ରାଜ୍ୟର ଅନେକ ସ୍ଥାନରେ ଅଦିନିଆ ବର୍ଷା ଯୋଗୁଁ ସ୍ଥାନୀୟ […]
ଆନୁଷ୍ଠାନିକ ଭାବରେ ‘ରାଜ ଭବନ’ ର ନାମ ପରିବର୍ତ୍ତନ କରାଯାଇ ‘ଲୋକ ଭବନ’ ନାମରେ ନାମିତ କରାଯାଇଛି। ଏହି ପରିବର୍ତ୍ତନ ସମ୍ପର୍କରେ ରାଜ ଭବନ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।ଏହା ଓଡ଼ିଶାର ପ୍ରଶାସନିକ ପରିଚୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଏହି ନାମକରଣକୁ ଅନୁମୋଦନ କରିଛନ୍ତି ।୨୦୨୪ ମସିହାରେ ରାଜ୍ୟପାଳଙ୍କ ସମ୍ମିଳନୀ ସମୟରେ ହୋଇଥିବା ସୁପାରିଶ ପରେ ଏହି […]
ରାୟଗଡ ତା: ୦୧.୧୨.୨୦୨୫- ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ,ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର,ଖଣ୍ଡିୟ ବନ ଅଧିକାରୀ ଶ୍ରୀ ସଚିନ ଆନ୍ନା ସାହେବ ଓହଲେ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଉପ ଜିଲ୍ଲାପାଳ, ରାୟଗଡ,ଶ୍ରୀ ରମେଶ କୁମାର […]
ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ତେଣୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ । ଉତ୍ତରାଖଣ୍ଡର ଡେରାଡୁନ ଚିଡ଼ିଆଖାନା (ZOO)ରୁ ନନ୍ଦନକାନନକୁ ୨ ଟି ରେଡ୍ ପାଣ୍ଡା, ୨ ଟି ଗୋରାଲ (Goral) ଏବଂ ଗୋଲ୍ଡେନ ଫିଜାଣ୍ଟ (Golden Pheasant) ଓ ସିଲଭର ଫିଜାଣ୍ଟ (Silver Pheasant ) ପକ୍ଷୀ ଆସିବେ । ତେବେ ଏହା ବଦଳରେ ନନ୍ଦନକାନନରୁ ଡେରାଡୁନ ଚିଡ଼ିଆଖାନାକୁ ଏକ ଧଳା ବାଘ ଦିଆଯିବ । ଏନେଇ ଦୁଇ ରାଜ୍ୟ […]
ନୟାଗଡ଼,(ଓଡ଼ିଶା ଦର୍ପଣ) :ନୟାଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରପଲ୍ଲୀର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଆଚାର୍ଯ୍ୟଙ୍କୁ ରବିବାର ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବକୁ ନୟାଗଡ଼ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ ଉଦଘାଟନ କରିଥିବା ବେଳେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ମୁଖ୍ୟ ଅତିଥି, ପ୍ରାଧ୍ୟାପକ ସୁଧାକର ପଣ୍ଡା ମୁଖ୍ୟ […]
ଟିକିଏ ଅସାବଧାନତା ଯୋଗୁଁ ଚାଲିଗଲା ଜୀବନ । ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ଶିକ୍ଷକଙ୍କର ଟ୍ରେନ୍ ଚକା ତଳେ କଟି ମର୍ମନ୍ତୁଦ ମୃତ୍ୟୁ ଘଟିଛି ।ମୃତକ ହେଲେ ବରଗଡ଼ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ନୂଆପାଲିର ଏକ ବିଦ୍ୟାପୀଠରେ ଗୁରୁଜୀ ଭାବେ କାମ କରୁଥିବା ଛତିଶଗଡ଼ର ରାୟପୁରର ବି. ଶିବଶଙ୍କର (୬୫) ବୋଲି ଜଣାପଡ଼ିଛି।ସୂଚନା ପାଇ ଜିଆରପି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ପରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜଣେ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ହିଁ ପାଇଥାଏ । ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ପଶ୍ଚିମ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବ୍ଲକ ଶିକ୍ଷାଧିକାରୀ ଉମାକାନ୍ତ ସେଠି ଏପରି ମତବ୍ୟକ୍ତ କରିଥିଲେ। ଶ୍ରୀମତୀ ମିଶ୍ରଙ୍କର […]
