author

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା: କାହିଁକି ପାଳନ ହୁଏ ଏହି ପର୍ବ 

ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ । ଦୋଳ ବେଦୀକୁ ବିମାନରେ ବିଜେ ହୋଇଛନ୍ତି ମହାପ୍ରଭୁ । ଫଗୁ ଦଶମୀରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ । ଫାଲ୍‍ଗୁନ ଶୁକ୍ଳପକ୍ଷ ଦଶମୀରୁ ଓଡ଼ିଶାରେ ଦୋଳ ପାର୍ବଣ ଆରମ୍ଭ ହୋଇଥାଏ। ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଦୋଳଗୋବିନ୍ଦଙ୍କୁ ବିମାନରେ ବସାଇ ଘରକୁ ଘର ବୁଲାଯାଏ। ଠାକୁର ସମସ୍ତଙ୍କ ଘରେ ଭୋଗ ଖାଆନ୍ତି।ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁର୍ଯ୍ୟକୁ ନେଇ ପାଳିତ ହୋଇଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ‘ଦୋଳଯାତ୍ରା ଓ ହୋଲି’ ଏକ […]

ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି

ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଫସିଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଜେଦ୍ଦାହରୁ ରିଲିଫ୍ ବିମାନ ଚଳାଚଳ ଯୋଜନା କରିଛି ଇଣ୍ଡିଗୋ। ସେହିଭଳି ମସ୍କଟ୍ ରୁ ସେବା ପୁନର୍ବାର ଆରମ୍ଭ କରିଛି ଏୟାର ଇଣ୍ଡିଆ ଏକ୍ସପ୍ରେସ। ସୋମବାର ଭାରତ ସରକାର କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଫସି ରହିଥିବା ଯାତ୍ରୀମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଇଣ୍ଡିଗୋ ମାର୍ଚ୍ଚ ୩ରେ ଜେଦ୍ଦାହରୁ ୧୦ଟି ସ୍ୱତନ୍ତ୍ର ରିଲିଫ୍ ବିମାନ ପରିଚାଳନା କରିବ। ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ […]

ଆଜିର ରାଶିଫଳ(୩ ମାର୍ଚ୍ଚ, ୨୦୨୬)

ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]

ବିଜୟଙ୍କ ବୈବାହିକ ଜୀବନରେ ଝଡ଼ :ଅବୈଧ ସମ୍ପର୍କ ଅଭିଯୋଗରେ ସ୍ତ୍ରୀ ଦେବେ ଛାଡପତ୍ର!

ସୁପରଷ୍ଟାର୍ ଥାଲାପତି ବିଜୟଙ୍କ ପରିବାରରେ ଝଡ଼ ସୃଷ୍ଟି ହୋଇଛି । ପୂର୍ବରୁ ଥାଲାପତିଙ୍କ ସିନେମା ‘ଜନ ନାୟାଗନ’ ଜାନୁଆରିରେ ରିଲିଜ୍ ହେବାର ଥିଲା କିନ୍ତୁ ବିବାଦ କାରଣରୁ ସିନେମାଟି ଅଧାରେ ଅଛି । ହେଲେ ଏବେ ଖବର ଆସୁଛି ଯେ ବିଜୟଙ୍କ ପତ୍ନୀ ତାଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଆବେଦନ କରିଛନ୍ତି । ୨୭ ବର୍ଷର ଲମ୍ବା ସଂପର୍କ ପରେ ବିଜୟଙ୍କଠାରୁ ଛାଡ଼ପତ୍ର ନେବାକୁ ଚାହୁଛନ୍ତି ପତ୍ନୀ ସଙ୍ଗୀତା । ପ୍ରକୃତରେ, ତାଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ […]

୩ ଲକ୍ଷ ୩୬ ହଜାର କିଶୋରୀଙ୍କୁ ମିଳିବ ମାଗଣା ସର୍ଭାଇକାଲ୍ କ୍ୟାନସର ଟୀକା’

ରାଜ୍ୟରେ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍‌ପିଭି) ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯିବ । ଯେଉଁମାନେ ଟିକା ନେବାକୁ ଚାହିଁବେ ସେମାନେ ଅଧାର କାର୍ଡ ସହିତ ବୟସ ପ୍ରମାଣପତ୍ର ନେଇ ୟୁୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବେ । ଏହାପରେ ଟିକା ନେଇପାରିବେ । ୧୪ରୁ ୧୫ ବର୍ଷର କିଶୋରୀ ବା ସେମାନଙ୍କ ଅଭିଭାବକ ନିଜ ମୋବାଇଲ୍‌ରେ ୟୁୱିନ୍ ପୋର୍ଟାଲକୁ ଯାଇ ସେଠାରେ ଆଧାରକାର୍ଡ ଓ ବୟସ ପ୍ରମାଣପତ୍ର ଅପଲୋଡ୍ କରିଲା ପରେ ଏକ ଓଟିପି ଆସିବ । ପଞ୍ଜୀକରଣ […]

ଶ୍ରୀମନ୍ଦିରରେ ନୀତି ବିଳମ୍ବ ପ୍ରସଙ୍ଗ, ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆର-ମହାସୁଆର ନିଯୋଗ

ଗତ 28 ତାରିଖରେ ଶ୍ରୀମନ୍ଦିରରେ ନୀତି ବିଳମ୍ବ ପ୍ରସଙ୍ଗ । ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆରମହାସୁଆର ନିଯୋଗ । କ୍ଷତିପୂରଣ ସହ ନୀତି ବିଳମ୍ବରେ ସମ୍ପୃକ୍ତ ସେବକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାଇଁ ଅଡି ବସିଲା ନିଯୋଗ । ଭିତରକାଠ ଦର୍ଶନ ବିବାଦକୁ ନେଇ ଗତ 28 ତାରିଖରେ ବିଳମ୍ବ ହୋଇଥିଲା ନୀତି ।ଡେରିରେ ବାହାରିଥିଲା ମହାପ୍ରସାଦ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଦେଲା ସୁଆରମହାସୁଆର ନିଯୋଗ । ଦୃଢ କାର୍ଯ୍ୟାନୁଷ୍ଠାନ ସହ […]

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l

ରାୟଗଡ ତା: ୦୨.୦୩.୨୦୨୬- ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ,ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକ,ରାୟଗଡ଼ ବନଖଣ୍ଡ ଅଧିକାରୀ ସଚିନ ଆନା ସାହେବ ଓହଲେ,ଉପଜିଲ୍ଲାପାଳ ରାୟଗଡ଼ ରମେଶ କୁମାର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ […]

ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଶେଷ,ଆସନ୍ତା ୧୯ରୁ ଆରମ୍ଭ ହେବ ଖାତାଦେଖା

ସରିଲା ମାଟ୍ରିକ ପରୀକ୍ଷା । ଆସନ୍ତା ୧୯ରୁ ଆରମ୍ଭ ହେବ ଖାତାଦେଖା । ଆଜି ଅନ୍ତିମ ଦିନରେ ଗଣିତ ପରୀକ୍ଷା ସୁରୁଖୁରୁରେ ସରିଛି। ଶେଷ ପର୍ଯ୍ୟନ୍ତ କୌଣସି ବି ସେଣ୍ଟରରେ କପି ଧରାପଡ଼ିବା କିମ୍ବା ପ୍ରଶ୍ନପତ୍ର ଭାଇରାଲ ଭଳି ପରିସ୍ଥିତି ଉପୁଜିନାହିଁ । ସାରା ରାଜ୍ୟରେ ୩୦୮୨ଟି କେନ୍ଦ୍ରରେ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ଚଳିତ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଥିଲା ସିସିଟିଭି । କମାଣ୍ଡ […]

ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ; ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରିବ ବିଜେଡି

ମାର୍ଚ୍ଚ ୫ ତାରିଖରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ରାଜ୍ୟବ୍ୟାପୀ ୧୧୦ତମ ବିଜୁ ଜୟନ୍ତୀ ଧୁମଧାମରେ ପାଳନ କରିବ ବିଜେଡି । ସବୁ ନେତା, ନିର୍ବାଚିତ ପ୍ରତିନିଧି, ଛାମୁଆ ସଂଗଠନ, ସେଲ ଯାଏଁ ଅବଗତ କରାଯାଇଛି ବୋଲି କହିଛି ବିଜେଡି । ଜିଲ୍ଲା, ନିର୍ବାଚନ ମଣ୍ଡଳୀସ୍ତରରେ ବି ପାଳିତ ହେବ ବିଜୁ ଜୟନ୍ତୀ । କାର୍ଯ୍ୟକ୍ରମରେ ସାମିଲ ହେବେ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୃଦ୍ଧ ଓଡିଶା […]

ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ମୋଦିଙ୍କ ପ୍ରତିକ୍ରିୟା, ଶାନ୍ତି ରଖିବା ପାଇଁ କଲେ ଅପିଲ୍

ମଧ୍ୟପ୍ରାଚ୍ୟରେ ବଢୁଥିବା ଆକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ସାମ୍ନାକୁ ଆସିଛି । ମୋଦି କହିଛନ୍ତି,ବିଶ୍ବରେ ଚାଲିଥିବା ବିଭିନ୍ନ ବିବାଦ ନେଇ ଭାରତର ଚିନ୍ତାଧାରା ସମ୍ପୂଣ ସ୍ପଷ୍ଟ। ଆମେ ଶାନ୍ତି ବଜାୟ ରଖିବାକୁ ସମର୍ଥନ କରିଆସିଛୁ। ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ। ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବା ଆବଶ୍ୟକ। ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତ ଦେଶ […]

ଭୁବନେଶ୍ୱରରେ ବେଆଇନ ସିମ୍ ବକ୍ସ, ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଠାବ

ଚାଇନାରୁ ହାର୍ଡୱେୟାର.. ବଂଲାଦେଶ ରୁ ସପ୍ଟୱେୟାର.. ଭାରତରୁ ସିମ.. ଓଡିଶାରୁ ଅପରେଟ |ଚନ୍ଦ୍ରଶେଖରପୁରର ଏକ ହଷ୍ଟେଲରୁ ଠାବ ହୋଇଛି ସିମ୍ ବକ୍ସ । ୧୨ଟି ସିମ୍ ବକ୍ସ ଜବତ କରିବା ସହ ୨ଜଣ କେରଳ ଯୁବକଙ୍କୁ ଅଟକ ରଖାଯାଇଛି । ଆସାମର ସିମ ଆଣି ଚଳାଉଥିଲେ ଯୁବକ । ଡିସିପି ଭୁବନେଶ୍ୱରଙ୍କ ନେତୃତ୍ୱରେ ଚଢାଉବେଳେ ବାଙ୍ଗଲାଦେଶରୁ ଏହି ସିମ୍ ବକ୍ସ ଆସିଥିବା ସୂଚନୂ ରହିଛି । ଓଡ଼ିଶାରେ ଫେକ ପରିଚୟ ପତ୍ର ଦେଇ ହଷ୍ଟେଲ ରେ ରୁମ […]

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି : ସକାଳେ ପରୀକ୍ଷା କର

ରାଜ୍ୟରେ ଆଗାମୀ ଦିନର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କ ପାଇଁ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି।ଉଚ୍ଚ ଶିକ୍ଷା ବିଭାଗ ଜାରି କରିଥିବା ଏସ୍‌ଓପି ଅନୁସାରେ, ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷାକୁ ସକାଳ କରାଯାଉ । ଏଥିପାଇଁ ସମସ୍ତ ପରୀକ୍ଷା ହଲ୍‌ରେ ବ୍ୟାପକ ପାଣିର ବ୍ୟବସ୍ଥା କରାଯିବା ସହିତ ORS ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ପରିସରରେ ପାନୀୟ ଜଳ […]