ଅରୁଣାଚଳ ପ୍ରଦେଶ ଫ୍ଲାସଫ୍ଲଡ଼ରେ ଭାସିଗଲେ ୫ ଜଣ ଯବାନ, ଭୂସ୍ଖଳନରେ ୪ ଶ୍ରମିକ ମୃତ

ଅରୁଣାଚଳ ପ୍ରଦେଶର ଦିବାଙ୍ଗ ଭ୍ୟାଲି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା। ଏହି ସମୟ ଦୁଇଟି ସେଲ୍ଟର ହୋମ୍ ଭାସିଯିବା କାରଣରୁ ସେନାର ୫ ଯବାନ ନିଖୋଜ ହୋଇଯାଇଛନ୍ତି। ସେଭଳି ଉପର ସୁବାନସିରି ଜିଲ୍ଲାରେ ଏକ ରାସ୍ତା ନିର୍ମାଣ ସ୍ଥାନରେ ଭୂସ୍ଖଳନ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଖବର ମୁତାବକ, ଦିବାଙ୍ଗ ଘାଟି ଜିଲ୍ଲାର ପସୁ ପାନି ସେନା ଶିବିରରେ ଥିବା ୫ମ ଗ୍ରେନେଡିୟର୍ସର ଦୁଇଟି ଆଶ୍ରୟସ୍ଥଳୀ ବନ୍ୟାରେ ସମ୍ପୂର୍ଣ୍ଣ […]

୧୭ ମନୋନୀତ ପୋଲିସ ଅଧିକାରୀ/କର୍ମଚାରୀଙ୍କୁ ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ସ୍ୱାଧୀନତା ଦିବସରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ୧୭ ମନୋନୀତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । । ୫ ଜଣଙ୍କୁ ସାହାସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ଦିଆଯାଇଛି ।ସାହସିକତା ପାଇଁ ଡିଏସ୍ ପି ଅତୁଲ କ୍ରିଷ୍ଣା ଦାସ, ASI ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କନଷ୍ଟେବଲ୍ ଘନଶ୍ୟାମ ସାହୁ ଓ ଥବୀର ମାଝୀଙ୍କୁ ରାଷ୍ଟ୍ରପତି ପଦକ […]

ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ବେଳେ ଟଳିପଡ଼ିଲେ ଭକ୍ତ

 ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ।ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଅସୁସ୍ଥ ହୋଇ ପଡିଲେ ଜଣେ ଭକ୍ତ । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଘୋଷଣା କଲେ ଡାକ୍ତର । ମୃତକ ହେଉଛନ୍ତି ଯାଜପୁର ଅଲାରପୁର ଅଞ୍ଚଳର ୭୫ ବର୍ଷର ନୀଳକଣ୍ଠ ଦାଶ ।ମୃତକଙ୍କ ପତ୍ନୀ ମିନତୀ ଦାଶ କହିଛନ୍ତି, ମୋ ସ୍ୱାମୀଙ୍କର ସେଭଳି କିଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିଲା ।” ସୂଚନାଯୋଗ୍ୟ ନୀଳକଣ୍ଠ ଶନିବାର ତାଙ୍କ […]

ଓଡ଼ିଶାରେ ସଶକ୍ତ ହେବ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥା: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପାଣିପାଗ ସୂଚନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଉଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶାରେ ବର୍ତ୍ତମାନ ଦୁଇଟି ଡପଲର୍ ରାଡାର କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ଆଉ ୩ଟି ନୂତନ ଡପଲର୍ ରାଡାର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ଅତ୍ୟାଧୁନିକ ବ୍ୟବସ୍ଥା ଦ୍ୱାରା ପାଣିପାଗର ପୂର୍ବାନୁମାନ କରିବା ପ୍ରକ୍ରିୟା ପୂର୍ବାପେକ୍ଷା ଅଧିକ […]

ରାଜ୍ୟରେ ନାହିଁ ବନ୍ୟାସ୍ଥିତି : ସର୍ବୋଚ୍ଚ ଯନ୍ତ୍ରୀ

ରାଜ୍ୟରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଗତ କିଛି ଦିନର ବର୍ଷା ପରେ ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ଏବେ ତାହା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ।ଜଳକା ଯୋଗୁଁ ବସ୍ତା ଓ ବାଲେଶ୍ୱରରେ ଜଳ ନିଷ୍କାସନ ସମସ୍ୟା ହେଉଛି । ବୁଢାବଳଙ୍ଗରେ ପାଣି କମିଲାଣି, ସେଠି ବନ୍ୟା ନାହିଁ ଓ ବ୍ରାହ୍ମଣୀରେ ମଧ୍ୟ ନାହିଁ […]

ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ମିଳିବ ଟୋକନ : ଯୋଗାଣ ମନ୍ତ୍ରୀ

ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ମିଳିବ ଟୋକନ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପଞ୍ଜୀକରଣରେ ଏଗ୍ରିଷ୍ଟେକ ଆଇଡିର କୌଣସି ସମ୍ପର୍କ ନାହିଁ । ଚାଷୀଙ୍କୁ ହଇରାଣ କରିବାକୁ ଚାହୁଁ ନାହାନ୍ତି ସରକାର ବୋଲି କହିଛନ୍ତି ମନ୍ତ୍ରୀ । ସମସ୍ତ ଚାଷୀଙ୍କ ଧାନ କିଣାଯିବ। ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ । ଏଗ୍ରିଷ୍ଟେକ ଆଇଡି ଚାଷୀଙ୍କ ପରିଚୟ ହେବ ।ଆଇଡି ଦ୍ୱାରା ବିଭିନ୍ନ ସରକାରୀ ଯୋଜନାର ଲାଭ ନେଇପାରିବେ ଚାଷୀ ବୋଲି କହିଛନ୍ତି […]

ପତାକା ଉତ୍ତୋଳନ ବେଳେ ୬ ଛାତ୍ରୀ ଅସୁସ୍ଥ, ମେଡିକାଲ ନେବା ବଦଳରେ କଲେ ପୂଜାର୍ଚ୍ଚନା

ଜାତୀୟ ପତାକା ଉତ୍ତୋଳନ ବେଳେ ହଠାତ ଅସୁସ୍ଥ ହୋଇ ପଡିଲେ ୬ ଜଣ ଛାତ୍ରୀ । ସମସ୍ତେ ତଳେ ଗଡ଼ିଯାଇ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି। କାହାକୁ କିଛି ସ୍ପଷ୍ଟ ଭାବେ କହିପାରିଲେ ନାହିଁ ଏବଂ ସେମାନଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅସ୍ବାଭାବିକ ଭାବେ ଥରିବାକୁ ଲାଗିଲା। ଏଭଳି ଦୃଶ୍ୟ ଦେଖି ସ୍କୁଲରେ ଉପସ୍ଥିତ ଥିବା ଶିକ୍ଷକ ଏବଂ ଅଭିଭାବକମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା। ଚିକିତ୍ସା ପାଇଁ ଡାକ୍ତରଖାନା ନେବା ବଦଳରେ ମହାମାୟୀ ମଣ୍ଡପରେ ପୂଜାର୍ଚ୍ଚନା କରୁଛନ୍ତି ଅଭିଭାବକ। ଦେବଗଡ଼ […]

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ

ଦେଶ ଆଜି ପାଳୁଛି ୮୦ ତମ ସ୍ୱାଧୀନତା ଦିବସ। ୧୯୪୭ ମସିହାରେ ସ୍ୱାଧୀନତା ପାଇବା ପରଠାରୁ, ଦେଶର ମୁଖ୍ୟ ଉତ୍ସବ ପ୍ରତିବର୍ଷ ଲାଲକିଲ୍ଲାରେ ଅନୁଷ୍ଠିତ ହୋଇ ଆସୁଛି। ଲାଲକିଲ୍ଲାରେ ଚଳିତ ବର୍ଷର ସ୍ୱାଧୀନତା ଦିବସ ପାଳନ ଅନେକ ଦୃଷ୍ଟିରୁ ଐତିହାସିକ। ପ୍ରଥମ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ “ବନ୍ଦେ ମାତରମ୍” ଗାନ ସହିତ ଏହି ସମାରୋହ ଆରମ୍ଭ ହୋଇଥିଲା। ତେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ […]

ଲାଲ କିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା, ଦେଶର ଯୁବପିଢିଙ୍କୁ ମିଳିବ AI ଟ୍ରେନିଂ

ସାରା ଭାରତ ପାଳନ କରୁଛି ୮୦ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ସେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ବଡ଼ ଘୋଷଣା କରିଥିଲେ, ଯାହା ଯୁବପିଢ଼ି ଏବଂ ଶକ୍ତି ସଙ୍କଟ ସହିତ ଜଡିତ ।ପ୍ରଧାନମନ୍ତ୍ରୀ ମୋଦି ଯୁବପିଢ଼ିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି । ସେ କହିଛନ୍ତି ଯେ, “ଆମେ ଏଆଇ ଇମ୍ପାକ୍ଟ […]

ଚାକିରୀ ଆଶାୟୀଙ୍କ ଖୁସି ଖବର ।ଓସିଏସ ପରୀକ୍ଷା ନିୟମ କୋହଳ

ଓପିଏସସି ସିଭିଲ ସର୍ଭିସ ପରୀକ୍ଷୀ ଆଶାୟୀଙ୍କ ପାଇଁ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ ଘୋଷଣା କରିଛନ୍ତି । ଓସିଏସ ପରୀକ୍ଷା ନିୟମ କୋହଳ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସର୍ବାଧିକ ୬ଟି ସୁଯୋଗକୁ ଉଠାଇଦେବାକୁ ଘୋଷଣା କରାଯାଇଛି । ବର୍ତ୍ତମାନ ଏହି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ । ସରକାରୀ ଚାକିରି ପାଇଁ ସର୍ବାଧିକ ବୟସସୀମା ୪୨କୁ ବୃଦ୍ଧି କରାଯାଇଛି । ଅନୁକମ୍ପାମୂଳକ ନିଯୁକ୍ତିରେ ଥିବା କଟକଣାକୁ କୋହଳ […]

ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

୮୦ତମ ସ୍ଵାଧୀନତା ଦିବସ ପାଳନ କରୁଛି ଦେଶ। ଆଜି ସ୍ଵାଧୀନ ଭାରତର ଗୌରବମୟ ଯାତ୍ରାରେ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ଏହି ଅବସରରେ ଶୁଭେଚ୍ଛା ଜଣାଇଲେ ବିରୋଧି ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାଧୀନତା ଦିବସରେ ସବୁଙ୍କୁ ହୃଦୟର ଅଭିନନ୍ଦନ ଓ ଶୁଭେଚ୍ଛା। ଜାତିର ସ୍ବାଧୀନତା ଓ ସୁରକ୍ଷା ପାଇଁ ଆତ୍ମଦାନ କରିଥିବା ଅମର ସହିଦମାନେ ଓ ସ୍ବାଧୀନତା ସେନାନୀମାନଙ୍କୁ ମୁଁ ମୋର ନମ୍ର ସମ୍ମାନ ଜଣାଉଛି। ଆସନ୍ତୁ, ସମସ୍ତଙ୍କ ମଧ୍ୟରେ […]

 ୮୦ତମ ସ୍ଵାଧୀନତା ଦିବସ ପାଳୁଛି ଦେଶ, ଗାନ୍ଧୀମାର୍ଗରେ ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ

୮୦ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଚା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମ କେବଳ ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ ନଥିଲା, ଏହା ଥିଲା ରାଷ୍ଟ୍ର ଗଠନର ପ୍ରଥମ ପାହାଚ ।ଓଡ଼ିଶାରେ […]