କାଲି ସୁନା ଓ ରୁପା ଦର ବଢିଥିଲାବେଳେ ଆଜି କମିଛି ମୂଲ୍ୟ

ଛଅ ସପ୍ତାହ ଧରି ଚାଲିଥିବା ଭୟଙ୍କର ଯୁଦ୍ଧ କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୫ ଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି | ଏତେ ବଡ଼ ସଙ୍କଟ କମିବା ସହିତ ସୁନା ଏବଂ ରୁପା ବଜାରରେ ମଧ୍ୟ ତୀବ୍ର ବୃଦ୍ଧି ଦେଖିବାକୁ ମିଳିଛି । ଯୁଦ୍ଧବିରତି ଖବର ପରେ ନିବେଶକଙ୍କ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି ଏବଂ ସେମାନେ ନିବେଶ କରିବା ଦିଗରେ ମନ ବଳାଇଛନ୍ତି । ଫଳସ୍ୱରୂପ, ଗୋଟିଏ ଦିନରେ ରୁପାର ମୂଲ୍ୟ ପ୍ରାୟ ୧୨,୦୦୦ […]

ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା ମହୀଶୂର ପୋଲିସ

ଦୁର୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା ମହୀଶୂର ପୁଲିସ । ଚୌଦ୍ଵାର ଜେଲ୍‌ରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଜାକୁ ରିମାଣ୍ଡରେ ନିଆଯାଇଛି । ମହୀଶୂର ସୁନା ଦୋକାନ ଲୁଟ୍ ଘଟଣାରେ ପଚରାଉଚରା କରିବ ପୁଲିସ। ଅଭିଯୁକ୍ତ ରାଜାକୁ ମହୀଶୂର ପୁଲିସ ଚୌଦ୍ୱାର ଜେଲ୍‌ରୁ ଆଣି ଡାକ୍ତରୀ ପରୀକ୍ଷା ନିରୀକ୍ଷା କରାଇବା ପରେ ନିଜ ରାଜ୍ୟକୁ ନେଇଯିବ ବୋଲି ସୂଚନା ମିଳିଛି । ଜେରା ସାରି ଆସନ୍ତା ୧୫ ତାରିଖରେ ପୁଣି ରାଜାକୁ […]

ଅସ୍ତ୍ରବିରତିର ୨୪ ଘଣ୍ଟା ମଧ୍ୟରେ  ପୁଣି ଧମକ ଦେଲେ ଟ୍ରମ୍ପ 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମ ଦେଶର ସୈନ୍ୟ ଏବଂ ଯୁଦ୍ଧଜାହାଜ ଇରାନରେ ରହିବେ । ସେ ସ୍ପଷ୍ଟ କରିଛନ୍ତି, ଯଦି ଆଲୋଚନାର ଫଳାଫଳ ଆମ ଆଶା ପୂରଣ ନ କରେ, ତେବେ ଶତ୍ରୁତା ପୁଣି ଥରେ ଆରମ୍ଭ ହୋଇପାରେ । ଇରାନରେ ସୈନ୍ୟ ରଖିବାର ଏହି ଘୋଷଣା ଟ୍ରମ୍ପ ଇରାନରେ ଅସ୍ତ୍ରବିରତି ଘୋଷଣା କରିବାର ୨୪ ଘଣ୍ଟା ପରେ ଆସିଛି । ଅନ୍ୟପଟେ ବୁଧବାର ଦିନ ଟ୍ରମ୍ପ କହିଥିଲେ ଯେ ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ […]

ଜୀଅନ୍ତା ମାଛ ଗିଳିଦେଲା ବର୍ଷକର ଶିଶୁ

ଜୀଅନ୍ତା ମାଛ ଗିଳିଦେଲା ବର୍ଷକର ଛୁଆ । ହେଲେ ଡାକ୍ତରଙ୍କ ଯୋଗୁଁ ବଞ୍ଚିଗଲା ଜୀବନ । ମାଛ ସହିତ ଖେଳିଖେଳି ପିଲାଟି ମାଛକୁ ଗିଳିଦେଇଥିଲା । ଡାକ୍ତର ଯାହାକୁ ସୁରକ୍ଷିତ ଭାବେ ବାହାର କରିଛନ୍ତି ।ସୂଚନାଯୋଗ୍ୟ, ଶିଶୁଟିର ପରିବାର ସଦସ୍ୟମାନେ ଘରେ ରଖାଯାଇଥିବା ଆକ୍ୱାରିୟମ ସଫା କରୁଥିଲେ। ସଫା କରିବା ସମୟରେ ଶିଶୁଟିର ଭାଇ ହାତରେ ଏକ ମାଛ ଧରିଥିଲେ। ପାଖରେ ଖେଳୁଥିବା ବର୍ଷକର ଶିଶୁଟି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଦୁର୍ଘଟଣାବଶତଃ ଜୀବନ୍ତ ମାଛଟି ଶିଶୁଟିର […]

ଏଣିକି ଅଙ୍ଗନୱାଡି ପିଲାଙ୍କ ପାଠପଢ଼ା ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ଅଙ୍ଗନୱାଡିକୁ ଆଡପ୍ଟ କରିବେ ବିଶ୍ୱବିଦ୍ୟାଳୟ । ଏଣିକି କୁନି କୁନି ପିଲାଙ୍କ ପାଠପଢ଼ା ଏବଂ ସ୍ୱାସ୍ଥ୍ୟର ଯତ୍ନ ନେବେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ଶିଶୁ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ୟୁଜିସି ଏହି ନିର୍ଦ୍ଦେଶନାମା ଜାରି କରିଛି ।ବିଶ୍ୱବିଦ୍ୟାଳୟ କରିବେ ମେଣ୍ଟରସିପ୍ । ପ୍ରତି ବିଶ୍ୱବିଦ୍ୟାଳୟ ଓ କଲେଜ ଅତିକମରେ ୫ରୁ ୬ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବେ । ଫିଲ୍ଡ ୱାର୍କ, ସାମାଜିକ ସେବା ଏବଂ ଇଣ୍ଟର୍ନସିପରେ ଛାତ୍ରଛାତ୍ରୀଙ୍କୁ ଏହା ସହାୟକ […]

ଏପ୍ରିଲ ୨୭ ସୁଦ୍ଧା ଶିଶୁବାଟିକାରୁ ମାଟ୍ରିକ ଯାଏଁ ମିଳିବ ୟୁନିଫର୍ମ

ଖରା ଛୁଟି ପୂର୍ବରୁ ସବୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବ | ଆସନ୍ତା ଏପ୍ରିଲ ୨୭ ତାରିଖ ସୁଦ୍ଧା ରାଜ୍ୟର ଶିଶୁବାଟିକାରୁ ନେଇ ମାଟ୍ରିକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ । ପୋଷାକର ଗୁଣାବତ୍ତା ଯାଞ୍ଚ ହେବ । ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ।୨୦୨୬-୨୭ ଶିକ୍ଷାବର୍ଷରେ ଶିଶୁବାଟିକାରୁ ଦଶମ ଶ୍ରେଣୀ ପିଲାଙ୍କୁ ସ୍କୁଲ ୟୁନିଫର୍ମ, ହାଉସଡ୍ରେସ୍, ଜୋତା, ମୌଜା ମିଳିବ । ସେହିପରି ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ […]

ରାଜ୍ୟରେ ଆଜି ବି ଜାରି ରହିବ କାଳବୈଶାଖୀ,ଦୁଇଦିନ ପରେ ପୁଣି ଫେରିବ ତାତି

ରାଜ୍ୟରେ ଆଜି ବି ଜାରି ରହିବ କାଳବୈଶାଖୀ ପ୍ରଭାବ । ଆଜି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିଛି। ବର୍ଷା ସମ୍ଭାବନା ବି ରହିଛି । ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆସନ୍ତାକାଲି ବି କାଁ ଭାଁ କାଳବୈଶାଖୀ ବର୍ଷା ହେବ । ୧୧ରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ବଢ଼ିବ । ଅନୁମାନ କରାଯାଉଛି, […]

ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ

ଆଜି ଆସାମ, କେରଳ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ। ୨ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୨୯୬ ଆସନରେ ଭୋଟ୍ ଗ୍ରହଣ ହେଉଛି । ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।ଆସାମର ୧୨୬ ଆସନରେ ହେଉଛି ମତଦାନ। ପୁଡୁଚେରୀର ୩୦ଟି ଆସନ ପାଇଁ ହେଉଛି ଲଢେଇ। କେରଳର ୧୪୦ ଆସନ ପାଇଁ ହେଉଛି ଭୋଟ ଗ୍ରହଣ।ଫଳାଫଳ ଆସନ୍ତା ୪ ତାରିଖରେ ଆସିବ ।ଆସାମରେ ହମନ୍ତ ବିଶ୍ୱଶର୍ମା ଓ ଗୌରବ ଗୋଗେଇଙ୍କ ମଧ୍ୟରେ ମୁକାବିଲା […]

ଆଜିର ରାଶିଫଳ(୯ ଏପ୍ରିଲ, ୨୦୨୬)

ମେଷ ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର […]

ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ ସିଲିଣ୍ଡର

୫ କେଜି ଗ୍ୟାସ ବିତରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ୫ କେଜି ଏଲପିଜି ଗ୍ୟାସ ପ୍ରଚୁର ମାତ୍ରାରେ ଉପଲବ୍ଧ ହେବ । ଗ୍ୟାସ କମ୍ପାନୀମାନେ ଉପଲବ୍ଧ କରାଇବେ । ଭାରତ ସରକାରଙ୍କର ଫ୍ରି ଟ୍ରେଡ଼ ଏଲପିଜି ସ୍କିମ ମାଧ୍ୟମରେ ଏହା ଉପଲବ୍ଧ ହେବ । ପେଟ୍ରୋଲ ପମ୍ପରେ ବି ମିଳିପାରିବ ପାଞ୍ଚ କେଜି ଗ୍ୟାସ ସିଲିଣ୍ଡର । କେବଳ ଆଇଡେଣ୍ଟି କାର୍ଡ ଦେଖାଇ ଏହାକୁ ନେଇପାରିବେ । ୫କେଜି ଗ୍ୟାସ ନେବା ପାଇଁ […]

ରତ୍ନଭଣ୍ତାର ଗଣତିମଣତିକୁ ନେଇ ଗଜପତି ମହାରାଜାଙ୍କ ବଡ ବୟାନ

ରତ୍ନଭଣ୍ତାର ଗଣତିମଣତିକୁ ନେଇ ଗଜପତି ମହାରାଜାଙ୍କ ବଡ ବୟାନ। ଗଣତିମଣତି ସମୟରେ ଟେକ୍ନିକାଲି କରାଯାଉଛି। ଥ୍ରିଡି ମ୍ୟାପିଂ କରାଯାଉଛି। ଟିକେ ସମୟ ଲାଗୁ ପଛେ , କିନ୍ତୁ ଭଲ ଭାବରେ କାମ କରାଯିବା ଦରକାର।ଭବିଷ୍ୟତରେ ଯେମିତି ଦ୍ଵନ୍ଦ୍ଵ ସୃଷ୍ଟି ନ ହେଉ ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି , ଗଣତିମଣତି ପାଇଁ ସମୟସୀମା ରଖିପାରିବା ନାହିଁ। ରତ୍ନଭଣ୍ତାର ମୂଲ୍ୟାଙ୍କନ ହେଉନାହିଁ। ମହାପ୍ରଭୁଙ୍କ କୃପାରୁ ସବୁକିଛି ସୁରୁଖୁରୁରେ ହେବା ଆଶା ବୋଲି […]

ସଂସଦୀୟ ଦଳ ନେତା ପଦରୁ ସସ୍ମିତଙ୍କ ଇସ୍ତଫା

ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା। ଇସ୍ତଫା ପତ୍ର ବିଜେଡି ସଭାପତି ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର।ଇସ୍ତଫାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ, ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।ସସ୍ମିତ ପାତ୍ରଙ୍କ ଇସ୍ତଫା ପରେ ଏବେ ରାଜ୍ୟ ସଭାରେ ଦଳର ନେତୃତ୍ୱ କିଏ ନେବ, ସେ ନେଇ ଆଲୋଚନା ଆରମ୍ଭ ହେଉଛି। ନିକଟରେ ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସେ […]