ରାୟଗଡଜିଲା କୋଲନରା ବ୍ଲକ୍ ଅଧୀନ ସୁରୀ ଗ୍ରାମ ପଞ୍ଚାୟତର କମୁଗୁଡା ଗ୍ରାମବାସୀଙ୍କ ପାଇଁ ଗର୍ବ ଓ ଆନନ୍ଦର ଏକ ସ୍ମରଣୀୟ ମୁହୂର୍ତ୍ତରେ, ବିଆଇପିଏଫ୍ ସିଏସଆର୍ ଆର୍ଥିକ ବର୍ଷ ୨୦୨୫–୨୬ ଅଧୀନରେ ନିର୍ମିତ ଏକ ନୂତନ ଗ୍ରାମ୍ୟ ମଣ୍ଡପ ଉଦ୍ଘାଟନ କରାଯାଇଛି। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ୟୁନିଟ୍ ମୁଖ୍ୟ ତଥା ଇ.ଆଇ.ସି ଶ୍ରୀ ଜି.ଭି. ରାକେଶ ଅଧ୍ୟକ୍ଷତା କରିଥିଲେ ଓ ଶ୍ରୀ ଦୀପକ କୁମାର ଓଝା ଲୋକ ସମ୍ପର୍କ ବିଭାଗ ମୁଖ୍ୟ ଉପସ୍ଥିତ ଥିଲେ। ଏହି ଅବସରଟି ଗ୍ରାମବାସୀଙ୍କ […]
୨୦୨୭ରେ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ପଞ୍ଚାୟତିରାଜ ବିଭାଗ । ୱାର୍ଡ ମେମ୍ବର,ସରପଞ୍ଚ ଓ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ସଂରକ୍ଷଣ ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛି। ଏପ୍ରିଲ ୨୦୨୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ବିଜ୍ଞପ୍ତିର ଅଭିଯୋଗ ଥିଲେ ଏପ୍ରିଲ ୧୭ ସୁଦ୍ଧା ସେମାନେ ଅଭିଯୋଗ ଆବେଦନ କରିବେ । ଯଦି […]
ଗହୀରମଥା ସମୁଦ୍ର କୂଳରୁ ମୃତ ତିମି ଉଦ୍ଧାର । ୩୨ ଫୁଟ ଲମ୍ବ ଓ ସାଢ଼େ ୩ ଫୁଟ ଓସାର ତିମିର ମୃତଦେହ ମୁହାଣରୁ ମିଳିବା ପରେ ବନବିଭାଗ ପକ୍ଷରୁ ହୋଇଛି ତନାଘନା ଓ ତଦନ୍ତ।ସୂଚନାନୁଯାୟୀ, ଗହୀରମଥା ଅଭୟାରଣ୍ୟ ମାଦେଲି ମୁହାଣରେ ଗତକାଲି ଏକ ବିରାଟ ତିମିର ମୃତ ଦେହ ଲାଗିଥିଲା। ଏହା ମୁହାଣରେ ଲାଗିବା ପରେ ବନବିଭାଗ ଏହାର ବ୍ୟବଚ୍ଛେଦ ପାଇଁ ଗତକାଲି ରାଜନଗର ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଚିଠି ଲେଖିଥିଲା।ତିମିଟି ଗଭୀର ସମୁଦ୍ରରେ […]
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ୫ଟି ବିଭାଗର ୧୧ ପ୍ରସ୍ତାବରେ ବାଜିଲା ମୋହର । ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।କ୍ୟାବିନେଟ ବୈଠକରେ ପାର୍ବତୀ ଗିରି ମେଗା ଜଳପ୍ରକଲ୍ପକୁ ଗୁରୁତ୍ୱ ଦିଆଯାଇଛି । ଏଥି ସହିତ ୩୪୦୦ କୋଟିର ଅଟଳ ବସ ଷ୍ଟାଣ୍ଡ ଯୋଜନା ପାରିତ ହୋଇଛି । ପାନୀୟ ଜଳ ଯୋଗାଣ ପାଇଁ ପରିଚାଳନା ଓ ରକ୍ଷଣବେକ୍ଷଣ ନୀତି ଉପରେ ଗୁରୁତ୍ୱ ଦିଆଯାଇଛି […]
ଆଜି ବିହାରର ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଘଟିଛି । ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ଆଜି ରାଜ୍ୟ ସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ସେ ସଂସଦ ଭବନରେ ଜେ.ପି. ନଡ୍ଡାଙ୍କୁ ଭେଟିଥିଲେ। ଶପଥ ନେବା ପରେ ଚାରିଟି ଗୃହର ସଦସ୍ୟ ତାଲିକାରେ ହେଲେ ସାମିଲ । ଅର୍ଥାତ ବିଧାନସଭା, ବିଧାନପରିଷଦ, ଲୋକସଭା ଏବଂ ରାଜ୍ୟସଭା ସଦସ୍ୟ ତାଲିକାରେ […]
ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ । ଦିଲ୍ଲୀରେ ଅସୁସ୍ଥ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଭେଟିବେ । ଏ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ।ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ଗସ୍ତ ସେ କେତେ ଦିନ ଦିଲ୍ଲୀରେ ରହିବେ, ସେ ସମ୍ପର୍କରେ କୌଣସି […]
ଆଜିଠୁ ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI) ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି । ଏହି ନୂତନ ନିୟମ ଅନୁଯାୟୀ, ଟୋଲ୍ ପ୍ଲାଜାରେ ନଗଦ ଦେୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ଏବଂ ଟୋଲ୍ ଏବେ କେବଳ ଡିଜିଟାଲ୍ ମୋଡ୍ ମାଧ୍ୟମରେ ଦେବାକୁ ପଡିବ ।ଡିଜିଟାଲ୍ ପେମେଣ୍ଟ ଦ୍ୱାରା ଟୋଲ୍ ଆଦାୟ ପ୍ରକ୍ରିୟା ଦ୍ରୁତ ଏବଂ ସ୍ୱଚ୍ଛ ହେବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ, ଯଦି […]
ରାଜ୍ୟରେ ମେଟ୍ରୋ ପ୍ରକଳ୍ପକୁ ନେଇ ବଡ ବୟାନ ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ମେଟ୍ରୋ ପ୍ରକଳ୍ପ ବାତିଲ୍ ହୋଇନି। ପ୍ରକଳ୍ପକୁ ସାମୟିକ ଭାବେ ସ୍ଥଗିତ ରହିଛି। ଆଜି ନ ହେଲେ କାଲି ମେଟ୍ରୋର ଆବଶ୍ୟକତା ରହିଥିବା ମନ୍ତ୍ରୀ କହିଛନ୍ତି । ଏଥିପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । କେଉଁ ଉପାୟରେ ମେଟ୍ରୋ ପ୍ରକଳ୍ପ ହେବେ ସେନେଇ ଅନୁଧ୍ୟାନ କରାଯାଉଛି । ଏବେ ଯାହା ହେବ କେନ୍ଦ୍ର […]
ସଡ଼କ ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଏବଂ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ‘ପ୍ରଧାନମନ୍ତ୍ରୀ ରାହତ’ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାର ସଫଳ ରୂପାୟନ ପାଇଁ ଓଡ଼ିଶା ପୁଲିସ୍ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଡିସିପି ମାନଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ଯୋଜନା ଅଧୀନରେ ଦୁର୍ଘଟଣାର ଶିକାର ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ […]
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି ହୋଇଛି। ଏଣିକି ଗୋଟିଏ ସ୍ଥାନରେ ୩ବର୍ଷ ରହି ପାରିବେ ନାହିଁ ପୋଲିସ । ସେହିପରି ଗୋଟିଏ ଜିଲାରେ ମଧ୍ୟ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ।ସରକାରଙ୍କ ବଦଳି ନୀତି ଉଲ୍ଲଂଘନ କରି ସେମାନଙ୍କ ପୋଷ୍ଟିଂରେ ଅଧିକ ସମୟ ରହିଆସିଥିବା ପୋଲିସ ଅଧିକାରୀମାନେ ଏବେ ଯାଞ୍ଚର ଅଧୀନରେ ଅଛନ୍ତି। ଓଡ଼ିଶା ପୋଲିସ ମୁଖ୍ୟାଳୟ ଭୁବନେଶ୍ୱର ଏବଂ କଟକର ସମସ୍ତ ଜିଲ୍ଲା ପୋଲିସ ଅଧୀକ୍ଷକ (ଏସପି) […]
କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଂଚଳରେ ଚାଞ୍ଚଲ୍ୟ । ନାବାଳିକାଙ୍କୁ ଏକୁଟିଆ ଦେଖି ଦୁଷ୍କର୍ମ କଲା ଅଟୋ ଡ୍ରାଇଭର । ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅଟୋ ଛାଡି ଜଙ୍ଗଲକୁ ଦୌଡ଼ି ପଳାଇଥିଲା । ଦୁଷ୍କର୍ମକାରୀକୁ ଗିରଫ କରିବା ସହ ଅଟୋକୁ ଜବତ କରିଛି କ.ନୂଆଗାଁ ପୋଲିସ । ନାବାଳିକା ଜଣକ ଏକୁଟିଆ ଗାଧେଇବାକୁ ଯାଉଥିବା ସମୟରେ ସେହି ରାସ୍ତା ଦେଇ ଯାଉଥିଲା ଅଟୋ ଡ୍ରାଇଭର । ନାବାଳିକାଙ୍କୁ ଏକୁଟିଆ ପାଇ ଅଟୋ ରଖି ନିଜେ ଗାଧୋଇବା ବାହାନାରେ […]
ରତ୍ନଭଣ୍ଡାର ଦ୍ବିତୀୟ ପର୍ଯ୍ୟାୟ ଗଣତି। ଆଜି ହେଉଛି ଗଣତିର ତୃତୀୟ ଦିନ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ଗଣତି କରାଯାଉଛି। ୮ ତାରିଖରୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଗଣତି, ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୨ ତରିଖ ଗଣତି ବନ୍ଦ ରହିବ । ଏହାପରେ ପୁଣି ୧୩ ତାରିଖ ଓ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଚାଲିବ।ଆଜି ସକାଳ ଧୂପ ପରେ […]
