‘ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍’କୁ ବାଏ ବାଏ କଲେ ଅରିଜତ୍

ବଲିଉଡର ସବୁଠାରୁ ଲୋକପ୍ରିୟ ଗାୟକ ଅରିଜିତ ସିଂ । ନିଜ ନିଆରା କଣ୍ଠସ୍ୱରରେ ସେ କରନ୍ତି ମତୁଆଲା । ସଂଗୀତର ସୁମଧୁର ସ୍ୱରରେ ସେ ଭରିପାରନ୍ତି ରଙ୍ଗୀନ୍ ରୋମାନ୍ସ । ଦୁଃଖର ସ୍ୱରରେ ବିଚ୍ଛେଦର ଜ୍ୱାଳାକୁ ବଢ଼ାଇପାରନ୍ତି । ଆଖିରେ ଆଣନ୍ତି ‘ଲୁହର ଶ୍ରାବଣ’ । ବର୍ଷର ପ୍ରଥମ ମାସରେ ହିଁ ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି ବଲିଉଡ କଣ୍ଠଶିଳ୍ପୀ ଅରିଜିତ୍‌ ସିଂ । ସେ ବଲିଉଡରେ ପ୍ଲେ-ବ୍ୟାକ୍ ସିଙ୍ଗିଙ୍ଗ୍ ବା ଫିଲ୍ମ ପାଇଁ ଗୀତ ଗାଇବାକୁ […]

ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ

ମହାରାଷ୍ଟ୍ରର ବାରାମତୀରେ ଏକ ବଡ଼ ବିମାନ ଦୁର୍ଘଟଣା । ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ । ଅଜିତ ପାୱାରଙ୍କ ଦେହାନ୍ତ ନେଇ ଖବର ସରବରାହ ସଂସ୍ଥା PTI ସୂତ୍ରରୁ ସୂଚନା । ଅଜିତ ପାୱାରଙ୍କ ସମେତ ଅନେକଙ୍କ ମୃତ୍ୟୁ ହୋଇଥିବା PTI ସୂତ୍ରରୁ ସୂଚନା । ମୁମ୍ବାଇରୁ ବାରାମତୀ ଯିବାବେଳେ ୮ଟା ୪୫ ମିନିଟ୍ରେ ଦୁର୍ଘଟଣା ।ରିପୋର୍ଟ ଅନୁସାରେ, ଏହା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ଥିଲା। ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ […]

ଉପମୁଖ୍ୟମନ୍ତ୍ରୀଙ୍କ ପ୍ଲେନ୍ କ୍ରାସ୍ ; ଦୁର୍ଘଟଣା ପରେ ଜଳିଗଲା ବିମାନ

ମହାରାଷ୍ଟ୍ରର ବାରାମତୀରେ ଏକ ବଡ଼ ବିମାନ ଦୁର୍ଘଟଣା । ରିପୋର୍ଟ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ବିମାନରେ ଥିଲେ । ଅବତରଣ ସମୟରେ ବିମାନ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।ରିପୋର୍ଟ ଅନୁସାରେ, ଏହା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ଥିଲା। ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ମୂଲ୍ୟାଙ୍କନ କରୁଛନ୍ତି। ଅଜିତ ପାୱାରଙ୍କ ବ୍ୟତୀତ ଏଥିରେ ଅନ୍ୟ ୬ ଜଣ ଥିଲେ। ସେ ବାରାମତିରେ ନିର୍ବାଚନ ପ୍ରଚାର ପାଇଁ […]

ଆଜି ଓଡ଼ିଶା ବନ୍ଦ ଡାକରା ! କଟକରେ ଗଡୁନି ଘରୋଇ ବସ୍‌

ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର ଅନେକ ହଜାର ଟଙ୍କାର ଫାଇନ ଆଦାୟ କରୁଛନ୍ତି। ଟାଟା ପାଓ୍ବାର ସ୍ମାର୍ଟ ମିଟର ଲଗାଇବା ନଁାରେ ଲୁଟ୍‌ କରିବାରେ ଲାଗିପଡ଼ିଛି। ଏହିସବୁ ପ୍ରସଙ୍ଗକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବୁଧବାର ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ପାଇଁ ଓଡ଼ିଶା ବନ୍ଦର ଡାକରା ଦିଆଯାଇଛି। ନବ ନିର୍ମାଣ […]

ଅଫେରା ରାଇଜରେ ବଲିଉଡର ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ସମୀର ପାତ୍ର

ବଲିଉଡ ହରାଇଲା ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର । ଭେଟେରାନ୍ ସାଉଣ୍ଡ ଇଞ୍ଜିନିୟର ସମୀର କୁମାର ପାତ୍ରଙ୍କ ପରଲୋକ । ୫୦ ବର୍ଷ ବୟସରେ ସମୀରଙ୍କ ଦେହାନ୍ତ । ୭୫ରୁ ଅଧିକ ସିନେମାରେ କାମ କରି ନିଜ ଯାଦୁଗରୀ କାମର ଛାପ ଛାଡ଼ି ଯାଇଥିବା ସମୀର ପାତ୍ରଙ୍କ ଅକାଳ ବିୟୋଗ ସିନେ ଜଗତରେ ଏକ ଅପୂରଣୀୟ କ୍ଷତ ସୃଷ୍ଟି କରିଥିବା ବେଳେ ତାଙ୍କ ଦେହାନ୍ତ ଖବର ଶୋକର ଛାୟା ଖେଳାଇ ଦେଇଛି ।ଓଡ଼ିଆ ପେଶାଦାରଙ୍କ ମଧ୍ୟରୁ ସେ ଅନ୍ୟତମ […]

K9 କୁକୁର ଜରିଆରେ ଗଞ୍ଜେଇ ଠାବ କଲା ଆରପିଏଫ୍ ଟିମ୍

 ହରିୟାଣାର ଗଞ୍ଜେଇ ବେପାରୀଙ୍କୁ ଧରିଲା ଆରପିଏଫ୍ ।  K9 କୁକୁର ଜରିଆରେ ଗଞ୍ଜେଇ ଠାବ କଲା ଆରପିଏଫ୍ ଟିମ୍ ।  ୧୫ କେଜିରୁ ଅଧିକ ଗଞ୍ଜେଇ ଜବତ ସହ ଦୁଇଜଣଙ୍କୁ ଗିରଫ କରାଯାଇଛି ।  ଗିରଫ ଦୁଇଜଣ ହେଲେ ହରିୟାଣା ପାନିପଥ ଅଞ୍ଚଳର ସାହାଜାଦ ଓ ମହଶିନ ।  ଦିଲ୍ଲୀ ଯିବା ପାଇଁ ଅପେକ୍ଷା କରିଥିବାବେଳେ ମାଡି ବସିଲା RPF  ।

UGC ବିବାଦ ଉପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ବୟାନ

ଦେଶରେ ଉଚ୍ଚଶିକ୍ଷା ବ୍ୟବସ୍ଥା ସହ ସମ୍ପର୍କିତ ନୂଆ ନିୟମ ଲାଗୁ ହୋଇଛି । ଏହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାତିଗତ ଭେଦଭାବ ରୋକିବା ଓ ସମାନତାକୁ ପ୍ରତ୍ସୋହନ ଦେବା ଉଦ୍ଦେଶ୍ୟରେ ଅଣାଯାଇଥିବା ନୂଆ ନିୟମକୁ ନେଇ ତୀବ୍ର ଆଲୋଚନା ହେଉଛି । ନୂଆଦିଲ୍ଲୀସ୍ଥିତ ୟୁଜିସି ମୁଖ୍ୟାଳୟ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି। ବିକ୍ଷୋଭକାରୀଙ୍କୁ କ୍ୟାମ୍ପସ ଭିତରକୁ ନ ଛାଡ଼ିବା ପାଇଁ ବହୁ ସଂଖ୍ୟକ ବ୍ୟାରିକେଡ୍ ଲଗାଯାଇଛି।ଲକ୍ଷ୍ନୌ, ରାୟବରେଲି, ବାରାଣସୀ, ମେରଠ, […]

ରତ୍ନଭଣ୍ଡାର ମାମଲା: ପକ୍ଷ ରଖିଲା ପ୍ରଶାସନ

ହାଇକୋର୍ଟରେ ରତ୍ନଭଣ୍ଡାର ଗଣତିମଣତି ସଂପର୍କିତ ମାମଲା । ହାଇକୋର୍ଟରେ ପକ୍ଷ ରଖିଲା ମନ୍ଦିର ପ୍ରଶାସନ । ମନ୍ଦିର ପ୍ରଶାସନ କହିଛି ରତ୍ନ ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇ ସାରିଛି । ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଲେ ହେବ ଗଣତି ମଣତି । ୧୯୭୮ ମସିହା ଗଣତି ମୁତାବକ ରତ୍ନ ଅଛିକି ନାହିଁ, ତାହା ଉପରେ ସ୍ପଷ୍ଟ ସୂଚନା ଲୋଡିଲେ ଆବେଦନକାରୀ ।ଅଳଙ୍କାର ଓଜନ କମିଲେ ଗୁରୁତର ସହ ଗ୍ରହଣ କରାଯିବ| ରତ୍ନଭଣ୍ଡାର ଚାବି ହଜିବା […]

ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେଶନ

ଆସନ୍ତାକାଲିଠାରୁ ସଂସଦର ବଜେଟ ଅଧିବେଶନ। ତା ପୂର୍ବରୁ ଆଜି ବସିଛି ସର୍ବଦଳୀୟ ବୈଠକ। ସଂସଦ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ର ସରକାର। ବଜେଟ ଅଧିବେଶନରେ ଯେପରି ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିବ ସେଥିଲାଗି ବିରୋଧୀଙ୍କ ସହଯୋଗ କାମନା କରିଛନ୍ତି ସରକାର। ଚଳିତ ଅଧିବେଶନରେ କିଛି ବିଲ୍ ଆଗତ ହେବା ସମ୍ଭାବନା ରହିଛି।ତେବେ ଏଥର ଖୁବ୍‌ ହଙ୍ଗାମା ହେବାର ଆଶଙ୍କା କରାଯାଉଛି। କଂଗ୍ରେସ ଓ ଆଉ କିଛି […]

ଏଆଇ ବେସଡ୍ ହେବ ଅଙ୍ଗନବାଡି କେନ୍ଦ୍ର: ଉପମୁଖ୍ୟମନ୍ତ୍ରୀ

ଅପପୁଷ୍ଟି ମୁକ୍ତ ଓଡିଶା ସରକାରଙ୍କ ଲକ୍ଷ୍ୟ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ଯେ ଅପପୁଷ୍ଟିର କାରଣ ଖୋଜିବାକୁ ବିଭାଗ ତତ୍ପର । ଅପପୁଷ୍ଟି ପିଲା ନଥିବା ଅଙ୍ଗନବାଡିକୁ ପୁରସ୍କାର ମିଳିବ । ଅପପୁଷ୍ଟି ମୁକ୍ତ ନେଇ କ୍ୟାମ୍ପେନ୍ କରାଯିବ ।ଖାଲି ଏତିକି ନୁହେଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ଜାଗାରେ ଅଙ୍ଗନବାଡି କେନ୍ଦ୍ର କରିବାକୁ ପ୍ରଥମେ ଆମେ ସୁନିଶ୍ଚିତ କରିବୁ । ଏଥିପାଇଁ ଅର୍ଥର ବ୍ୟୟବରାଦ ମଧ୍ୟ କରାଯାଇଛି । […]

ଏଣିକି ଚାଲାଣ କଟିଥିଲେ ମଧ୍ୟ PUCC ସାର୍ଟିଫିକେଟ ମିଳିବ

ଏଣିକି ଚାଲାଣ କଟିଥିଲେ ମଧ୍ୟ PUCC ସାର୍ଟିଫିକେଟ ମିଳିବ । ଗାଡ଼ିରେ ଚାଲାଣ ଥିଲେ ବି ମିଳିବ ପ୍ରଦୂଷଣ ସାର୍ଟିଫିକେଟ। ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ଏ ନେଇ ବାହାନ ପୋର୍ଟାଲ ସଂଶୋଧନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସଂଶୋଧନ କରି ସତ୍ୟପାଠ ଦାଖଲ କରିବାକୁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି । PUCC ନଥିଲେ ପେଟ୍ରୋଲ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ । ପ୍ରତ୍ୟାହୃତ ହୋଇଥିବା […]

ବୁଧବାର ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ବୁଧବାର ପବିତ୍ର ମାଘ ଶୁକ୍ଲ ଦଶମୀ ତିଥି। ମାଘ ଶୁକ୍ଲ ଦଶମୀ ତିଥି ଅବସରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପକ୍ଷରୁ ବିଧିବ୍ୟବସ୍ଥା ଗ୍ରହଣ କରାଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ବୁଧବାର ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।