ନିଉଟାଉନ କ୍ଲଷ୍ଟରସ୍ତରୀୟ ଶିଶୁ ପ୍ରତିଭା ଉତ୍ସବ ସୁରଭି  ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଉଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ନିଉଟାଉନ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି।ଉଭୟ ଜୁନିୟର, ସବ ଜୁନିଅର ଏବଂ ସିନିୟର ବିଭାଗରୁ ମୋଟ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାଧାରଣ ଜ୍ଞାନ,କୁଇଜ,ତର୍କ ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ପ୍ରବନ୍ଧ, ଦେଶତ୍ମବୋଧ ସଙ୍ଗୀତ,ସୁନ୍ଦର ହସ୍ତାକ୍ଷର ଲିଖନ […]

ନୟାଗଡ଼ରେ ନାଟ୍ୟକାର ରାମଚନ୍ଦ୍ର ଜୟନ୍ତୀ

ନୟାଗଡ଼,(ଓଡ଼ିଶା ଦର୍ପଣ):ପ୍ରଖ୍ୟାତ ନାଟ୍ୟକାର ତଥା ଓଡ଼ିଆ ସାହିତ୍ୟ ଆକାଶର ଅନନ୍ୟ ତାରକା ଦିବଂଗତ ରାମଚନ୍ଦ୍ର ମିଶ୍ରଙ୍କ ୧୦୭ତମ ଜନ୍ମ ବାର୍ଷିକୀ ଅବସରରେ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମରେ ସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଟ୍ୟକାରଙ୍କ ପୁତ୍ର ଡ଼. ଶରତଚନ୍ଦ୍ର ମିଶ୍ର, ଡ. ଗିରୀଶଚନ୍ଦ୍ର ମିଶ୍ର, ଶିକ୍ଷାବିତ୍ ବିଶ୍ଵନାଥ ମହାପାତ୍ର, ଡ଼.ରବିନାରାୟଣ ପଣ୍ଡା, ବାବୁଲି ସାମନ୍ତରାୟ, ଆଡଭୋକେଟ ପ୍ରତାପ ନନ୍ଦ, ଶିକ୍ଷକ […]

ନୟାଗଡ଼ରେ ଶାନ୍ତିପୂର୍ଣ୍ଣ ଭାବେ ଇଣ୍ଡିଆ ମେଣ୍ଟର ବନ୍ଦ ପାଳନ, ସମର୍ଥନ ପାଇଁ କଂଗ୍ରେସ ସଭାପତି କୃତଜ୍ଞତା ପ୍ରକାଶ କରିଛନ୍ତି

ନୟାଗଡ଼,(ଓଡିଶା ଦର୍ପଣ): ଦେଶର ଗଣତନ୍ତ୍ର ସମ୍ବିଧାନ ବଞ୍ଚାଇବା ପାଇଁ ଏବଂ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ବରଖାସ୍ତ ଦାବୀରେ ଇଣ୍ଡିଆ ମେଣ୍ଟ ଅଂଶୀଦାର ଦଳସମୂହ ଆହ୍ୱାନ କ୍ରମେ ଓଡିଶା ବନ୍ଦ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ଅଗଣିତ ଜନସାଧାରଣ, ଜିଲ୍ଲା ଓକିଲ ସଙ୍ଘ ସମେତ ଜିଲ୍ଲାର ପ୍ରମୁଖ ଗଣସଂଗଠନ, ବ୍ୟାଙ୍କ ଇନ୍ସୁରାନ୍ସ, ପୋଷ୍ଟାଲ କର୍ମଚାରୀ ସଙ୍ଘ, ଘରୋଇ ବସ, ମଟର ପରିବହନ, ଟ୍ୟାକ୍ସି ଅଟୋ ମାଲିକ କର୍ମଚାରୀ ସଙ୍ଘ, ସର୍ବୋପରି ବଣିକ ସଙ୍ଘ କାର୍ଯ୍ୟକର୍ତ୍ତା   ସଦସ୍ୟ ମାନଙ୍କ ମିଳିତ […]

ନଭେମ୍ବର ୧୫ରେ ‘କୁଆଁରୀ କୋଠି’

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ର ପ୍ରଗତିଶୀଳ ନାଟ୍ୟମଞ୍ଚ ‘ ତୃତୀୟ ନୟନ ‘ପକ୍ଷରୁ ଚଳିତ ନଭେମ୍ବର ୧୫ ତାରିଖରେ ପଠାଣି ସାମନ୍ତ ଅଡିଟୋରିୟମରେ କମ୍ରେଡ ବିଶ୍ଵନାଥ ମହାପାତ୍ରଙ୍କ ରଚିତ ନାଟକ ‘କୁଆଁରୀ କୋଠି’ ମଞ୍ଚସ୍ଥ କରିବାକୁ ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସ୍ଥିର କରାଯାଇଛି ! ନାଟ୍ୟକାର ଗଦାଧର ନନ୍ଦଙ୍କ ନିର୍ଦ୍ଦେଶନାରେ ଏହି ନାଟକ ଦର୍ଶକ ମାନଙ୍କ ପାଇଁଁ ବେଶ୍ ଉପଭୋଗ୍ୟ ହେବ ବୋଲି କଳାକାରମାନେ ଆଶାପୋଷଣ କରିଛନ୍ତି ! ଅକ୍ଟୋବର ୪ ସନ୍ଧ୍ୟାରେ ଶିକ୍ଷକ ଭବନ […]

ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଲୋଚନା ଚକ୍ର: ‘ମୋ ସ୍ବପ୍ନର ନୟାଗଡ଼’, ଜୋର ଧରିଲା ମେଡିକାଲ କଲେଜ ସ୍ଥାପନ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ସାମଗ୍ରିକ ବିକାଶ ଓ ପ୍ରଗତି ପାଇଁ ଏକ ସକାରାତ୍ମକ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ସାମ୍ବାଦିକ ସଂଘ।  ସ୍ଥାନୀୟ କେସି କ୍ଳବ ସଭାଗୃହଠାରେ ସଂଘ ପକ୍ଷରୁ ‘ମୋ ସ୍ୱପ୍ନର ନୟାଗଡ଼’ ଶୀର୍ଷକ ଏକ ବୁଦ୍ଧିଜୀବୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ପରିପ୍ରେକ୍ଷୀରେ ମେଡିକାଲ କଲେଜ ସ୍ଥାପନ ଜୋର ଧରିଛି। ଏଥିରେ ଜିଲ୍ଲାର ବିଭିନ୍ନ ବର୍ଗର ଜନସାଧାରଣ ଓ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇ ସରଗରମ ଆଲୋଚନାରେ ଭାଗ ନେବା ସହିତ ଜିଲ୍ଲାର […]

ଅବି ମେମୋରିଆଲ ଟ୍ରଷ୍ଟର ଗାନ୍ଧୀ ଜୟନ୍ତୀ ପାଳନ

ନୟାଗଡ଼,(ଓଡ଼ିଶା ଦର୍ପଣ):ଦଶପଲ୍ଲାର ସାକିଣୀଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରୟାତ୍ ଗାନ୍ଧୀବାଦୀ ଆଡଭୋକେଟ ଜନାବ ଏ.ଆର.ଖାନ୍ ଙ୍କ ସ୍ମୃତିରେ ବରିଷ୍ଠ ଆଡଭୋକେଟ ସୁଶାନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତାକୁ ଭିତ୍ତିକରି ଏକ ତାତ୍ତ୍ଵିକ ଆଲୋଚନା ସଭା ଶହଶହ ପ୍ରଗତିଶୀଳ ମହିଳା ଓ ପୁରୁଷଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି। ସରଳ ଜୀବନ ଯାପନ ଓ ଅସାଧାରଣ ମାନବବାଦରେ ବିଶ୍ଵାସ ରଖିଥିବା ଆଡଭୋକେଟ ଖାନଙ୍କ କର୍ମକ୍ଷେତ୍ର ସାକିଣୀ କ୍ଷେତବାଡିରେ ତାଙ୍କର ସୁକନ୍ୟା ତଥା ମେମୋରିଆଲ ଟ୍ରଷ୍ଟର ମୁଖ୍ୟ […]

ଜିଲ୍ଲାସ୍ତରୀୟ ଫୁଟବଲ ଓ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ଖଣ୍ଡପଡ଼ା ବ୍ଲକ ଅଧୀନ ବନମାଳିପୁର ଉଚ୍ଚ ବିଦ୍ୟାଳୟ କ୍ରୀଡାଙ୍ଗନରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ଓ ଯୋଗ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ହୋଇ ଯାଇଛି।ନୟାଗଡ ଜିଲ୍ଲା କ୍ରୀଡା ସଂଗଠନ ଆନୁକୂଲ୍ଯରେ ଆୟୋଜିତ ଏହି ପ୍ରତିଯୋଗିତାରେ ୮ ଟି ବ୍ଲକ ଅଞ୍ଚଳରୁ ୧୭ ବର୍ଷରୁ କମ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଖଣ୍ଡପଡ଼ା ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ […]

ବରିଷ୍ଠ ନାଗରିକ କେନ୍ଦ୍ର ଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ଜାତିର ଜନକ ମହାତ୍ମା ଗାନ୍ଧୀଜୀଙ୍କର ୧୫୭ତମ ଜୟନ୍ତୀ ପାଳନ ଅବସର ରେ ନୟାଗଡ଼ ଖଣ୍ଡପଡ଼ା ରୋଡ଼ ସ୍ଥିତ ବରିଷ୍ଠ ନାଗରିକ କେନ୍ଦ୍ର ଠାରେ ଗାନ୍ଧିଜୀ ଙ୍କର ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇ ଯାଇଛି।ଏଲଡର୍ସ ଭିଜନ ଓ ଆକ୍ସନ ଗ୍ରୁପ ଆନୁକୂଲ୍ୟରେ ଆୟୋଜିତ ଲୋକାର୍ପଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ  ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଯୁବ ଶିଳ୍ପଦ୍ୟୋଗୀ ତାପସ କୁମାର ପାଢ଼ୀ,ବରିଷ୍ଠ […]

ଇଟାମାଟିରେ କଂଗ୍ରେସ ସେବାଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ: ଭବ୍ୟ କୁଇଜ୍ ପ୍ରତିଯୋଗିତାରେ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ

ନୟାଗଡ଼(ଓଡ଼ିଶା ଦର୍ପଣ):ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ସୁଭେନ୍ଦୁ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ନୟାଗଡ଼ ଜିଲ୍ଲା ଇଟାମାଟି ଠାରେ କଂଗ୍ରେସ ସେବାଦଳ ତରଫରୁ ଏକ ଭବ୍ୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟ ବାପୁଙ୍କ ଜୀବନୀ, ଆଦର୍ଶ ଓ ସ୍ୱାଧୀନତା ସଂଗ୍ରାମ ଉପରେ ଆଧାରିତ ଏହି ପ୍ରତିଯୋଗିତାରେ ଅଞ୍ଚଳର ୨୦ଟି ହାଇସ୍କୁଲ ଏବଂ ୧୦ଟି କଲେଜରୁ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅତ୍ୟନ୍ତ ଉତ୍ସାହର ସହିତ ଭାଗ ନେଇଥିଲେ।ସେବାଦଳ ଓଡ଼ିଶାର ସାଧାରଣ ସମ୍ପାଦକ ମନୋଜ […]

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପକ୍ଷରୁ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପରିସରରେ ସହିଦ୍ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଶିକ୍ଷାକେନ୍ଦ୍ରର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ବିଦ୍ଯାଳୟ ପରିସରରେ ଥିବା ସହିଦ୍ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ନୟାଗଡ଼ ଜିଲ୍ଲା ଓକିଲ ସଂଘର ସଭାପତି ରଣଜିତ୍ ଦାସ ଓ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସମେତ ଛାତ୍ରଛାତ୍ରୀ ମାନେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ସହିଦ୍ କଷ୍ଟି ଡାକୁଆଙ୍କ ସ୍ମୃତିଚାରଣ କରିଥିଲେ। ଜିଲ୍ଲା ଓକିଲ ସଂଘ ସଭାପତି […]

ସମର୍ପଣ ବୃଦ୍ଧାଶ୍ରମରେ  ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଲେଖନପୁରସ୍ଥିତ ସମର୍ପଣ ଗୃହରେ ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳନ ହୋଇ ଯାଇଛି। ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସମିତି ଓ ସମର୍ପଣ ମିଳିତ ଆନୁକୂଲ୍ୟରେ ସମର୍ପଣ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନ୍ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ସଭାପତିତ୍ୱ କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସଭାପତି ବିରଞ୍ଚିନାରାୟଣ ଦାସ ଯୋଗଦେଇଥିଲେ। ଆଶ୍ରମର ସମସ୍ତ ଅନ୍ତେବାସୀ ମାନଙ୍କୁ ନେଇ ଏକ ସୁନ୍ଦର ଆଲୋଚନା […]

ଆଙ୍କୁଲାଇ ଉଚ୍ଚ ବିଦ୍ୟାଳୟରେ  ବିଜ୍ଞାନ ପ୍ରଦର୍ଶନୀ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଆଙ୍କୁଲାଇ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଏକ ଉତ୍ସବମୁଖର ପରିବେଶରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନଙ୍କ ଭିତରେ ବିଜ୍ଞାନ ପ୍ରତିପାଦନ ଓ ସୃଜନଶୀଳତାର ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦ୍ୟୁମ୍ନ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ବିଜ୍ଞାନ ସୁପରଭାଇଜର୍ ଶରତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ। ସେ ତାଙ୍କ ପ୍ରେରଣାଦାୟୀ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ […]