ପଞ୍ଜାବ ବିଧାନସଭାରେ ବଡ ହଙ୍ଗାମା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ମଦ୍ୟପାନ କରି ବିଧାନସଭା ଆସିଥିବାର ଅଭିଯୋଗ ହୋଇଛି।ବାଜୱା ଦାବି କରିଛନ୍ତି ଯେ, ଗୃହରେ ଥିବା ସବୁ ସଦସ୍ୟଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଯାଞ୍ଚ ଘଣ୍ଟାଏ ଭିତରେ କରାଯିବା ଉଚିତ୍। ସେ କହିଛନ୍ତି , ଏହି ଯାଞ୍ଚ ପରିସରରେ ଟ୍ରେଜରୀ ବେଞ୍ଚ ଓ ବିରୋଧୀ ଦଳର ସବୁ ବିଧାୟକଙ୍କୁ ମଧ୍ୟ ସାମିଲ କରାଯାଉ। ଅକାଳୀ ଦଳ ମଧ୍ୟ ମୁଖ୍ୟମନ୍ତ୍ରୀ ଭଗୱନ୍ତ […]
ନୂଆ ରୂପରେ ଆସିବ ମେଟ୍ରୋ ।ଭୁବେନେଶ୍ୱର ସହ ପୁରୀ ଓ କଟକକୁ ନେଇ ଟ୍ରାଇ ସିଟିର ପରିକଳ୍ପନା କରୁଛନ୍ତି ସରକାର। ଏହା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ଆଗାମୀ ଦିନରେ ଭୁବେନେଶ୍ୱର, ପୁରୀ, କଟକ ଓ ପାରାଦ୍ୱୀପ ଇକୋନୋମିକାଲ ରିଜନ ହେବ । ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ । ମେଟ୍ରୋକୁ ଆମ ସରକାର ବନ୍ଦ କରିନି ଏହାକୁ ସ୍ଥଗିତ ରଖାଯାଇଛି। ଭୁବେନେଶ୍ୱର ସହ ପୁରୀ ଓ କଟକକୁ […]
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନାଗରିକତା ନିୟମ ୨୦୦୯ ରେ ସଂଶୋଧନ କରିଛି । ଯେଉଁଥିରେ ପ୍ରବାସୀ ଭାରତୀୟ ନାଗରିକ (OCI) କାର୍ଡଧାରକ ଏବଂ ନାଗରିକତା ଆବେଦନ ସହିତ ଜଡିତ ଅନେକ ପ୍ରକ୍ରିୟାରେ ଡିଜିଟାଲ୍ ମୋଡ୍ ପ୍ରଚଳନ କରାଯାଇଛି ।ନୂଆ ନିୟମ ଅନୁଯାୟୀ, ନାଗରିକତା ସଂଶୋଧନ ନିୟମ, ୨୦୨୬ OCI କାର୍ଡ ପଞ୍ଜିକରଣ ଏବଂ ଫେରାଇବା ପାଇଁ ଆବେଦନ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ କରାଯିବ । ପୂର୍ବରୁ ଏହା ମାନୁଆଲ କରାଯାଉଥିଲା, ଏହାକୁ ଶେଷ କରିବା […]
ଓଡିଆରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍। ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ବଡ ସୂଚନା ଦେଇଛନ୍ତି। ପ୍ରଥମଥର ଛାତ୍ରଛାତ୍ରୀଙ୍କୁ ଓଡିଆରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍। ଉଭୟ ଓଡିଆ ଓ ଇଂରାଜୀରେ ମାଟ୍ରିକ ସାର୍ଟିଫିକେଟ୍ ଉପଲବ୍ଧ ହେବ। ଶନିବାର ଅପରାହ୍ଣରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। www.bseodisha.ac.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ।ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ମେ […]
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶିତ ହେବ। ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।ମାଟ୍ରିକ ସାର୍ଟିଫିକେଟ୍ ଉଭୟ ଇଂରାଜୀ ଏବଂ ଓଡ଼ିଆରେ ରହିବ। ଓଡ଼ିଆରେ ପିଲାମାନଙ୍କର ନାମ ବନନରେ ଯେପରି କୌଣସି ତ୍ରୁଟି ରହିବ ନାହିଁ, ସେହିଭଳି ଭାବେ ଉଦ୍ୟମ କରାଯାଇଛି।ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରି ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ […]
ନୟାଗଡ଼ ଜିଲ୍ଲା ଜାମୁକୋଣଠାରେ ଥିବା ମାଆ ବୈଷ୍ଣୋଦେବୀଙ୍କ ମନ୍ଦିରରୁ ଚୋରି ହୋଇଛି। ମନ୍ଦିର ଫାଟକର ତାଲା ଭାଙ୍ଗି ମାଆ ଙ୍କର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ସୁରକ୍ଷା କର୍ମୀ ଥିବା ସତ୍ତ୍ୱେ ଚକମା ଦେଇ ଚୋରି ହୋଇଛି । ସୂଚନା ଅନୁସାରେ ଗତକାଲି ପ୍ରବଳ ପବନ ଓ ବର୍ଷା ବେଳେ ଦୀର୍ଘ ଘଣ୍ଟା ଧରି ଲାଇନ କଟିଯାଇଥିଲା ଫଳରେ ସିସିଟିଭିଟି […]
ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ବଉଳା କୁମ୍ଭୀରଙ୍କ ପ୍ରଜନନ କାରଣରୁ ଆସନ୍ତା ଜୁଲାଇ ୩୧ ତାରିଖ ଦୀର୍ଘ ତିନିମାସ ଧରି ଭିତରକନିକାକୁ ବନ୍ଦ ରଖାଯିବ ।ସାଧାରଣତଃ ଶୀତକାଳରେ ଭିତରକନିକାରେ ହଜାର ହଜାର ପର୍ଯ୍ୟଟକ ଭିଡ଼ ହୁଏ । ବିଶେଷକରି ବଉଳ କୁମ୍ଭୀର ଦେଖିବା ଓ ମ୍ୟାଙ୍ଗ୍ରୋଭ ଜଙ୍ଗଲର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଏଠାକୁ ଲୋକେ ଭିଡ଼ କରନ୍ତି। କିନ୍ତୁ ଏବେ ପ୍ରକୃତି ଓ ବନ୍ୟଜନ୍ତୁଙ୍କ […]
ମେ ୧ ଶ୍ରମ ଦିବସ ବା ଶ୍ରମିକ ଦିବସ ଭାବରେ ବିଶ୍ୱରେ ବେସ୍ ଜଣାଶୁଣା । ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିନ ମଧ୍ୟ ପାଳନ କରାଯାଇଥାଏ, ଯଦ୍ୱାରା ସମାଜରେ ଶ୍ରମିକମାନଙ୍କର ସ୍ଥିତି ମଜବୁତ ହୋଇପାରିବ ।ଶ୍ରମିକ ଦିବସର ଉତ୍ପତ୍ତି ୧୮୮୬ ମସିହାରେ ଆମେରିକାର ଚିକାଗୋ ସହରରୁ ହୋଇଥିଲା । ସେହି ସମୟରେ ଶ୍ରମିକମାନଙ୍କୁ ଦିନକୁ ୧୨ ରୁ ୧୬ ଘଣ୍ଟା କାମ କରିବାକୁ ପଡ଼ୁଥିଲା […]
ପଶ୍ଚିମବଙ୍ଗ, ଆସାମ ସମେତ ଅନେକ ରାଜ୍ୟର ନିର୍ବାଚନ ଶେଷ ହେଲା ପରେ ସରକାର ଏଲପିଜି ଦାମ୍ ବୃଦ୍ଧି କରିଛନ୍ତି ।୧୯ କେଜି ବିଶିଷ୍ଟ କମର୍ସିଆଲ ବା ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦରର ମୂଲ୍ୟବୃଦ୍ଧି କରାଯାଇଛି ।ସରକାର ବିଭିନ୍ନ ତୈଳ କମ୍ପାନୀମାନଙ୍କୁ ମେ୧ରୁ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମରେ ୯୯୩ ଟଙ୍କା ବୃଦ୍ଧି କରିବାକୁ କହିଛନ୍ତି । ଏହି ଦରବୃଦ୍ଧି ସହ ଦିଲ୍ଲୀ, ମୁମ୍ବାଇ ସମେତ ଅନେକ ସହରରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୩ ହଜାର ଟଙ୍କା […]
ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ।ବିଭିନ୍ନ ସ୍ଥାନରେ ଉଡ଼ିଲା ଘରର ଛପର । ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ । ଭୁବନେଶ୍ୱର ଓ କଟକରେ ଗତ କାଲି ସନ୍ଦ୍ୟା ଠାରୁ ଆଜି ସକାଳ ପଯ୍ୟନ୍ତ ବର୍ଷା ଲାଗିରହିଥିବା ବେଳେ ଆଗାମୀ ୩ ଘଣ୍ଟା ମଧ୍ୟରେ ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟମ ଧରଣର ବଜ୍ରପାତ ସହ ପବନ ବହିବା ସମ୍ଭାବନା । ପବନର ବେଗ ୪୦ ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ବୋହିପାରେ […]
ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କୁ ମିଳିବ ଲିଟର ପିଛା ୧ଟଙ୍କା । ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି ଓମ୍ଫେଡ୍ । ଓମ୍ଫେଡ୍ ଦୁଗ୍ଧଚାଷୀମାନେ ପୂର୍ବରୁ ଲିଟର ପିଛା ୩୮ ଟଙ୍କା ୦୫ ପଇସା ପାଉଥିଲେ । ଏଣିକି ଲିଟର ପିଛା ୩୯.୦୫ ଟଙ୍କା ଲେଖାଏଁ ପାଇବେ । ଏହି ନୂତନ ବର୍ଦ୍ଧିତ ଦର ମଇ ୧, ୨୦୨୬ଠାରୁ କାର୍ଯ୍ୟକାରୀ ହେବ ବୋଲି ଓମ୍ଫେଡ୍ ପକ୍ଷରୁ କୁହାଯାଇଛି ।ଏହି ନୂତନ ବର୍ଦ୍ଧିତ ଦର […]
ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ’ ୨ ତାରିଖରେ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି । ଗତ ମାର୍ଚ୍ଚ ୧୧ ତାରିଖରେ ପରୀକ୍ଷା ଶେଷ ହେବା ପରେ ପରୀକ୍ଷାର୍ଥୀ ଏବଂ […]
