ଆଜି ଫୋନକୁ ଆସିଛି କି ଏମର୍ଜେନ୍ସି ଆଲର୍ଟ । ଯଦି ଏପରି ହୋଇଛି, ତେବେ ଆତଙ୍କୀତ ନହେବା ପାଇଁ ଟେଲିକମ୍ ବିଭାଗ ପରାମର୍ଶ ଦେଇଛି । ତେବେ ଏହି ଆଲର୍ଟ ଜରୁରୀକାଳୀନ ସ୍ଥିତିରେ ଆସିବ ଜଣାପଡିଛି । ଏଥିପାଇଁ କୌଣସି ଲୋକ ଭୟଭୀତ ନହୋଇ ମେସେଜକୁ ଅଣଦେଖା କରନ୍ତୁ ।ଆଜି ଅପରାହ୍ନ ୧୨ ଟା ପୂର୍ବରୁ ସମସ୍ତ ଆଧାର ଲିଙ୍କ ମୋବାଇଲ ନମ୍ବରକୁ ଏମର୍ଜେନ୍ସି ଆଲର୍ଟ ଆସିବ ବୋଲି ଟେଲିକମ୍ ବିଭାବ ସୂଚନା ଦେଇଛି । ଭାରତ, […]
ମଧ୍ୟପ୍ରାଚ୍ୟ ତିକ୍ତତା ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ଆମେରିକାକୁ ନୂଆ ପ୍ରସ୍ତାବ ଦେଇଛି ଇରାନ। ମଧ୍ୟସ୍ଥି ସାଜିଥିବା ପାକିସ୍ତାନ ହାତରେ ଇରାନ ଆଲୋଚନା ପାଇଁ ରଖିଥିବା ସର୍ତ୍ତଗୁଡ଼ିକୁ ଆମେରିକା ପାଖକୁ ପଠାଇଛି। ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପ୍ରସ୍ତାବରେ ରାଜି ନଥିବା କହିଛନ୍ତି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନ ପାଖରେ ଏବେ ଦୁଇଟି ବିକଳ୍ପ ବାକି ଅଛି। ଆଲୋଚନା କରି ଏକ ଚୂଡ଼ାନ୍ତ ସମାଧାନ କରିବାକୁ କିମ୍ବା ଆମେରିକା ତେହେରାନ ବିରୋଧରେ […]
ଆସୁଛି ଆଉ ଏକ ଲଘୁଚାପ। ମେ ଦ୍ୱିତୀୟ ସପ୍ତାହରେ ଲଘୁଚାପ ସମ୍ଭାବନା। ଲଘୁଚାପ ନେଇ ଆକଳନ କରୁଛି ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ବା ଜିଏଫଏସ। ମେ ୧୧ରୁ ୧୫ ତାରିଖ ବେଳକୁ ଦକ୍ଷିଣ-ପୂର୍ବ-ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାସହ ଅଧିକ ଘନୀଭୂତ ହୋଇ […]
ଶିଶୁଙ୍କୁ ଅଧିକ ମୋବାଇଲ୍ ଦେଖାଇବା ହୋଇପାରେ ବିପଜ୍ଜନକ । AIIMS ଦିଲ୍ଲୀର ଗବେଷଣାରୁ ସାମ୍ନାକୁ ଆସିଛି ଚିନ୍ତାଜନକ ତଥ୍ୟ । ଯେଉଁ ଶିଶୁମାନେ ଏକ ବର୍ଷ ବୟସ ପୂର୍ବରୁ ଅଧିକ ସମୟ ସ୍କ୍ରିନ୍ ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କଠାରେ ତିନି ବର୍ଷ ବୟସ ବେଳକୁ ଅଟିଜିମ୍ ସମ୍ବନ୍ଧୀୟ ଲକ୍ଷଣ ଦେଖାଯିବାର ସମ୍ଭାବନା ଅଧିକ ରହୁଛି । ୧୮ ମାସରୁ କମ୍ ବୟସର ଶିଶୁଙ୍କୁ ମୋବାଇଲ୍ ବା ଟିଭି ସ୍କ୍ରିନ୍ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ଉଚିତ୍ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ […]
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ମେ ୪ ତାରିଖରେ ଘୋଷଣା କରାଯିବ। ଭୋଟ ଗଣତି ପୂର୍ବରୁ ରାଜ୍ୟରେ ରାଜନୈତିକ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଇଭିଏମ ଷ୍ଟ୍ରଙ୍ଗରୁମର ସୁରକ୍ଷାକୁ ନେଇ ଟିଏମ୍ସି ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି । ଶୁକ୍ରବାର ଭୋଟ ଜାଲିଆତି ଅଭିଯୋଗ ପରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସହରର ସମସ୍ତ ସାତଟି ନିର୍ଦ୍ଦିଷ୍ଟ ଇଭିଏମ ଷ୍ଟ୍ରଙ୍ଗରୁମର ୨୦୦ ମିଟର ପରିଧିକୁ ସିଲ୍ କରିଛି । ଅନ୍ୟପଟେ ଆଜି ପଶ୍ଚିମବଙ୍ଗର ୧୫ଟି ବୁଥରେ ପୁନଃ […]
ରାଜ୍ୟରେ ଆସନ୍ତା ୭ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ । କାଳବୈଶାଖୀ ଯୋଗୁ ଆସନ୍ତା ଦୁଇ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି । ରାଜ୍ୟରେ ଆଜି ମଧ୍ୟ କାଳବୈଶାଖୀ ନେଇ ସତର୍କତା ଜାରି ହୋଇଛି ।ପାଣିପାଗ ବିଭାଗ ପକ୍ଷରୁ ୮ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ […]
ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ମାଟ୍ରିକ ରେଜଲଟ ପ୍ରକାଶ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ଏବଂ ସନ୍ଧ୍ୟା ୬ଟା ପରଠାରୁ ୱେବସାଇଟରେ ଉପଲବ୍ଧ ହେବ । ବୋର୍ଡର ୱେବସାଇଟ www.bseodisha.ac.in ଓ www.bseodisha.nic.in ରେ ପରୀକ୍ଷା ଫଳ ଦେଖିପାରିବେ । ତେବେ ମୋବାଇଲରେ OR 10ଲେଖି ନିଜର ରୋଲ ନମ୍ବର ଲେଖି 5676750 କୁ ପଠାଇଲେ […]
ରାୟଗଡ଼ା ତା ୦୧/୦୫ ରାୟଗଡାରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ୪ର୍ଥ ପର୍ଯ୍ଯାୟର ଶୁଭାରମ୍ଭ ହୋଇଛି। ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜସିଂ ଚୈହାନ୍ ଙ୍କ ଉପସ୍ଥିତି ରେ ଏହି ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ଓଡିଶାରେ 827ଟି ସଡକ ନିର୍ମାଣ ହେବାକୁ ଥିବା ବେଳେ ପ୍ରାୟ 1698.04 କୋଟି ଟଙ୍କାର ବ୍ଯୟବରାଦ କରାଯାଇଛି। ଏଥିମଧ୍ଯରୁ ଉପାନ୍ତ ରାୟଗଡ଼ା ଜିଲ୍ଲା ପାଇଁ 274ଟି ସଡକ […]
ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭନଷ୍ଟ ସମୟସୀମା ବଢାଯାଉ। କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦଶ। ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗନେନ୍ସି ଆଇନରେ ସଂଶୋଧନ କରିବା ଲାଗି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ୧୫ ବର୍ଷୀୟା ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ୩୦ ସପ୍ତାହର ଗର୍ଭପାତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ପିଟିସନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ଏପରି ମାମଲାରେ ଗର୍ଭପାତର ସମୟ ସୀମା ସହ ଜଡ଼ିତ ଆଇନରେ ପରିବର୍ତ୍ତନ କରିବା ଜରୁରି। […]
ପଞ୍ଜାବ ବିଧାନସଭାରେ ବଡ ହଙ୍ଗାମା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ମଦ୍ୟପାନ କରି ବିଧାନସଭା ଆସିଥିବାର ଅଭିଯୋଗ ହୋଇଛି।ବାଜୱା ଦାବି କରିଛନ୍ତି ଯେ, ଗୃହରେ ଥିବା ସବୁ ସଦସ୍ୟଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଯାଞ୍ଚ ଘଣ୍ଟାଏ ଭିତରେ କରାଯିବା ଉଚିତ୍। ସେ କହିଛନ୍ତି , ଏହି ଯାଞ୍ଚ ପରିସରରେ ଟ୍ରେଜରୀ ବେଞ୍ଚ ଓ ବିରୋଧୀ ଦଳର ସବୁ ବିଧାୟକଙ୍କୁ ମଧ୍ୟ ସାମିଲ କରାଯାଉ। ଅକାଳୀ ଦଳ ମଧ୍ୟ ମୁଖ୍ୟମନ୍ତ୍ରୀ ଭଗୱନ୍ତ […]
ନୂଆ ରୂପରେ ଆସିବ ମେଟ୍ରୋ ।ଭୁବେନେଶ୍ୱର ସହ ପୁରୀ ଓ କଟକକୁ ନେଇ ଟ୍ରାଇ ସିଟିର ପରିକଳ୍ପନା କରୁଛନ୍ତି ସରକାର। ଏହା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ଆଗାମୀ ଦିନରେ ଭୁବେନେଶ୍ୱର, ପୁରୀ, କଟକ ଓ ପାରାଦ୍ୱୀପ ଇକୋନୋମିକାଲ ରିଜନ ହେବ । ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ । ମେଟ୍ରୋକୁ ଆମ ସରକାର ବନ୍ଦ କରିନି ଏହାକୁ ସ୍ଥଗିତ ରଖାଯାଇଛି। ଭୁବେନେଶ୍ୱର ସହ ପୁରୀ ଓ କଟକକୁ […]
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନାଗରିକତା ନିୟମ ୨୦୦୯ ରେ ସଂଶୋଧନ କରିଛି । ଯେଉଁଥିରେ ପ୍ରବାସୀ ଭାରତୀୟ ନାଗରିକ (OCI) କାର୍ଡଧାରକ ଏବଂ ନାଗରିକତା ଆବେଦନ ସହିତ ଜଡିତ ଅନେକ ପ୍ରକ୍ରିୟାରେ ଡିଜିଟାଲ୍ ମୋଡ୍ ପ୍ରଚଳନ କରାଯାଇଛି ।ନୂଆ ନିୟମ ଅନୁଯାୟୀ, ନାଗରିକତା ସଂଶୋଧନ ନିୟମ, ୨୦୨୬ OCI କାର୍ଡ ପଞ୍ଜିକରଣ ଏବଂ ଫେରାଇବା ପାଇଁ ଆବେଦନ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ କରାଯିବ । ପୂର୍ବରୁ ଏହା ମାନୁଆଲ କରାଯାଉଥିଲା, ଏହାକୁ ଶେଷ କରିବା […]
